News18 Odia Digital
Thyroid Problems: ଶରୀରରେ ଆୟୋଡିନ୍ ଅଭାବ ହେତୁ ଥାଏରଏଡ୍ ସମସ୍ୟା ଉପୁଜେ। ଯେତେବେଳେ ଥାଏରଏଡ୍ ଗ୍ରନ୍ଥି ଯଥେଷ୍ଟ ହରମୋନ୍ ଉତ୍ପାଦନ କରିବାରେ ଅସମର୍ଥ ହୁଏ, ସେତେବେଳେ ଶରୀରରେ ଅନେକ ସମସ୍ୟା ଉପୁଜିବାକୁ ଲାଗେ। ଥାଏରଏଡ୍ ଏକ ରୋଗ ଯାହା ଖରାପ ଜୀବନଶୈଳୀ ଓ ଖାଇବାର ଖରାପ ଅଭ୍ୟାସ ଦ୍ୱାରା ହୋଇଥାଏ। ଏହି ରୋଗରେ ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି।
ଆମେରିକୀୟ ଥାଏରଏଡ୍ ଆସୋସିଏସନ୍ ଅନୁଯାୟୀ ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କ ଲକ୍ଷଣ ଶୀଘ୍ର ଦେଖାଯିବା ଆରମ୍ଭ କରେ। ଶରୀରରେ ଥକ୍କାପଣା, କେଶ ଝିଡ଼ିବା ଓ ମନୋବଳରେ ତିକ୍ତତା ଏହି ରୋଗର ମୁଖ୍ୟ ଲକ୍ଷଣ। ଯଦି ଏହି ରୋଗର ଲକ୍ଷଣ ତୁରନ୍ତ ଯାଞ୍ଚ କରାଯାଏ, ତେବେ ତୁରନ୍ତ ଏହାର ଚିକିତ୍ସା କରି ଏହାକୁ ନିୟନ୍ତ୍ରଣ କରାଯାଇପାରିବ।
ଥାଏରଏଡ୍ କାହିଁକି ବୃଦ୍ଧି ହୁଏ ଓ ଏହାକୁ କିପରି ନିୟନ୍ତ୍ରଣ କରାଯାଏ ଆସନ୍ତୁ ଜାଣିବା...ଥାଏରଏଡ୍ କ’ଣ:ଥାଏରଏଡ୍ ହେଉଛି ବେକର ତଳ ଅଂଶ ମଝିରେ ଥିବା ଏକ ଛୋଟ ପ୍ରଜାପତି ଆକୃତିର ଗ୍ରନ୍ଥି ଯାହା ଶରୀରର ମେଟାବୋଲିଜିମ୍ ନିୟନ୍ତ୍ରଣ କରେ। ଆମେ ଯାହା ଖାଉ, ଏହି ଗ୍ରନ୍ଥି ଏହାକୁ ଶକ୍ତିରେ ପରିଣତ କରେ। ଏହା ସହିତ ଏହା ହୃଦୟ, ମାଂସପେଶୀ, ହାଡ ଓ କୋଲେଷ୍ଟ୍ରଲ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
ଥାଏରଏଡ୍ ବୃଦ୍ଧି ହେବାର କାରଣ:ଥାଏରଏଡ୍ ହେଉଛି ଏକ ସମସ୍ୟା ଯେଉଁଥି ପାଇଁ ଚାପ, ଭିଟାମିନ୍ ଏର ଅଭାବ, ଶରୀରରେ ଆୟୋଡିନ୍ ଅଭାବ, ହରମୋନ୍ ଅସନ୍ତୁଳନ, ଶରୀରରେ ବିଷାକ୍ତ ପଦାର୍ଥ ଓ ଔଷଧ ସେବନ ଥାଏରଏଡକୁ ଶୀଘ୍ର ବଢ଼ାଇଥାଏ। ଘରେ ଥାଏରଏଡକୁ କିପରି ନିୟନ୍ତ୍ରଣ କରାଯାଏ ଆସନ୍ତୁ ଜାଣିବା...
ଖାଦ୍ୟରେ ନଡ଼ିଆ ତେଲ ଖାଆନ୍ତୁ:ନଡ଼ିଆ ତେଲ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ। ଏହା ମେଟାବୋଲିଜିମ୍ ବଢ଼ାଇଥାଏ ଓ ଓଜନକୁ ନିୟନ୍ତ୍ରଣ କରିଥାଏ। ପନିପରିବା ରାନ୍ଧିବା ପାଇଁ ଆପଣ ନଡ଼ିଆ ତେଲ ବ୍ୟବହାର କରିପାରିବେ। ଥାଏରଏଡ୍ କାରଣରୁ କିଛି ଲୋକଙ୍କର ହାତ ଓ ପାଦ ଥଣ୍ଡା ହୋଇଥାଏ। ଏହିପରି ଲୋକଙ୍କୁ ନଡ଼ିଆ ତେଲ ମସାଜ୍ କରିବା ଦରକାର, ଯାହା ଦ୍ବାରା ସେମାନଙ୍କୁ ଆରାମ ମିଳିବ।
ଆପଲ୍ ଭିନେଗାର ଖାଆନ୍ତୁ:ଥାଏରଏଡ୍ ରୋଗୀମାନେ ସେମାନଙ୍କ ଖାଦ୍ୟରେ ଆପଲ୍ ସାଇଡର୍ ଭିନେଗାର ଖାଇବା ଉଚିତ୍, ଥାଇରଏଡ୍ ନିୟନ୍ତ୍ରଣ ରହିବ। ଆପଲ୍ ସାଇଡର୍ ଭିନେଗାର ଓଜନ ହ୍ରାସ କରିଥାଏ ଓ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। ପାଣିରେ ମିଶ୍ରିତ ଆପଲ୍ ସାଇଡର୍ ଭିନେଗାର ପ୍ରତିଦିନ ସକାଳେ ଖାଲି ପେଟରେ ପିଇବା ଆପଣଙ୍କ ପାଇଁ ଲାଭଦାୟକ ହେବ।
ହଳଦୀ ଖାଆନ୍ତୁ: ଔଷଧୀୟ ଗୁଣରେ ଭରପୂର ହଳଦୀ, ଥାଏରଏଡ୍ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ। ଯଦି ଆପଣ କ୍ଷୀର ସହିତ ହଳଦୀ ବ୍ୟବହାର କରନ୍ତି, ଥାଏରଏଡ୍ ନିୟନ୍ତ୍ରଣରେ ରହିବ।
ନନ-ଭେଜର ସେବନ: ଖାଦ୍ୟରେ ମାଂସ, ମାଛ ଓ ଅଣ୍ଡା ଖାଇବା ଦ୍ୱାରା ଥାଏରଏଡ୍ ନିୟନ୍ତ୍ରଣ ବଜାୟ ରହିଥାଏ। ଯଦି ଆପଣଙ୍କର ଥାଏରଏଡ୍ ବୃଦ୍ଧି ପାଉଛି, ତେବେ ତୁରନ୍ତ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଆପଣଙ୍କର ଥାଏରଏଡ୍ ଭଲ ରହିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।