News18 Odia Digital
ଭୋପାଳ: ମଧ୍ୟପ୍ରଦେଶର ଭାରତ ଯୋଡ ଯାତ୍ରା ସମୟରେ 'ପାକିସ୍ତାନ ଜିନ୍ଦାବାଦ' ସ୍ଲୋଗାନ ଦେଇଥିବାରୁ କଂଗ୍ରେସ ବିରୋଧରେ ଅଭିଯୋଗ ଦେଇଛି ବିଜେପି। ବିଜେପି ନେତାମାନେ ମଧ୍ୟପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ମୁଖ୍ୟ ପୀୟୁଷ ବାବେଲେ ଓ ଆଇଟି ମୁଖ୍ୟ ଅଭୟ ତିୱାରୀଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।
ବିଜେପି ରାଜ୍ୟ ମୁଖପାତ୍ର ପଙ୍କଜ ଚତୁର୍ବେଦୀ ଓ ରାଜ୍ୟ ସହ-ଗଣମାଧ୍ୟମ ଦାୟିତ୍ୱରେ ଥିବା ନରେନ୍ଦ୍ର ଶିବାଜୀ ପଟେଲ କ୍ରାଇମ ବ୍ରାଞ୍ଚରେ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, କମଲ ନାଥ ଓ କଂଗ୍ରେସ ଦଳର ଅନ୍ୟ କର୍ମୀମାନେ ଭାରତ ଯୋଡ଼ ଯାତ୍ରା ନାମରେ ଦେଶରେ ଜାତୀୟ ବିରୋଧୀ କାର୍ଯ୍ୟ କରୁଛନ୍ତି। ଦେଶର ଶାନ୍ତି ଭଙ୍ଗ କରିବା ପାଇଁ ଏହି ଯାତ୍ରା ସମୟରେ ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦିଆଯାଉଛି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ବିଜେପିର ଅଭିଯୋଗ ଉପରେ କ୍ରାଇମ ବ୍ରାଞ୍ଚ ପୋଲିସ ସମାଜକୁ ଉତ୍ତେଜିତ କରିବା ଏବଂ ଶାନ୍ତି ଭଙ୍ଗ କରିବା ପାଇଁ ଧାରା 153 ବି, 504, 505 (1), 505 (2) ଅନୁଯାୟୀ ଏକ ମାମଲା ରୁଜୁ କରିଛି।
ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ଯାତ୍ରା ବର୍ତ୍ତମାନ ମଧ୍ୟପ୍ରଦେଶରେ ଚାଲିଛି। ନିକଟରେ ରାହୁଲଙ୍କ ଗସ୍ତକୁ ନେଇ ଏକ ଭିଡିଓ ଭାଇରାଲ ହେବା ପରେ ବିବାଦ ଲାଗି ରହିଛି। ଏହି ଭିଡିଓ ରିଲିଜ୍ କରିବାବେଳେ ବିଜେପି ଦାବି କରିଛି ଯେ ଏହି ଯାତ୍ରାରେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦିଆଯାଇଛି, କିନ୍ତୁ କଂଗ୍ରେସ ଏହି ଭିଡିଓକୁ ନକଲି ବୋଲି କହିଛି। ଯାହା ପରେ ଏହି ଭିଡିଓ ସମ୍ବନ୍ଧରେ ଅଭିଯୋଗ ଏବଂ କାଉଣ୍ଟର ଅଭିଯୋଗ ଚାଲିଛି।
ମଧ୍ୟପ୍ରଦେଶରେ ବିଜେପି ମାମଲା ଦାୟର କରିଥିଲା ସେତେବେଳେ ରାୟପୁରରେ କଂଗ୍ରେସ ଆଇନ ବିଭାଗର ଓକିଲ ଅଙ୍କିତ ମିଶ୍ର ବିଜେପି ନେତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ। ମଧ୍ୟପ୍ରଦେଶ ବିଜେପିର ଗଣମାଧ୍ୟମ ଦାୟିତ୍ୱରେ ଥିବା ଲୋକେନ୍ଦ୍ର ପରାଶରଙ୍କ ବିରୋଧରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ଯାତ୍ରା ସମ୍ବନ୍ଧୀୟ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର ଯୋଗୁଁ ଅଭିଯୋଗ କରି ଏଫ୍ଆଇଆର୍ ଦାଖଲ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।