VIDEO: ଦୁର୍ଗା ମେଢ଼ ବିସର୍ଜନ କରୁଥିବା ଲୋକଙ୍କ ଉପରେ ଚଢ଼ିଗଲା ବେକାବୁ କାର୍; ଜଣେ ମୃତ, ୨୦ ଆହତ

Car crushes people going to immerse Durga idol in Chhattisgarh; video | ଭିଡିଓରେ ଦେଖାଯାଇଛି ଯେ ଶହ ଶହ ଲୋକ ଏକ ଶୋଭାଯାତ୍ରାରେ ମା’ ଦୁର୍ଗାଙ୍କ ମୂର୍ତ୍ତି ନେଇ ରାସ୍ତାରେ ଯାଉଥିବା ବେଳେ ଅଚାନକ ଏକ କାର୍ ପଛରୁ ତୀବ୍ର ବେଗରେ ଆସି ସେମାନଙ୍କ ଉପରେ ଚଢ଼ିଯାଇ ଆଗକୁ ବଢ଼ିଯାଉଛି ।

ଦୁର୍ଘଟଣାର ଏକ ଦୃଶ୍ୟ

ଦୁର୍ଘଟଣାର ଏକ ଦୃଶ୍ୟ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଛତିଶଗଡରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଯାଉଥିବା ଲୋକଙ୍କ ଉପରେ ଅଚାନକ ଏକ କାର୍‌ ଚଢ଼ିଯିବା ଯୋଗୁଁ ଚାରି ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଯଶପୁର ଜିଲ୍ଲାରେ ଘଟିଥିବା ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଘଟଣାର ଲାଇଭ୍‌ ଭିଡିଓ ଭାଇରାଲ୍‌ ହେଉଛି ।

ବେକାବୁ କାରଟି ଏକ ମେରୁନ୍‌ ରଙ୍ଗର ମହିନ୍ଦ୍ରା ଜାଇଲୋ ଥିଲା ଓ ସେଥିରେ ମଧ୍ୟ ପ୍ରଦେଶର ନମ୍ବର ପ୍ଲେଟ୍‌ ଲାଗିଥିଲା । ଏହି ଭୟଙ୍କର ଦୁର୍ଘଟଣା ଘଟାଇ କାରଟି ଖସି ପଳାଇବାକୁ ଚେଷ୍ଟା କରିଥିଲା ଓ ନିକଟସ୍ଥ ସୁଖରାପାରା ଅଞ୍ଚଳ ଅଭିମୁଖେ ପଳାଉଥିଲା । ହେଲେ ଉତ୍ତେଜିତ ସ୍ଥାନୀୟ ଲୋକେ କାର୍‌ ପଛରେ ଦୌଡ଼ିଥିଲେ ଓ ତାକୁ ରାସ୍ତା କଡ଼ରେ ନିଆଁରେ ଜଳୁଥିବା ଦେଖିଥିଲେ। କାରଟି ଗୋଟେ ଖାଳରେ ପଡ଼ିଥିଲା । ତା’ ଡ୍ରାଇଭର୍‌ ସାଇଡ୍‌ କବାଟ ଖୋଲାଥିଲା ଓ ପଛ ଝରକା ଭାଙ୍ଗିଯାଇଥିଲା ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ: ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ତାଙ୍କ ସାଙ୍ଗ ହୋଟେଲରେ ଲୁଚିଥିଲେ

ଭିଡିଓରେ ଦେଖାଯାଇଛି ଯେ ଶହ ଶହ ଲୋକ ଏକ ଶୋଭାଯାତ୍ରାରେ ମା’ ଦୁର୍ଗାଙ୍କ ମୂର୍ତ୍ତି ନେଇ ରାସ୍ତାରେ ଯାଉଥିବା ବେଳେ ଅଚାନକ ଏକ କାର୍‌ ପଛରୁ ତୀବ୍ର ବେଗରେ ଆସି ସେମାନଙ୍କ ଉପରେ ଚଢ଼ିଯାଇ ଆଗକୁ ବଢ଼ିଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଲୋକେ ଖୁବ୍‌ ଆକ୍ରୋଶିତ ହୋଇଥିଲେ । କାରଟି କାହିଁକି ଏମିତି କଲା ତାହା ଜଣା ପଡ଼ିନାହିଁ ।

ଏଇଠି ଦେଖନ୍ତୁ ସେହି ଭୟଙ୍କର ଭିଡିଓ:





ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୋବାଇଲ୍ଫୋନ୍ହେଲା କାଳ; ଗେମ୍ଖେଳିବାକୁ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର

ଆହତ ଲୋଙ୍କୁ ଚିକିତ୍ସା ପାଇଁ ପଥଲଗାଓଁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକେ ଏହି ଘଟଣାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ଓ ଥାନାକୁ ଘେରି ଯାଇଥିଲେ। ଏହି ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏହି ଭୟଙ୍କର ଘଟଣାର ଖବର ପାଇବା ମାତ୍ରେ କଲେକ୍ଟର୍‌ ରିତେଶ ଅଗ୍ରୱାଲ ଓ ଏସ୍‌.ପି. ବିଜୟ ଅଗ୍ରୱାଲ ପଥଲଗାଓଁରେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ । କଲେକ୍ଟର୍‌ ଓ ଏସ୍‌.ପି. ବିରୋଧ କରୁଥିବା ଲୋକଙ୍କ ସହ ଆଲୋଚନା କରିଥିଲେ ।



ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତାବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘ

ଦାୟିତ୍ୱହୀନତା ପାଇଁ ପଥଲଗାଓଁ ଥାନାର ଏ.ଏସ୍‌.ଆଇ. କେ.କେ. ସାହୁଙ୍କୁ ତୁରନ୍ତ ପ୍ରଭାବରେ ନିଲମ୍ବିତ କରିଛନ୍ତି ଏସ୍‌.ପି.। ଥାନା ଇନ-ଚାର୍ଜ ସନ୍ତଲାଲ ଆୟାମଙ୍କୁ ଲାଇନ୍‌ ହାଜର କରାଯାଇଛି । ଏକ କମିଟି ଗଠନ କରି ଏହି ଘଟଣାର ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି ଏସ୍‌.ପି.।

ଏହା ବି ପଢ଼ନ୍ତୁ | ଢେଙ୍କାନାଳ: ଟଙ୍କା ଭର୍ତ୍ତି ବ୍ୟାଙ୍କ୍ଗାଡି଼ ଲୁଟିଥିଲେ, ମାତ୍ର ଧରାପଡ଼ିଗଲେ; କୋଟି ଟଙ୍କା ଜବତ, ଗିରଫ

ଯଶପୁର ଏସ୍‌.ପି.ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ସାମିଲ୍‌ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ମଧ୍ୟ ପ୍ରଦେଶର ସିଙ୍ଗ୍ରାଉଲିର ବାସିନ୍ଦା । ସେମାନଙ୍କ ନାମ ବାବୁ ବିଶ୍ୱକର୍ମାଙ୍କ (ବୟସ ୨୧ ବର୍ଷ) ଓ ଶିଶୁପାଲ ସାହୁ (୨୬ ବର୍ଷ) ।
Published by:Anand S.T. Das
First published: