News18 Odia Digital
Medicine Expiry Date: ସାଧାରଣତଃ ଲୋକମାନେ ଔଷଧର ସମୟ ଅବଧିକୁ ନେଇ ବହୁତ ସର୍ତକ ରହିଥାନ୍ତି । ଯାହା ରହିବା ମଧ୍ୟ ଉଚିତ। କିନ୍ତୁ ଆପଣ ଜାଣନ୍ତିକି ଯଦି ଏକ୍ସପ୍ୟାରୀ (Expired)ହେବାର ଗୋଟେ ଦିନ ପରେ କୌଣସି ଔଷଧ ଖାନ୍ତି ତେବେ ଆପଣଙ୍କର କଣ ହେବ?
ଔଷଧ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ନିର୍ଦ୍ଦିଷ୍ଟ ରୋଗ ପାଇଁ ନିର୍ଦ୍ଦିଷ୍ଟ ଔଷଧ ପ୍ରସ୍ତୁତ କରାଯାଇଥାଏ। ଔଷଧ କିଣିବା ଓ ସେବନ ସମୟରେ କିଛି କଥାକୁ ଧ୍ୟାନରେ ରଖି ବ୍ୟବହାର କରିବା ଉଚିତ୍ ।କିଛି ଲୋକଙ୍କ ମତରେ ଏକ୍ସପ୍ୟାରି(Expired) ହୋଇଯାଇଥିବା ଔଷଧ ବିଷ ସଦୃଶ ହୋଇଥାଏ ଯାହାକୁ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରତିକ୍ରିୟା (Reaction)ମଧ୍ୟ ଦେଖା ଯାଇଥାଏ । ତେବେ ଏଭଳି ପରିସ୍ଥିତିରେ ଏକ୍ସପ୍ୟାରୀ ଔଷଧ ଖାଇବା ଦ୍ୱାରା ଜୀବନ ମଧ୍ୟ ଯାଇପାରେ ।
ମୁଁ କେବେଠୁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବା ଆରମ୍ଭ କରିବି?
ଏକ୍ସପ୍ୟାରୀ ଶେଷ ହୋଇଯାଇଥିବା ଔଷଧ ବିଷ କି?କୌଣସି ଔଷଧର ସମୟ ଅବଧି ୩୧ ମାର୍ଚ୍ଚରେ ଶେଷ ହେବା ପରେ ଏହାକୁ ୧ ଏପ୍ରିଲରେ କିମ୍ବା ଏହାପରେ ଖାଇହେବ କି? ତେବେ ଜାଣି ରଖନ୍ତୁ ଏକ୍ସପ୍ୟାରୀ ହେବା ସଙ୍ଗେ ସଙ୍ଗେ କୌଣସି ଔଷଧ ଖରାପ ହୁଏ ନାହିଁ । କିନ୍ତୁ ଏକ୍ସପ୍ୟାରୀ ସମୟ ଦେବାର କାରଣ ହେଉଛି ଦିଆଯାଇଥିବା ସମୟ ଅବଧି ପରେ ଔଷଧରେ କୌଣସି ଅସୁବିଧା ଦେଖାଦେଲେ ଫାର୍ମା କମ୍ପାନୀ ମାନେ ଦାୟୀ ହେବେ ନାହିଁ ।
ଯଦି ସମୟ ଶେଷ ହୋଇଯାଇଥିବା ଔଷଧ ଖାଇଛନ୍ତି ତେବେ କ'ଣ କରିବା ଉଚିତ୍ ?ୟୁଏସ ଫୁଡ ଏଣ୍ଡ ଡ୍ରଗ ଏଡମିନିଷ୍ଟ୍ରେସନ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଏକ୍ସପ୍ୟାରୀ ହୋଇଯାଇଥିବା ଔଷଧ ଖାଇବା ଉଚିତ୍ ନୁହେଁ । ଯଦି କେହିବି ଭୁଲବଶତଃ କେହି ଏକ୍ସପ୍ୟାରୀ ହୋଇଯାଇଥିବା ଔଷଧ ଖାଇଦେଇଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହାଛଡା ଔଷଧ ଗୁଡିକୁ ଛୋଟପିଲାଙ୍କ ଠାରୁ ଦୂରେଇ ରଖିବା ଆବଶ୍ୟକ ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।