PMଙ୍କୁ ଚିଠି: ‘ଇ-କମର୍ସ କମ୍ପାନୀଗୁଡ଼ିକ FDI ନୀତି ଉଲ୍ଲଙ୍ଘନ କରୁଛନ୍ତି; MSMEକୁ ଆଘାତ ହେଉଛି’
ଆମାଜନ ଓ ଫ୍ଲିପକାର୍ଟ ବିରୁଦ୍ଧରେ ଅଭିଯାନ ଚଳାଇଥିବା CAIT କହିଛି ଇ-ବାଣିଜ୍ୟ କମ୍ପାନୀଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଛୋଟ ବ୍ୟବସାୟୀମାନେ ଅନଲାଇନରେ କାମ କରିବାରେ ଅସୁବିଧାର ସାମନା କରୁଛନ୍ତି ।

ଇ-ବାଣିଜ୍ୟ କମ୍ପାନୀଗୁଡ଼ିକ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରୁଛି CAIT ।
- News18 Odia
- Last Updated: November 29, 2020, 9:52 PM IST
ନୂଆ ଦିଲ୍ଲୀ: ଅକୁତ ସମ୍ପତ୍ତି ଥିବା ବଡ଼ ଇ-କମର୍ସ କମ୍ପାନୀଗୁଡିକ ନିୟମର ଅବମାନନା କରି ତଥା ଏଫଡିଆଇ ନୀତି ଉଲ୍ଲଙ୍ଘନ କରି ଭାରତର ଇ-ବାଣିଜ୍ୟ (e-commerce) ବ୍ୟବସାୟ ଏବଂ ଖୁଚୁରା ବାଣିଜ୍ୟକୁ (retail trade) ଏକଚାଟିଆ କରିବା ପାଇଁ ସବୁ ପ୍ରୟାସ କରୁଛନ୍ତି ବୋଲି ବ୍ୟବସାୟୀମାନଙ୍କ ସଂସ୍ଥା କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ (Prime Minister Narendra Modi) ରବିବାର ଦିନ ଏକ ଚିଠି ଲେଖି କହିଛି ।
ବର୍ଷ ବର୍ଷ ଧରି ଆମାଜନ ଓ ଫ୍ଲିପକାର୍ଟ ବିରୁଦ୍ଧରେ ଅଭିଯାନ ଚଳାଇଥିବା CAIT କହିଛି ଯେ ଇ-ବାଣିଜ୍ୟ କମ୍ପାନୀଗୁଡ଼ିକ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଯୋଗୁଁ ଛୋଟ ବ୍ୟବସାୟୀମାନେ ଅନଲାଇନରେ କାର୍ଯ୍ୟ କରିବାରେ ଅନେକ ବାଧାବିଘ୍ନର ସାମନା କରୁଛନ୍ତି ।
ଏହା ବି ପଢ଼ନ୍ତୁ | ବାହାଘର ସିଜିନରେ ସୁନା ଓ ରୂପାର ଦାମ୍ ବଦଳିଲା; ଜାଣନ୍ତୁ ଆପଣଙ୍କ ସହରରେ ନୂଆ ଦାମ୍
ଗତ ବର୍ଷ ମୋଦୀ ସରକାର ଏଫଡିଆଇ ନେଇଥିବା ଇ-କମର୍ସ କମ୍ପାନୀଗୁଡ଼ିକୁ ନିୟମର ଅନୁପାଳନ ନିଶ୍ଚିତ କରୁଥିବା ନେଇ ଏକ ରିପୋର୍ଟ ପ୍ରସ୍ତୁତ ରଖିବାକୁ କହିଥିଲେ । ପ୍ରତି ବର୍ଷ ସେପ୍ଚେମ୍ବର ୩୦ ସୁଦ୍ଧା ଇ-କମର୍ସ କମ୍ପାନୀଗୁଡ଼ିକୁ ଅନୁମତିପ୍ରାପ୍ତ ଅଡ଼ିଟରଙ୍କ ଦ୍ୱାରା ପୂର୍ବ ଆର୍ଥିକ ବର୍ଷର ଏକ ରିପୋର୍ଟ ପ୍ରସ୍ତୁତ କରି ଏଫ.ଡି.ଆଇ. ନିୟମର ଅନୁପାଳନ କରିବା ସୁନିଶ୍ଚିତ କରିବା ଉଚିତ ବୋଲି ଅର୍ଥ ମନ୍ତ୍ରାଳୟର ଡିସେମ୍ବର ୫, ୨୦୧୯ର ଏକ ବିଜ୍ଞପ୍ତିରେ କୁହାଯାଇଥିଲା ।