Bihar Elections 2020: ଜଣେ ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କୁ ଗୁଳି ମାରି ହତ୍ୟା କଲେ; ୩ ଗୁରୁତର

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ନିର୍ବାଚନ ପ୍ରଚାର କରିବାକୁ ବାହାରିଥିବା ନାରାୟଣ ଓ ତାଙ୍କ ସମର୍ଥକମାନଙ୍କ ଉପରେ ହଠାତ୍ ଦଶରୁ ପନ୍ଦର ଜଣ ସଶସ୍ତ୍ର ଲୋକ ଆକ୍ରମଣ କରିଥିଲେ । ସେମାନେ ଆଖିବୁଜା ଗୁଳି ଚଳାଇଥିଲେ ।

Bihar Elections 2020: ଜଣେ ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କୁ ଗୁଳି ମାରି ହତ୍ୟା କଲେ; ୩ ଗୁରୁତର
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 25, 2020, 1:12 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଶିବହର: ବିହାର ବିଧାନସଭା ନିର୍ବାଚନରେ (Bihar Assembly Elections 2020) ଏକ ବଡ଼ ଘଟଣା ଘଟିଛି । ଶିବହର ଜିଲ୍ଲାର ହଥସାର ଗ୍ରାମରେ ଜନତା ଦଳ ରାଷ୍ଟ୍ରବାଦୀର ପ୍ରାର୍ଥୀ ନାରାୟଣ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଗୁଳିକାଣ୍ଡରେ ତାଙ୍କର ଦୁଇରୁ ତିନି ଜଣ ସମର୍ଥକଙ୍କ ଦେହରେ ବି ଗୁଳି ଲାଗିଛି । ନାରାୟଣଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

ନିର୍ବାଚନ ଆଗକୁ ଥିବାରୁ ପ୍ରାର୍ଥୀ ନାରାୟଣ ସିଂ ଶିବହରର ହଥସାର ଗ୍ରାମକୁ ପ୍ରଚାର କରିବାକୁ ଯାଇଥିଲେ । ସେହି ସମୟରେ କିଛି ସଶସ୍ତ୍ର ଲୋକେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଆହତ ନାରାୟଣ ସିଂଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ସମୟରେ ସେ ମୃତ୍ୟୁ ବରଣ କରିଥିଲେ ।

ଦଶ ଜଣ ଆକ୍ରମଣକାରୀ ଥିଲେ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ନିର୍ବାଚନ ପ୍ରଚାର କରିବାକୁ ବାହାରିଥିବା ନାରାୟଣ ଓ ତାଙ୍କ ସମର୍ଥକମାନଙ୍କ ଉପରେ ହଠାତ୍ ଦଶରୁ ପନ୍ଦର ଜଣ ସଶସ୍ତ୍ର ଲୋକ ଆକ୍ରମଣ କରିଥିଲେ । ସେମାନେ ଆଖିବୁଜା ଗୁଳି ଚଳାଇଥିଲେ ।

ମୃତ ପ୍ରାର୍ଥୀ ନାରାୟଣ ସିଂ (ଫାଇଲ୍ ଫଟୋ)


ଏହି ଆକ୍ରମଣରେ ନାରାୟଣଙ୍କ ସମେତ ମୋଟ ପାଞ୍ଚ ଜଣଙ୍କ ଉପରେ ଗୁଳି ଲାଗିଥିଲା । ସେମାନଙ୍କ ମଧ୍ୟରୁ ନାରାୟଣଙ୍କ ସମେତ ତିନି ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ଏହା ବି ପଢ଼ନ୍ତୁ | ଭୋଜପୁରୀ ଅଭିନେତ୍ରୀ ମୋନାଲିସା ବଲିଉଡ ଅଭିନେତ୍ରୀମାନଙ୍କୁ ଟକ୍କର୍ ଦେବାକୁ ପ୍ରସ୍ତୁତ ଲାଗୁଛନ୍ତି

ଜଣେ ଆକ୍ରମଣକାରୀ ରାପଡ଼ିଲା

ଗୁଳି ଚଳାଇବା ପରେ ଆକ୍ରମଣକାରୀମାନେ ସେଠାରୁ ପଳାଇ ଯାଇଥିଲେ । ହେଲେ ଗ୍ରାମବାସୀମାନେ ସାହସ ଦେଖାଇ ସେମାନଙ୍କ ମଧ୍ୟରୁ ଜଣକୁ ଧରିବାରେ ସକ୍ଷମ ହୋଇଥିଲେ । ଗ୍ରାମବାସୀମାନେ ସେହି ଧରାପଡ଼ିଥିବା ଆକ୍ରମଣକାରୀକୁ ଭୀଷଣ ପିଟିଥିଲେ ।

ପୋଲିସ ଘଟଣାର ସୂଚନା ପାଇବା ପରେ ସେଠାରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିଲା । ଗ୍ରାମବାସୀମାନେ ଧରିଥିବା ସେହି ଆକ୍ରମଣକାରୀକୁ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି ।

ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

ଏହି ଘଟଣା ପରେ ପ୍ରାର୍ଥୀ ନାରାୟଣ ସିଂଙ୍କ ସହ ଉପସ୍ଥିତ ଥିବା ଅଭୟ କୁମାର କହିଛନ୍ତି ଯେ ପ୍ରଚାର ସମୟରେ ସେ ଗାଁରେ ଥିଲେ । ‘‘ଏହି ସମୟରେ ହଠାତ୍ ଦଶରୁ ୧୫ ଜଣ ବନ୍ଧୁକ ଧରିଥିବା ଲୋକ ସେଠି ଆସି ପହଞ୍ଚିଲେ ଓ ପାଟି କରି କହିଲେ ‘ମାରି ଦିଅ, ମାରି ଦିଅ’ । ଏହାରି ମଧ୍ୟରେ ହଠାତ୍ ଗୁଳି ଫୁଟିଥିଲା । ସେତେବେଳେ ମୁଁ ନେତାଜୀଙ୍କ ପଛରେ ଥିଲି । ନେତାଜୀଙ୍କୁ ଗୁଳି ଲାଗିଥିଲା ଓ ସେ ତଳେ ପଡ଼ିଯାଇଥିଲେ,’’ ସେ କହିଛନ୍ତି ।



ଅଭୟ କହିଛନ୍ତି ଯେ ତାଙ୍କ ଉପରେ ବି ଏକ ଗୁଳି ଲାଗିଥିଲା । ସେ କହିଛନ୍ତି ଯେ ଆକ୍ରମଣକାରୀମାନେ ଗୁଳିକାଣ୍ଡ ଘଟାଇ ସେଠାରୁ ପଳାଇ ଯାଇଥିଲେ । ତା’ପରେ ଘଟଣା ସ୍ଥଳରେ ବିଶୃଙ୍ଖଳାମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଆକ୍ରମଣ ପରେ ଅଭୟ ସିଂଙ୍କୁ ବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ । ସେଠାରେ ସେ ଏବେ ଚିକିତ୍ସିତ ହେଉଛନ୍ତି ।
Published by: Anand Shankar Thankur Das
First published: October 25, 2020, 1:12 AM IST
corona virus btn
corona virus btn
Loading