ସାବଧାନ! ଆପଣଙ୍କର Aadhaar card ହୋଇପାରେ ନକଲି; ଘରେ ବସି ଏପରି କରନ୍ତୁ ଯାଞ୍ଚ

କରୋନା ସମୟ ଠକେଇ ବହୁ ମାତ୍ରାରେ ବୃଦ୍ଧି ପାଇଛି । ଏପରି ପରିସ୍ଥିତିରେ ଏହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କୁ ଆପଣଙ୍କୁ ମିଳିଥିବା ଆଧାର କାର୍ଡ (Aadhaar card) ନମ୍ବର ନକଲି ନୁହେଁ ତ ।

ଆଧାର କାର୍ଡକୁ ଏପରି କରନ୍ତୁ ଚିହ୍ନଟ

ଆଧାର କାର୍ଡକୁ ଏପରି କରନ୍ତୁ ଚିହ୍ନଟ

  • News18 Odia
  • Last Updated :
  • Share this:
News18 Odia Digital
ନୂଆ ଦିଲ୍ଲୀ: ଏହି ସମୟରେ ଆଧାର କାର୍ଡ (Aadhaar card) ଭାରତୀୟ ନାଗରିକଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ପାଲଟିଛି । ସିମ୍ କିଣିବା ଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ କ୍ଷେତ୍ର ପର୍ଯ୍ୟନ୍ତ ସବୁ ସ୍ଥାନରେ ଆଧାର କାର୍ଡ ଆବଶ୍ୟକ । ଘର କାମ ହେଉ କିମ୍ବା ବ୍ୟାଙ୍କିଙ୍ଗ୍ କାମ ସବୁ ସ୍ଥାନରେ ଆଧାର କାର୍ଡ ଆବଶ୍ୟକ । ଏଭଳି ପରିସ୍ଥିତିରେ ଯଦି ଆପଣ ଜାଣିବାକୁ ପାନ୍ତି ଯେ ଆପଣଙ୍କ ପାଖରେ ଥିବା ଆଧାର କାର୍ଡ ନକଲି ତେବେ ସମସ୍ୟା ବଢ଼ି ଯାଇଥାଏ । ତେଣୁ ଆପଣଙ୍କ ଆଧାର ନମ୍ବର ନକଲି କି ନୁହେଁ ତାହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଧାର କାର୍ଡ଼ ଅସଲି କିମ୍ବା ନକଲି ଆପଣ ଏହିପରି ଚିହ୍ନଟ କରିପାରିବେ ।

ଆଧାର ସହ ଜଡିତ ଅନଲାଇନ୍ ସୂଚନା ପାଇଁ ଏକ ମୋବାଇଲ୍ ନମ୍ବର ପଞ୍ଜିକୃତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣ ଆପଣଙ୍କର ଇମେଲ୍ ଠିକଣା ଓ ମୋବାଇଲ୍ ନମ୍ବର ଯାଞ୍ଚ କରିପାରିବେ ଯାହା ପଞ୍ଜୀକରଣ ସମୟରେ କିମ୍ବା ନୂତନ ଆଧାର ବିବରଣୀ ଅପଡେଟ୍ ସମୟରେ ଘୋଷିତ ହୋଇଛି । ଆଧାର ଅନଲାଇନ୍ ସେବା ପାଇବାକୁ ହେଲେ ଜଣେ ପଞ୍ଜୀକୃତ ମୋବାଇଲ୍ ନମ୍ବର ରହିବା ଉଚିତ୍ । ଯଦି ଆପଣଙ୍କୁ ଆଧାର ସମ୍ବନ୍ଧୀୟ ଅଭିଯୋଗ ଦାଖଲ କରିବାକୁ ପଡ଼େ ତେବେ ଏଥିପାଇଁ ଆପଣଙ୍କୁ ଟୋଲ୍ ଫ୍ରି ନମ୍ବର ୧୯୪୭ କୁ କଲ କରିବାକୁ ପଡିବ ।

ଆଧାର କାର୍ଡ ଅସଲି କିମ୍ବା ନକଲି ଜାଣିବା ପାଇଁ  ଏହିପରି ଭାବେ ଯାଞ୍ଚ କରନ୍ତୁ

> ସର୍ବ ପ୍ରଥମେ ଆପଣ ଆଧାରର ଅଫିସିଆଲ୍ ୱେବସାଇଟ୍ https://resident.uidai.gov.in/aadhaarverification କୁ ଯାଆନ୍ତୁ ।

> ଏଠାରେ ଆପଣଙ୍କ ସାମ୍ନାରେ ଆଧାର ଯାଞ୍ଚ ପୃଷ୍ଠା ଖୋଲା ଥିବ । ତାପରେ ଆପଣ ଟେକ୍ସଟ ବକ୍ସ ଦେଖିବାକୁ ପାଇବେ ଓ ଏଠାରେ ଆପଣଙ୍କୁ ଆଧାର ନମ୍ବର ଏଣ୍ଟର କରିବାକୁ ପଡିବ ।

> ଆପଣଙ୍କର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏଣ୍ଟର କରନ୍ତୁ । ତାପରେ ଡିସପ୍ଲେରେ ଦେଖାଯାଉଥିବା CAPTCHA ଏଣ୍ଟର କରନ୍ତୁ ।

> ବର୍ତ୍ତମାନ ଭେରିଫାଏ ବଟନ୍ ଉପରେ କ୍ଲିକ୍ କରନ୍ତୁ । ଯଦି ଆପଣଙ୍କର ଆଧାର ନମ୍ବର ସଠିକ୍ ଅଛି ଏକ ନୂତନ ପୃଷ୍ଠା ଖୋଲିବ ଯେଉଁଥିରେ ଆପଣ ଏକ ମେସେଜ ପାଇବେ  ଓ ସେଥିରେ ଆପଣଙ୍କର ଆଧାର ନମ୍ବର ଦିଆ ଯାଇଥିବ ।

> ଏହା ସହିତ ନିମ୍ନରେ ଆପଣଙ୍କର ସମ୍ପୂର୍ଣ୍ଣ ବିବରଣୀ ଦେଖିବାକୁ ମିଳିବ ।  ଯଦି ଏହି ଆଧାର ନମ୍ବର ନକଲି ଥାଏ ତେବେ ଅବୈଧ ଆଧାର ନମ୍ବର ଲେଖା ଆସିବ ।
Published by:Jagdish Barik
First published: