ତାମିଲନାଡୁ ବିଜେପି ମୁଖ୍ୟ କେ ଅନ୍ନାମଲାଇଙ୍କ ବିରୋଧରେ ମାମଲା ରୁଜୁ

ଚେନ୍ନାଇର ସାଇବର୍ କ୍ରାଇମ୍ ୟୁନିଟ୍ ଅନ୍ନମଲାଇଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅନ୍ନମଲାଇ କିଛି ଦିନ ପୂର୍ବରୁ ଏକ ମିଛ ଭିଡିଓ ସହ DMKକୁ ଯୋଡ଼ିଥିଲେ । ଯାହାକୁ ନେଇ ବିବାଦ ବଢିଥିଲା ।

ତାମିଲନାଡୁ ବିଜେପି ମୁଖ୍ୟ କେ ଅନ୍ନାମଲାଇଙ୍କ ବିରୋଧରେ ମାମଲା ରୁଜୁ

ତାମିଲନାଡୁ ବିଜେପି ମୁଖ୍ୟ କେ ଅନ୍ନାମଲାଇଙ୍କ ବିରୋଧରେ ମାମଲା ରୁଜୁ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ତାମିଲନାଡୁ ବିଜେପି ମୁଖ୍ୟ କେ ଅନ୍ନାମଲାଇଙ୍କ (k. annamalai) ବିରୋଧରେ ମାମଲା ରୁଜୁ । ଚେନ୍ନାଇର ସାଇବର୍ କ୍ରାଇମ୍ ୟୁନିଟ୍ (cyber crime unit) ଅନ୍ନମଲାଇଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅନ୍ନମଲାଇ କିଛି ଦିନ ପୂର୍ବରୁ ଏକ ମିଛ ଭିଡିଓ ସହ DMKକୁ ଯୋଡ଼ିଥିଲେ । ଯାହାକୁ ନେଇ ବିବାଦ ବଢିଥିଲା । ତାମୁଲନାଡୁରେ ବିହାରର ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ହେଉଥିବା କହିଥିଲେ ଅନ୍ନମଲାଇ । ଏ ନେଇ ସେ ଏକ ଭିଡିଓର ସାହାରା ନେଇଥିଲେ । ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ବିହାର ଶ୍ରମିକମାନଙ୍କ ଉପରେ ଆକ୍ରମଣ କରାଯାଉଥିବା ଦାବି କରାଯାଇଥିଲା ।

ଅନ୍ନାମଲାଇ କହିଥିଲେ, ତାମିଲନାଡୁରେ DMK ସରକାର ଆସିବା ପରେ ଉତ୍ତର ଭାରତୀୟଙ୍କ ଉପରେ ଆକ୍ରମଣ ହେଉଥିବା ଖବର ସାମ୍ନାକୁ ଆସୁଛି । ପରେ ତାମିଲନାଡୁ ପୋଲିସ ଏହି ଭିଡ଼ିଓକୁ ମିଛ କହିବା ସହ ଏହା ଉପରେ ବିଶ୍ବାସ ନ କରିବା ପାଇଁ ଅପିଲ୍ କରିଥିଲା । ମିଛ ଖବରକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ବିଜେପି (bjp) ମୁଖପାତ୍ର ପ୍ରଶାନ୍ତ ଉମରାଓଙ୍କ ସହ ଅନ୍ୟ ତିନି ଜଣଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ବିଜେପି ଫେକ୍ ନ୍ୟୁଜର ସାହାରା ନେଇ ଅଯଥା ରାଜନୀତି କରୁଥିବା ଅଭିଯୋଗ ଆଣିଛି ଶାସକ DMK । ଘଟଣାରେ ହସ୍ତକ୍ଷେପ କରିଛନ୍ତି ତାମିଲନାଡୁ ରାଜ୍ୟପାଳ ଆର୍ ଏନ୍ ରବି । ଉତ୍ତର ଭାରତ ଲୋକେ ତଥା ବିହାର ଶ୍ରମିକ ନିଜକୁ ଅସୁରକ୍ଷିତ ମଣିବା ଅନୁଚିତ । ତାମିଲନାଡୁ ସରକାର ସବୁ ସମୟରେ ପ୍ରବାସୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉଥିବା କହିଛନ୍ତି ରାଜ୍ୟପାଳ ।

ଏହି ଖବର ପଢ଼ନ୍ତୁ - http://ଅନ୍ତର୍ଜାତୀୟ ସ୍ତରରେ ଚମକିବେ ଦୀପିକା: ଦେବେ ଓସ୍କାର ଆୱାର୍ଡ

ସେପଟେ ଘଟଣାକୁ ନେଇ ବିହାର ରାଜନୀତି ସରଗରମ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । କହିଛନ୍ତି, ଏ ବାବଦରେ ତାମିଲନାଡୁ ପୋଲିସ ସ୍ପଷ୍ଟୀକରଣ ରଖି ସାରିଛି । ଅଯଥା ଫେକ୍ ନ୍ୟୁଜ୍ ଜରିଆରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯାଉଛି । ଏକ ଟିମ୍ ତାମିଲନାଡୁ ପଠାଯାଇଛି, ଯଦି କୌଣସି ରିପୋର୍ଟ ଆସେ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବିହାର ସରକାର । ଏପଟେ ତାମିଲନାଡୁରେ ରହୁଥିବା ବିହାରୀ ଶ୍ରମିକ ଏଭଳି ଗୁଜବକୁ ଖଣ୍ଡନ କରିବା ସହ ସେମାନେ ସୁରକ୍ଷିତ ଥିବା କହିଛନ୍ତି ।
Published by:Soubhagya Mishra
First published: