ଗଞ୍ଜେଇ ଚାଲାଣ: ‘‘ଆର୍ୟନ୍ ଖାନଙ୍କ ପରି ଆମାଜନ୍ ଅଧିକାରୀମାନଙ୍କୁ କାହିଁକି ଗିରଫ କରାଯାଉନି?’’

CAIT wants Amazon officials arrested for ganja supply | ନଭେମ୍ବର ୧୪ ତାରିଖରେ ମଧ୍ୟ ପ୍ରଦେଶ ପୋଲିସ ଗଞ୍ଜେଇ ଜବତ କରିବା ପରେ NDPS ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା । ଇ-କମର୍ସ ପୋର୍ଟାଲ୍ ଆମାଜନ୍ ମାଧ୍ୟମରେ ଏହି ଗଞ୍ଜେଇ ଯୋଗାଇ ଦିଆଯାଇଥିଲା ।

ଆମାଜନ୍ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ସର୍ବସାଧାରଣରେ ମନ୍ତବ୍ୟ ଦେଇ ନାହିଁ । (ପ୍ରତୀକାତ୍ମକ ଛବି)

ଆମାଜନ୍ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ସର୍ବସାଧାରଣରେ ମନ୍ତବ୍ୟ ଦେଇ ନାହିଁ । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ୍‌ (Amazon) ଦ୍ୱାରା ପାର୍ସଲରେ ଗଞ୍ଜେଇ ଯୋଗାଇ ଦିଆଯାଉଥିବା ଖବର ଆସିବା ପରେ ଏହି କମ୍ପାନୀ ବିରୁଦ୍ଧରେ ପ୍ରତିବାଦର ସ୍ୱର ତୀବ୍ର ହେବାକୁ ଲାଗିଛି । ଆମାଜନର ଅଧିକାରୀମାନଙ୍କୁ ଗିରଫ କରିବାକୁ ଦାବି କରିଛି ବ୍ୟବସାୟୀମାନଙ୍କ ସଙ୍ଘ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ।

CAIT ଏକ ବିବୃତିରେ କହିଛି ଯେ NDPS ଆଇନ୍‌ ଅନୁଯାୟୀ ପଞ୍ଜୀକୃତ ହେଉଥିବା ଡ୍ରଗ୍ କାରବାର ମାମଲାରେ କର୍ତ୍ତୃପକ୍ଷ ଭେଦଭାବ ପ୍ରଦର୍ଶନ କରୁଛନ୍ତି । ବ୍ୟବସାୟୀମାନଙ୍କ ଏହି ସଂସ୍ଥା ଆମାଜନ୍‌ ଦ୍ୱାରା ଗଞ୍ଜେଇ ଚାଲାଣକୁ ଆର୍ଯ୍ୟନ୍ ଖାନ୍ ମାମଲା (Aryan Khan case) ସହିତ ତୁଳନା କରିଛି ଓ କହିଛି ଯେ ମଧ୍ୟ ପ୍ରଦେଶ ମାମଲାରେ କର୍ତ୍ତୃପକ୍ଷ ସମାନ ତତ୍ପରତା ଦେଖାଇବା ଉଚିତ୍ । ଏନ୍‌.ଡି.ପି.ଏସ୍‌. ଆଇନ୍‌ ଅନୁସାରେ କେନ୍ଦ୍ର ସରକାରୀ ଏଜେନ୍ସିଗୁଡ଼ିକର ରାଜ୍ୟ ସରକାର ଓ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିବାର ଅଧିକାର ଅଛି ବୋଲି ଦର୍ଶାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଏହି ପ୍ରସଙ୍ଗ ଉପରେ ଦୃଷ୍ଟି ଦେବାକୁ ଆହ୍ୱାନ କରିଛି CAIT ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମାଲକାନଗିରିରେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍; ବର ପିତାଙ୍କ ସମେତ ଜଣଙ୍କ ପ୍ରାଣ ଗଲା

ନଭେମ୍ବର ୧୪ ତାରିଖରେ ମଧ୍ୟ ପ୍ରଦେଶ ପୋଲିସ ଭିଣ୍ଡ୍‌ ଜିଲ୍ଲାର ଗଞ୍ଜେଇ ଜବତ କରିବା ପରେ ଏନ୍‌.ଡି.ପି.ଏସ୍‌. ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା । ନିଷିଦ୍ଧ ପଦାର୍ଥ ଗଞ୍ଜେଇ ଇ-କମର୍ସ ପୋର୍ଟାଲ୍‌ ଆମାଜନ୍‌ ମାଧ୍ୟମରେ ଯୋଗାଇ ଦିଆଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସମ୍ବଲପୁରରେ ନିଜ ମାସାମନାରେ କୂଅ ଭିତରେ ପଡ଼ି ମରିଗଲେ ଦୁଇ ଭେଣ୍ଡିଆ ପୁଅ

ଆମାଜନ୍‌ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ସର୍ବସାଧାରଣରେ ମନ୍ତବ୍ୟ ଦେଇ ନାହିଁ, କିନ୍ତୁ ବିକ୍ରେତାଙ୍କ ଦ୍ୱାରା ନିୟମଗୁଡ଼ିକର ଅନୁପାଳନରେ କୌଣସି ଭୁଲ୍‌ ହୋଇଛି କି ନାହିଁ ତା’ର ତଦନ୍ତ କରୁଛି ବୋଲି କମ୍ପାନୀ ଏକ ପୂର୍ବ ବିବୃତ୍ତିରେ କହିଛି। ଏମିତି ଏକ ମାମଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆନ୍ଧ୍ର ପ୍ରଦେଶ ପୋଲିସ ବିଶାଖାପାଟନମରେ ୪୮ କିଲୋଗ୍ରାମ୍‌ ଗଞ୍ଜେଇ ଜବତ କରିଛି ଓ ଆମାଜନ୍‌ ମାଧ୍ୟମରେ ସାରା ଦେଶରେ ଗଞ୍ଜେଇ ବିକ୍ରି କରୁଥିବା ତିନି ଜଣ ଲୋକଙ୍କୁ ଗିରଫ କରିଛି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ଡବଲ୍ମର୍ଡ଼ର: ନାବାଳକ ପୁଅ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ; ପୋଲିସ ନିକଟରେ ସ୍ୱୀକାର କଲା

ଯଦିଓ ଏନ୍‌.ଡି.ପି.ଏସ୍. ଆଇନର ଦଫା ୩୮ ଅନୁଯାୟୀ ଭିଣ୍ଡରେ ପଞ୍ଜୀକୃତ ହୋଇଥିବା ମାମଲା ଯୋଗାଣକୁ ସୁଗମ କରିଥିବା ଅଭିଯୋଗରେ ଆମାଜନ କମ୍ପାନୀର ନାମ ଅଛି, CAIT କହିଛି ଯେ ଏହି ଇ-ପୋର୍ଟାଲରେ ନିୟୋଜିତ ଥିବା କୌଣସି ବ୍ୟକ୍ତିଙ୍କୁ ପୋଲିସ ଏ ପର୍ଯ୍ୟନ୍ତ ଗିରଫ କରି ନାହିଁ । ନିଶା କାରବାର ସହ ଜଡିତ ଏକ ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ବିଷୟ ପାଇଁ ଏହା ଦୁଃଖର ବିଷୟ ବୋଲି CAIT କହିଛି ।

ଏହା ବି ପଢ଼ନ୍ତୁ | ‘‘ସରିଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର କଲେଜ୍ ଛାତ୍ରୀ

‘‘ପୋଲିସ ଦ୍ୱାରା ଭେଦଭାବ କରାଯାଉଛି । ହ୍ୱାଟସ୍ ଆପ୍ ଚାଟ୍ ଆଧାରରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରିବାରେ ଏନ୍‌.ସି.ବି. “ସମୟ ନଷ୍ଟ କରି ନ ଥିଲା”, କିନ୍ତୁ ଆମାଜନ୍‌ ବିରୋଧରେ ମାମଲା ରୁଜୁ ହେବା ପରେ ଓ Eମାଜନ କମ୍ପାନୀର ଅଧିକାରୀମାନଙ୍କ ନାମ ଆସିବା ପରେ ବି ପୋଲିସ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ,’’ କହିଛନ୍ତି CAITର ଜାତୀୟ ସଭାପତି ବି.ସି. ଭରତିଆ ।
Published by:Anand S.T. Das
First published:
)}