ୟେସ୍ ବ୍ୟାଙ୍କ: ୩୦୭ କୋଟି ଟଙ୍କା ଲାଞ୍ଚ ଆରୋପରେ ରାଣା କପୁର ଓ ସ୍ତ୍ରୀଙ୍କ ବିରୋଧରେ CBI ମାମଲା ରୁଜୁ କଲା

ମାମଲାଟି ଦିଲ୍ଲୀର ଅମ୍ରିତା ସେରଗିଲ ମାର୍ଗରେ ୪୦ ନମ୍ବର୍ ପ୍ଲଟରେ ୧.୨ ଏକର ଉପରେ ଠିଆହୋଇଥିବା ଏକ ଆଲିଶାନ ବଙ୍ଗଳା ଉପରେ ପର୍ଯ୍ୟବଶିତ । ଏହି ବଙ୍ଗଳାକୁ ଅଭଣ୍ଟା ଗୃପ୍ ୫୫୦ କୋଟି ଟଙ୍କାରେ ICICI ବ୍ୟାଙ୍କ ଓ DCB ବ୍ୟାଙ୍କ ପାଖରେ ବନ୍ଧକ ରଖିଥିଲା ।

ୟେସ୍ ବ୍ୟାଙ୍କ: ୩୦୭ କୋଟି ଟଙ୍କା ଲାଞ୍ଚ ଆରୋପରେ ରାଣା କପୁର ଓ ସ୍ତ୍ରୀଙ୍କ ବିରୋଧରେ CBI ମାମଲା ରୁଜୁ କଲା
ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ଓ ପୂର୍ବତନ ଏମଡି ତଥା ସିଇଓ ରାଣା କପୁର
  • News18 Odia
  • Last Updated: March 14, 2020, 3:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଏକ ରିଅଲିଟି କମ୍ପାନୀ ଠାରୁ ଦିଲ୍ଲୀର ଲୁଟେନ୍ ଜୋନରେ ଗୋଟେ ବଙ୍ଗଳା କିଣିବାରେ ୩୦୭ କୋଟି ଟଙ୍କା ଲାଞ୍ଚ ନେଇ ବିକ୍ରେତାଙ୍କ ଗୃପ୍‌ କମ୍ପାନୀ ୟେସ୍‌ ବ୍ୟାଙ୍କରୁ ନେଇଥିବା ୧,୯୦୦ କୋଟି ଟଙ୍କାର ଋଣ ପରିଶୋଧରେ ହାଲୁକାପଣ ଦେଖାଇବା ଅଭିଯୋଗରେ କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ) ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।

କପୁରଙ୍କ ପତ୍ନୀ ବିନ୍ଦୁ, ତାଙ୍କ କମ୍ପାନୀ ବ୍ଲିସ୍‌ ଅବୋଡ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଅଭଣ୍ଟା ରିଅଲଟି ଲିମିଟେଡ ଏବଂ ସେହି ବଙ୍ଗଳା ବିକିଥିବା ଆଭାଣ୍ଟା ଗୃପର ପ୍ରମୋଟର ଗୌତମ ଥାପରଙ୍କ ବିରୋଧରେ ମଧ୍ୟ ସିବିଆଇ ମାମଲା ରୁଜୁ କରିଛି ବୋଲି ଅଧିକାରୀମାନେ କହିଛନ୍ତି ।

ସିବିଆଇ ମୁମ୍ବାଇରେ ଥିବା ୟେସ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ରାଣା କପୁର ଓ ତାଙ୍କ ପତ୍ନୀ ବିନ୍ଦୁଙ୍କ ବାସଭବନ ଏବଂ ଦିଲ୍ଲୀରେ ଥିବା ବ୍ଲିସ ଅବୋଡ ପ୍ରାଇଭେଟ୍‌ ଲିମିଟେଡ, ଥାପର ଓ ଅବନ୍ତା ଗ୍ରୁପ କମ୍ପାନୀ ଏବଂ ଇଣ୍ଡିଆବୁଲ୍ସ ହାଉସିଂ ଫାଇନାନ୍ସ ଲିମିଟେଡର ଅଫିସରେ ଶୁକ୍ରବାର ଦିନ ଚଢ଼ାଉ କରି ଯାଞ୍ଚ କରିଥିଲା ବୋଲି ଅଧିକାରୀମାନେ କହିଛନ୍ତି।

ହେଲେ ଇଣ୍ଡିଆବୁଲ୍ସ ହାଉସିଂ ଫାଇନାନ୍ସ ଏକ ବିବୃତ୍ତିରେ କହିଛି ଯେ ଇଣ୍ଡିଆବୁଲ୍ସ ଗୃପ୍‌ କିମ୍ବା ଏହାର କୌଣସି କାର୍ଯ୍ୟାଳୟରେ ସିବିଆଇର ଚଢାଉ କରିନାହିଁ । ‘‘ସିବିଆଇ ୟେସ୍ ବ୍ୟାଙ୍କ/ରାଣା କପୁରଙ୍କ ଉପରେ ଚଢାଉ କରିଛି । ସେମାନଙ୍କ ଅଫିସ୍‌ ଇଣ୍ଡିଆବୁଲ୍ସ ଫାଇନାନ୍ସ ସେଣ୍ଟରରେ ଭଡ଼ାରେ ଚ଼ାଲିଛି,’’ କହିଛନ୍ତି କମ୍ପାନୀ ସେକ୍ରେଟେରୀ ଅମିତ ଜୈନ । ପ୍ରଶ୍ନ କରାଗଲାରୁ ସିବିଆଇ ଅଧିକାରୀମାନେ କହିଛନ୍ତି ଯେ ନୂଆ ଦିଲ୍ଲୀର ଇଣ୍ଡିଆବୁଲ୍ସ ହାଉସିଂ ଫାଇନାନ୍ସ ଲିମିଟେଡର କାର୍ଯ୍ୟାଳୟରେ ଯାଞ୍ଚ କରାଯାଇଥିଲା ।

ମାମଲାଟି ଅମ୍ରିତା ସେରଗିଲ ମାର୍ଗରେ ୪୦ ନମ୍ବର୍‌ ପ୍ଲଟରେ ଥିବା ୧.୨ ଏକର ଉପରେ ଏକ ଆଲିଶାନ ବଙ୍ଗଳା ଉପରେ ପର୍ଯ୍ୟବଶିତ । ଏହି ବଙ୍ଗଳାଟିକୁ ଅଭଣ୍ଟା ଗୃପ୍‌ ୫୫୦ କୋଟି ଟଙ୍କାରେ ଆଇସିଆଇସିଆଇ ବ୍ୟାଙ୍କ ଓ ଡିସିବି ବ୍ୟାଙ୍କ ପାଖରେ ବନ୍ଧକ ରଖିଥିଲା । ମାର୍ଚ୍ଚ ୨୦୧୬ରେ ସେହି ୫୫୦ କୋଟି ଟଙ୍କାରୁ ୩୮୦ କୋଟି ଟଙ୍କା ବାକି ରହିଥିଲା ବୋଲି ଅଧିକାରୀମାନେ କହିଛନ୍ତି। ଏହି ସମୟରେ ୟେସ ବ୍ୟାଙ୍କ ଲିଜ୍ ରେଣ୍ଟାଲ୍ ଡିସକାଉଣ୍ଟିଂ ରୂପେ ୪୦୦ କୋଟି ଟଙ୍କାର ଋଣ ଦେଇଥିଲା ବୋଲି ସେମାନେ କହିଛନ୍ତି।

ଅଧିକ ଋଣ ପରିମାଣକୁ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ ଅଭଣ୍ଟା ରିଅଲିଟି (ଏ.ଆର୍‌.ଏଲ୍‌.) ଏକ ଗୃପ୍ କମ୍ପାନୀ ବିଲ୍ଟ ଗ୍ରାଫିକ୍ସ ପେପର ପ୍ରାଇଭେଟ୍‌ ଲିମିଟେଡ୍ ସହିତ ବାର୍ଷିକ ୬୫ କୋଟି ଟଙ୍କାର ଏକ ଚୁକ୍ତିନାମା କରିଥିଲା । ଏହି ବୁଝାମଣା ୟେସ୍ ବ୍ୟାଙ୍କରୁ ଋଣ ମଞ୍ଜୁର ହେବାର ଦୁଇ ଦିନ ପୂର୍ବରୁ ୨୨ ମାର୍ଚ୍ଚ ୨୦୧୬ରେ ଏହି ଚୁକ୍ତିନାମା କାର୍ଯ୍ୟକାରୀ କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ସେହି ବଙ୍ଗଳାଟିକୁ ପୂର୍ବରୁ ଅନ୍ୟ ଏକ ଆଭାଣ୍ଟା ଗୃପ୍ କମ୍ପାନୀକୁ ବାର୍ଷିକ ୧.୦୨ କୋଟି ଟଙ୍କାରେ ଭଡ଼ାରେ (ଲିଜରେ) ଦିଆଯାଇଥିଲା।

‘‘ଏଇଟା ନିଶ୍ଚିତରୂପେ ଏ.ଆର୍‌.ଏଲ୍‌.କୁ ଦିଆଯାଇଥିବା ୪୦୦ କୋଟି ଟଙ୍କାର ଋଣକୁ ଯଥାର୍ଥ ବୋଲି ଦେଖାଇବା ପାଇଁ ଓ ୟେସ୍‌ ବ୍ୟାଙ୍କକୁ ଠକିବା ପାଇଁ କରାଯାଇଥିବା ଚୁକ୍ତିନାମା ଥିଲା, ଯାହାର ଉଦ୍ଦେଶ୍ୟ ଥିଲା ବିନ୍ଦୁ କପୁରଙ୍କୁ ସେହି ବଙ୍ଗଳାର ମାଲିକାନା ଦେବା,’’ ସିବିଆଇର ଏଫ୍‌.ଆଇ.ଆର୍‌.ରେ କୁହାଯାଇଛି । ସିବିଆଇ କହିଛି ଯେ ଋଣ ମଞ୍ଜୁର ହେବା ସମୟରେ ଅଭଣ୍ଟା ଗୃପ ୟେସ୍‌ ବ୍ୟାଙ୍କ ଠାରୁ ନେଇଥିବା ସମଗ୍ର ଋଣ ୧,୩୩୩ କୋଟି ଟଙ୍କା ଥିଲା ।
First published: March 14, 2020, 3:16 PM IST