Fact Check: କଣ କେନ୍ଦ୍ରୀୟ କର୍ମଚାରୀଙ୍କ ଅବସର ବୟସ କମାଇ ଦେବେ ମୋଦି ସରକାର?

Fact Check: ମୋଦି ସରକାର ଅବସର ଗ୍ରହଣ କରିବାର ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି ବୋଲି ଏକ ଖବରକୁ ନେଇ ବର୍ତ୍ତମାନ ବେଶ୍ ଚର୍ଚ୍ଚା ହେଉଛି। ଆସନ୍ତୁ ଜାଣିବା ଏହାର ବାସ୍ତବତା...

କଣ କେନ୍ଦ୍ରୀୟ କର୍ମଚାରୀଙ୍କ ଅବସର ବୟସ କମାଇ ଦେବେ ମୋଦି ସରକାର?

କଣ କେନ୍ଦ୍ରୀୟ କର୍ମଚାରୀଙ୍କ ଅବସର ବୟସ କମାଇ ଦେବେ ମୋଦି ସରକାର?

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Fact Check: ସୋସିଆଲ ମିଡ଼ିଆରେ (Social Media) ଏକ ହିନ୍ଦୀ ଖବରକାଗଜ ରିପୋର୍ଟର ସ୍କ୍ରିନସଟ ସେୟାର କରାଯାଉଛି। ଯେଉଁଥିରେ ଦାବି କରାଯାଇଛି ଯେ ମୋଦି ସରକାର (Modi Government) ଅବସର ଗ୍ରହଣ କରିବାର ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି।

ସେହିପରି ଅବସର ନେବାର ଦୁଇଟି ଉପାୟ ଅଛି। ବର୍ତ୍ତମାନ ଏହି ଖବରକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ (Central Government) ମଧ୍ୟରେ ବେଶ୍ ଚର୍ଚ୍ଚା ହେଉଛି।

ଆଜ୍ଞା ହଁ, ଏହି ଖବରରେ ଦାବି କରାଯାଇଛି ଯେ କର୍ମଚାରୀମାନେ ଦୁଇଟି ଉପାୟରେ ଅବସର ନେବେ। ୬୦ ବର୍ଷ ବୟସରେ କିମ୍ବା ୩୩ ବର୍ଷ ସେବା ସମାପ୍ତ ହେବା ପରେ।

ତାହା ହେଉଛି, ଯଦି କାହାର ୬୦ ବର୍ଷ ବୟସ ହୋଇନାହିଁ, କିନ୍ତୁ ୩୩ ବର୍ଷ ସେବା ସମାପ୍ତ କରିଛନ୍ତି, ତେବେ ସେ ଅବସର ଗ୍ରହଣ କରିବେ। ଆପଣଙ୍କ ବି ଏହି ଖବର ଶୁଣି ଡରିଗଲେ ନା। ତେବେ ଆସନ୍ତୁ ଜାଣିବା ଏହାର ବାସ୍ତବତା।

ପଢ଼ନ୍ତୁ ଏହି ଖବର:  କର୍ମଚାରୀଙ୍କୁ ଆଶ୍ବସ୍ତି; ପୁରୁଣା ପେନସନ୍‌କୁ ନେଇ ଖୁସି ଖବର ଦେଲେ ମୋଦି ସରକାର

ଏହି ଖବରକୁ ବାସ୍ତବରେ ଯାଞ୍ଚ କରାଯାଇଛି। ଯାଞ୍ଚରେ ଏହି ଦାବି ସମ୍ପୂର୍ଣ୍ଣ ନକଲି ବୋଲି କୁହାଯାଉଛି। କଥାଟି ହେଲା ଯେ ଭାଇରାଲ ହେଉଥିବା ସ୍କ୍ରିନସଟ ହେଉଛି ୨୦୧୯ରେ ଖବରକାଗଜରେ ପ୍ରକାଶିତ ଏକ ଖବର।

ପଢ଼ନ୍ତୁ ଏହି ଖବର:  EPFO: ଅବସରପ୍ରାପ୍ତ ପରେ ମିଳିବ ୭ ହଜାର ଟଙ୍କାରୁ ଅଧିକ ପେନସନ୍; ଜାଣନ୍ତୁ କେମିତି...

ଯେଉଁଥିରେ କେନ୍ଦ୍ର ସରକାରଙ୍କ ଅବସର ଯୋଜନା ବିଷୟରେ ଭିତ୍ତିହୀନ କଳ୍ପନାଜଳ୍ପନା କରାଯାଇଥିଲା। ସମାନ ଖବର ପୁଣି ତାରିଖ ବଦଳାଇ ଭାଇରାଲ ହେବାରେ ଲାଗିଛି। ଅବସର ବୟସର ପରିବର୍ତ୍ତନକୁ ନେଇ କେନ୍ଦ୍ର ସରକାରଙ୍କ ଏପରି କୌଣସି ଯୋଜନା ଏପର୍ଯ୍ୟନ୍ତ କରିନାହାଁନ୍ତି।
Published by:Lipina Das
First published: