ରେଳ ଷ୍ଟେସନରେ କାର ଚଳାଇ ରିଲ୍ କରିବା ହେଲା ମହାଙ୍ଗା; ରୁଜୁ ହେଲା ମାମଲା

ରେଳ ଷ୍ଟେସନରେ କାର ଚଳାଇ ରିଲ୍ କରିବା ହେଲା ମହାଙ୍ଗା

ରେଳ ଷ୍ଟେସନରେ କାର ଚଳାଇ ରିଲ୍ କରିବା ହେଲା ମହାଙ୍ଗା

  • News18 Odia
  • Last Updated :
  • Uttar Pradesh, India
  • Share this:
News18 Odia Digital

Viral Video : ଏବେ ଯୁବ ପିଢିଙ୍କୁ ଘାରିଛି ରିଲ୍ କରିବାରେ । ଯେଉଁଠି ଦେଖିବେ ରିଲ୍ କରୁଛନ୍ତି ଯୁବ ପିଢି । ରିଲ୍ ତିଆରି କରିବାର ଏତେ କ୍ରେଜ୍ ବଢିଛି ଯେ ସେମାନେ ନିଜ ଜୀବନକୁ ତଥା ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇ କରୁଛନ୍ତି ରିଲ୍ । କେବଳ ଏତିକି ନୁହେଁ, ସେମାନେ ଜାତୀୟ ସମ୍ପତ୍ତିକୁ ମଧ୍ୟ ବିପଦରେ ପକାଇ କରୁଛନ୍ତି ରିଲ୍ ।

ଏହି କ୍ରମରେ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ କ୍ୟାଣ୍ଟ ରେଳ ଷ୍ଟେସନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଭିଯୁକ୍ତ ତାଙ୍କ ଏସୟୁଭି କାର ସହିତ ଷ୍ଟେସନର ପ୍ଲାଟଫର୍ମକୁ ଆସି ଏକ ରିଲ୍‌ ତିଆରି କରୁଥିଲା ।



ଆଗ୍ରା ରେଳ ବିଭାଗର ବାଣିଜ୍ୟିକ ପରିଚାଳକ ପ୍ରଶସ୍ତି ଶ୍ରୀବାସ୍ତବ କହିଛନ୍ତି ଯେ କ୍ୟାଣ୍ଟ ରେଳ ଷ୍ଟେସନ ପ୍ଲାଟଫର୍ମରେ କାର ଚଳାଉଥିବା ଏକ ଭିଡିଓ ଭାଇରାଲ ହୋଇଛି। ଯାହା ସୁରକ୍ଷା କ୍ଷେତ୍ରରେ ବିଫଳତା ସୃଷ୍ଟି କରିଛି । ଆମେ ଏହା ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେଇଛୁ । ତଦନ୍ତ ପରେ ଏହା ଜଣାପଡିଛି ଯେ ମାର୍ଚ୍ଚ ୮ରେ ରାତି ୧୧:୩୦ରେ ଏହି ଘଟଣା ଘଟିଛି । ସୁରକ୍ଷା ଅଭାବରୁ ଏହା ଘଟିଥିବା ସେ କହିଛନ୍ତି ।



ପଢନ୍ତୁ ଏହି ଖବର : http://ମୋଦିଙ୍କୁ ମିଳିବ କି ନୋବେଲ ଶାନ୍ତି ପୁରସ୍କାର? ଏମିତି ହିଣ୍ଟ ଦେଲେ ନୋବେଲ ପୁରସ୍କାର କମିଟି ସଦସ୍ୟ

ଶ୍ରୀବାସ୍ତବ କହିଛନ୍ତି ଯେ ତଦନ୍ତ ପରେ ଜଣାପଡ଼ିଲା ଯେ ଅଭିଯୁକ୍ତ ଜଣକ ଜଣେ ସୁନୀଲ କୁମାର ବୋଲି ଜଣାପଡିଛି । ତାଙ୍କ ବିରୋଧରେ ରେଳ ଆଇନର ଅନୁସାରେ ଧାରା 159 ଏବଂ 147 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଏହା ବ୍ୟତୀତ ଏହି ପ୍ରସଙ୍ଗରେ ଜଡିତ ରେଳ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Published by:Sujit Swain
First published: