ମହୀଶୁରରେ କାର ଦୁର୍ଘଟଣା; ଡ୍ରାଇଭର ଭାରସ୍ୟାମ ହରାଇଥିବା ସୂଚନା
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ; କର୍ଣ୍ଣାଟକ ମହୀଶୁର ନିକଟରେ ଏକ କାର ଦୁର୍ଘଟଣା ଘଟିଛି । କାରରେ ପ୍ରହଲାଦ ମୋଦି ଓ ତାଙ୍କର ପରିବାର ସଦସ୍ୟ ଥିଲେ । ଆଜି ମଧ୍ୟାହ୍ନ ସମୟରେ କାରରେ ଯାତ୍ରା କରୁଥିବା ସମୟରେ ଡ୍ରାଇଭର ଭାରସ୍ୟାମ ହରାଇଥିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । କାରରେ ଥିବା ସମସ୍ତ ସଦସ୍ୟ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କାରଟିର କିଛି ଅଂଶ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । କାରଟି ବାନ୍ଦିପୁରା ଯାଉଥିବା କୁହାଯାଉଛି ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । କିପରି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ପୋଲିସ ତଦନ୍ତ କରୁଛି । ତେବେ ଦୁର୍ଘଟଣାରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।