ଭୂଇଁ ଗିଳିଦେଲା କାର୍! ମୁମ୍ବାଇ ଓ ଇସ୍ରାଏଲରେ ଏମିତି ଦୁଇଟି ଘଟଣା ଘଟିଛି; ଦେଖନ୍ତୁ VIDEO

Car Sinks in Ground in Mumbai and Israel, Video Goes Viral | ମୁମ୍ବାଇରେ ପାର୍କିଂ ସ୍ଥଳରେ ଥିବା କେତେକ କାର୍ ମଧ୍ୟରୁ ଗୋଟିଏ ହଠାତ୍ ମାଟି ଭିତରେ ପଶିଯାଉଥିବା ଦେଖାଯାଇଥିଲା । ଚାହୁଁ ଚାହୁଁ କାରଟି ଧୀରେ ଧୀରେ ମାଟି ଭିତରକୁ ପଶିଯାଇଥିଲା । ଏହି ଦୁଇଟି ଘଟଣାର ଭିଡିଓ ଭାଇରାଲ୍ ହୋଇଛି ।

ଭୂଇଁ ଗିଳିଦେଲା କାର୍! ମୁମ୍ବାଇ ଓ ଇସ୍ରାଏଲରେ ଏମିତି ଦୁଇଟି ଘଟଣା ଘଟିଛି; ଦେଖନ୍ତୁ VIDEO
କାରଟି ମାଟି ଭିତରେ ପଶିଯାଉଥିବା ସମୟର ଏକ ଦୃଶ୍ୟ
  • News18 Odia
  • Last Updated: June 13, 2021, 10:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ (viral video) ହେବାରେ ଲାଗିଛି, ଯେଉଁଥିରେ ଏକ କାର୍‌ ମାଟି ଭିତରକୁ ପଶିଯାଉଥିବା ଦେଖାଯାଉଛି ।ମାମଲା ମୁମ୍ବାଇର ଘାଟକୋପର୍‌ ଅଞ୍ଚଳର। ବାସ୍ତବରେ, ଏହି ଭିଡିଓରେ (Mumbai car sinking video) ଦେଖିବାକୁ ମିଳୁଛି ଯେ ସେହି ସ୍ଥାନରେ ଅନ୍ୟ ଅନେକ କାର ପାର୍କିଂ ହୋଇଥିଲେ ବି ଏହି ଗୋଟିକ କାର୍‌ ହଠାତ୍ ମାଟି ଭିତରକୁ ପଶିଯାଉଛି ଓ ସମ୍ପୂର୍ଣ୍ଣ ପଶିଯାଉଛି ।

ପାର୍କିଂ ସ୍ଥଳରେ ଥିବା ଏହି କାରଟି ଅସଲରେ ଗୋଟିଏ ସିଙ୍କହୋଲ୍‌ (sinkhole) ଭିତରେ ପଶିଯାଉଛି । ସେହି ସ୍ଥାନକୁ ଦେଖିଲେ ଲାଗୁଛି ଯେ ରାସ୍ତା ପାର୍ଶ୍ୱରେ ଯେଉଁଠି କାରଗୁଡ଼ିକ ପାର୍କିଂ ହୋଇଥିଲା ସେଇଠି ମାଟି ତଳେ ଏକ ବଡ଼ ଗାତ ଥିଲା, ଯାହା ବର୍ଷା ପରେ ଖୋଲିଯାଇଥିଲା । ବର୍ଷାରେ ଭୂମି ଦୁର୍ବଳ ହୋଇଯିବାରୁ ଭୂପୃଷ୍ଠରେ ପାର୍କିଂ ହୋଇଥିବା କାରଟି ମାଟି ଭିତରକୁ ପଶିଯାଇଥିଲା ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଗୋଟି ଗୋଟି କରି ଛୁଆ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ବାପା ମଲେ

ଏହି ଘଟଣାର ପରେ ଜଣେ ଟ୍ରାଫିକ୍‌ ପୋଲିସ ଅଧିକାରୀ କହିଛନ୍ତି, ‘‘ପୂର୍ବରୁ ସେହି ସ୍ଥାନରେ ଏକ କୂଅ ଥିଲା । କିଛି ଲୋକ ସେହି କୂଅକୁ କଂକ୍ରିଟରେ ଆଚ୍ଛାଦନ କରି ତା’ ଉପରେ କାର୍‌ ପାର୍କିଂ କରିବା ଆରମ୍ଭ କରିଥିଲେ । ବର୍ଷା ହେବାରୁ ଭୂଇଁ ଦୁର୍ବଳ ହୋଇଗଲା ଓ ତଳକୁ ଖସିଲା । ସେହି ଭୂଇଁ ଉପରେ ଥିବା ଏହି କାରଟି ବି ଭୂଇଁ ସହ ତଳକୁ ଖସିଲା ଓ ପୂରା ବୁଡ଼ିଗଲା । ଏହି ଘଟଣାରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ ।’’

ଏଇଠି ଦେଖନ୍ତୁ ମୁମ୍ବାଇର ସେହି ଭାଇରାଲ୍‌ ଭିଡିଓ:



ଗତ କିଛି ଦିନ ତଳେ ମୁମ୍ବାଇରେ ପ୍ରବଳ ବର୍ଷା ସହିତ ପବନ ଓ ବଜ୍ରପାତ ହୋଇଥିଲା । ମୁମ୍ବାଇ ଓ ଏହାର ଆଖପାଖ ଉପାନ୍ତ ଅଞ୍ଚଳରେ ଅନେକ ସ୍ଥାନରେ ସଡ଼କ ଓ ଟ୍ରେନ୍ ଟ୍ରାକରେ ପାଣି ଜମିଯିବାରୁ ଟ୍ରେନ୍ ଓ ବସ୍ ସେବା ବ୍ୟାହତ ହୋଇଥିଲା ।

ଏହା ବି ପଢ଼ନ୍ତୁ | ମାସ ଜେଲ୍ରେ ରହିବା ପରେ ମୁକୁଳିଲେ BJD ବିଧାୟକ ପ୍ରଦୀପ ପାଣିଗ୍ରାହୀ; ମୁହଁରେ ହସ ଥିଲା

ମୁମ୍ବାଇର ଏହି କାର୍‌ ମାଟି ଭିତରକୁ ପଶିଯିବା ଘଟଣାର ଦୁଇ ଦିନ ପୂର୍ବରୁ ଇସ୍ରାଏଲରେ ବି ଏମିତି ଏକ ଘଟଣା ଘଟିଥିଲା । ସେଠାରେ ଏକ ମେଡିକାଲ୍ ସେଣ୍ଟରର କାର୍ ପାର୍କିଂରେ କାର୍ ରଖିବା ପରେ ତାହା ଏକ ସିଙ୍କହୋଲ୍‌ ଭିତରକୁ ପଶିଯାଇଥିବା ଦେଖାଯାଇଥିଲା । ସେହି ଘଟଣାର ଲାଇଭ୍‌ ଭିଡିଓ ବି ଭାଇରାଲ ହୋଇଛି (car sinking viral video)।

ଏଇଠି ଦେଖନ୍ତୁ ଇସ୍ରାଏଲରୁ ଆସିଥିବା ଭାଇରାଲ୍‌ ଭିଡିଓ:



ଇସ୍ରାଏଲରେ ଏକ ସିସିଟିଭି କ୍ୟାମେରାରେ ରେକର୍ଡ଼ ହୋଇଥିବା ସେହି ଘଟଣା ଏକ ମେଡିକାଲ୍ ସେଣ୍ଟର୍ ପାର୍କିଂରେ ଘଟିଥିଲା ।ସିସିଟିଭି ଭିଡିଓରେ ଦେଖାଯାଇଥିଲା ଯେ ହଠାତ୍ ଏକ ସିଙ୍କହୋଲ୍‌ ସୃଷ୍ଟି ହେଲା ଓ ସେଠାରେ ରହିଥିବା କାରଗୁଡିକ ସହ କିଛି ଗଛ ମଧ୍ୟ ମାଟି ତଳକୁ ଖସିବା ଆରମ୍ଭ ହୋଇଥିଲା । ଖୁସିର କଥା ଯେ ସେହି ଘଟଣା ସମୟରେ ସେଠାରେ କେହି ନ ଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯେବେ ଦୌଡ଼ ରାଣୀ ଦୂତୀ ଚାନ୍ଦ୍ କହିଥିଲେ ‘‘ସେ ମୋସାବିତ୍ରୀ, ମୁଁ ତାସତ୍ୟବାନ ’’

ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ ପ୍ରଥମେ ଏକ ଧଳା କାର୍‌ ତଳେ ଗାତ ସୃଷ୍ଟି ହେଲା ଏବଂ କାରଟି ସେଥିରେ ପ୍ରବେଶ କଲା ।ତା’ପରେ ଧୀରେ ଧୀରେ ସେହି ଗାତର ଆକାର ବଢ଼ିବାରେ ଲାଗିଲା ଓ ନିକଟସ୍ଥ ଯାନଗୁଡିକ ମଧ୍ୟ ତା’ ଭିତରକୁ ପଶିବାରେ ଲାଗିଲେ । ଯେଉଁମାନେ ସେହି ଘଟଣାକୁ ଦେଖିଥିଲେ ସେମାନେ ଆତଙ୍କିତ ହୋଇଥିଲେ ।



ଇସ୍ରାଏଲର ସେହି ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ କହିଛନ୍ତି ଯେ ମେଡିକାଲ ବିଲଡିଂ ତଳେ ଏକ ରାଜପଥ ଟନେଲ୍‌ ପ୍ରକଳ୍ପ ନିର୍ମାଣ ଚାଲିଛି ।ତାହା ସେହି ଗର୍ତ୍ତ ସୃଷ୍ଟି କରିବାର କାରଣ ହୋଇପାରେ ।
Published by: Anand ST Das
First published: June 13, 2021, 10:41 PM IST