News18 Odia Digital
ମୁମ୍ବାଇ: ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର କାର୍ମାଇକେଲ ରୋଡ଼ରେ ଥିବା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ (Mukesh Ambani) ଘର ଆଣ୍ଟିଲିଆ (Antilia) ନିକଟରେ ଜେଲାଟିନ ଷ୍ଟିକ୍ ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ଥିବା ଏକ କାର୍ ଦେଖିବାକୁ ମିଳିଥିଲା । ମୁମ୍ବାଇ ପୋଲିସର ବମ୍ ଡିଟେକସନ୍ ସ୍କ୍ୱାର୍ଡ୍ ଏହି ଗାଡ଼ିକୁ ଯାଞ୍ଚ କରିବା ପରେ ତାକୁ ଟାଣି ନେଇଯାଇଥିଲା ।
ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ଏକ ଭିଡିଓ ବାର୍ତ୍ତାରେ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ମୁମ୍ବାଇ ପୋଲିସ ଏହାର ତଦନ୍ତ କରୁଛି (car with explosives near Mukesh Ambani house)। “ମୁକେଶ ଅମ୍ବାନୀଙ୍କ ଘର ନିକଟରେ ଜେଲାଟିନ୍ ଷ୍ଟିକ୍ ଥିବା ଏକ ସ୍କର୍ପିଓ ମିଳିଥିଲା । ମୁମ୍ବାଇ ପୋଲିସର କ୍ରାଇମ୍ ବ୍ରାଞ୍ଚ୍ ଘଟଣାର ଅନୁସନ୍ଧାନ କରୁଛି । ଖୁବ୍ ଶୀଘ୍ର ସତ୍ୟତା ଜଣାପଡି଼ବ,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | କଟକ ବିଡ଼ାନାସି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ ହେଲା; ଦୋକାନରେ ହାଣି ହତ୍ୟା କରିଥିଲାପୋଲିସ ସୂତ୍ରଙ୍କ ଅନୁସାରେ ସବୁଜ ରଙ୍ଗର ଗାଡି଼ଟି ଭିତରେ କୌଣସି ଏକତ୍ରିତ ବିସ୍ଫୋରକ ଉପକରଣ ନ ଥିଲା, କିନ୍ତୁ ଜେଲାଟିନ୍ ଷ୍ଟିକ୍ ଥିଲା । ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ଏହି ଗାଡି଼ରେ ଅମ୍ବାନୀଙ୍କ ସୁରକ୍ଷାରେ ନିୟୋଜିତ ଗୋଟିଏ କାରର ନମ୍ବର ପ୍ଲେଟ୍ ଥିଲା ଓ ଏହାକୁ ପ୍ରଥମେ ଶିଳ୍ପପତିଙ୍କ ସୁରକ୍ଷା କର୍ମୀମାନେ ଦେଖିଥିଲେ । ସୂତ୍ରରୁ ପ୍ରକାଶ ଯେ କାର୍ ଭିତରେ ଏକ ଚିଠି ମିଳିଛି, ଯାହା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଦେଇପାରେ ।

ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନୀ
ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ଗାଡି଼ ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ଼ (ଏଟିଏସ)କୁ ହସ୍ତାନ୍ତର କରାଯାଇଛି । ଏଟିଏସ୍ ଏହି ଘଟଣାର କାରଣ ଜାଣିବାକୁ ଚେଷ୍ଟା କରୁଛି ।
“ବିଭିନ୍ନ କାରଣ ଥାଇପାରେ । ଆମେ ସମସ୍ତ କୋଣକୁ ଦେଖୁଛୁ । ଏହା [ଜେଲାଟିନ୍] ଏକତ୍ରିତ (ଆସେମ୍ବଲଡ୍) ହୋଇ ନ ଥିଲା… ଏହାକୁ ଭୟଭୀତ କରିବା ପାଇଁ ରଖାଯାଇଥାଇପାରେ । ଚାଲୁଥିବା କୃଷକଙ୍କ ବିରୋଧ ସହିତ ଏହାର କିଛି ସମ୍ପର୍କ ଅଛି କି ନାହିଁ ଆମେ ତାହା ମଧ୍ୟ ଯାଞ୍ଚ କରୁଛୁ,’’ କହିଛନ୍ତି ଏଟିଏସର ଜଣେ ସୂତ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମଲାଇକା ଅରୋଡ଼ା କେମିତି ପାଇଲେ ଏତେ ସୁନ୍ଦର ସ୍ଲିମ୍-ଟ୍ରିମ୍ ଦେହ? ଜାଣନ୍ତୁ ତାଙ୍କ ଫିଟ୍ନେସ୍ ରହସ୍ୟପୋଲିସ ନିକଟସ୍ଥ ଦୋକାନରୁ ସିସିଟିଭି ଫୁଟେଜ ମଧ୍ୟ ଉଦ୍ଧାର କରିଛି ଯେଉଁଥିରେ ଦେଖାଯାଇଛି ଯେ ଗାଡି଼ଟି ଆଣ୍ଟିଲିଆ ଆଡ଼କୁ ଯାଉଥିବା ରାସ୍ତାରେ ଗୁରୁବାର ରାତି ପ୍ରାୟ ୧ଟା ବେଳେ ପାର୍କିଂ କରା ଯାଉଛି । ଫୁଟେଜରେ ଦେଖାଯାଇଛି ଯେ ଏହି ଗାଡି଼ ପଛରେ ଅନ୍ୟ ଏକ ଧଳା ରଙ୍ଗର କାର୍ ଆସୁଥିଲା । ସେହି କାର୍ ପଛରେ ଅଟକି ରହିଥିଲା । ସ୍କର୍ପିଓ ଭିତରେ ଥିବା ଡ୍ରାଇଭର ଭିତରେ ବସି ରହିଥଲା ।
ସୂଚନା ଅନୁସାରେ ATS ସିସିଟିଭି ଫୁଟେଜକୁ ବିଶ୍ଳେଷଣ କରୁଛି ଓ ଗାଡି଼ର ଡ୍ରାଇଭରକୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।