ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ; ନିଆଗଲା ୩ ଟି ବଡ଼ ନିଷ୍ପତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଵୈଠକରେ ଆତ୍ମନିର୍ଭରଶୀଳ ଭାରତର ଅବଧାରଣାକୁ ପ୍ରୋତ୍ସାହିତ କରିବା ପାଇଁ ୩ ଟି ନିଷ୍ପତ୍ତି ନିଆଯାଇଛି । ଏଥିମଧ୍ୟରେ ସୋଲାର PV ପାଇଁ PLI ଯୋଜନା ବିସ୍ତାର କରିବାକୁ ନିଷ୍ପତ୍ତି ନିଆଯାଇଛି ।

ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ; ନିଆଗଲା ୩ ଟି ବଡ଼ ନିଷ୍ପତ୍ତି

ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ; ନିଆଗଲା ୩ ଟି ବଡ଼ ନିଷ୍ପତ୍ତି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଵୈଠକରେ ଆତ୍ମନିର୍ଭରଶୀଳ ଭାରତର ଅବଧାରଣାକୁ ପ୍ରୋତ୍ସାହିତ କରିବା ପାଇଁ ୩ ଟି ନିଷ୍ପତ୍ତି ନିଆଯାଇଛି । ଏଥିମଧ୍ୟରେ ସୋଲାର PV ପାଇଁ PLI ଯୋଜନା ବିସ୍ତାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥି ସହିତ, ସେମିକଣ୍ଡକ୍ଟର ଉତ୍ପାଦନର ତିନୋଟି ଯୋଜନାରେ ଫ୍ଲାଟ ୫୦ ପ୍ରତିଶତ ପ୍ରୋତ୍ସାହନ ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏଥି ସହ କ୍ୟାବିନେଟ ଵୈଠକରେ ସରକାର ଜାତୀୟ ଲଜିଷ୍ଟିକ୍ ନୀତିକୁ ଅନୁମୋଦନ କରିଛନ୍ତି ।

କ୍ୟାବିନେଟ ବଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ସରକାର ସୋଲର ପିଭି ମଡ୍ୟୁଲ ଟ୍ରାନ୍ସ-୨ ପାଇଁ ପିଏଲଆଇ ଯୋଜନାକୁ ଅନୁମୋଦନ କରିଛନ୍ତି ଏବଂ ଏଥିପାଇଁ ୧୯,୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ନିଷ୍ପତ୍ତି ସହିତ ଦେଶରେ ସୋଲାର ପ୍ୟାନେଲ ଉତ୍ପାଦନ ବୃଦ୍ଧି ପାଇବ ।

ସେମିକଣ୍ଡକ୍ଟର୍ସ, ଡିସ୍ପ୍ଲେ ଉତ୍ପାଦନ ସମ୍ବନ୍ଧୀୟ ସଂଶୋଧନଗୁଡ଼ିକୁ ଅନୁମୋଦନ
ସେମିକଣ୍ଡକ୍ଟର୍ସ ଓ ଡିସ୍ପ୍ଲେ ଉତ୍ପାଦନ ଇକୋସିଷ୍ଟମ ବିକାଶ ପାଇଁ କ୍ୟାବିନେଟ ସଂଶୋଧନକୁ ମଞ୍ଜୁରୀ ଦେଇଛି । ଟେକ୍ନୋଲୋଜି ନୋଡ ସହିତ କମ୍ପାଉଣ୍ଡ ସେମିକଣ୍ଡକ୍ଟର୍ସ, ପ୍ୟାକେଜିଂ ଓ ଅନ୍ୟାନ୍ୟ ସେମିକଣ୍ଡକ୍ଟର୍ସ ସୁବିଧା ପାଇଁ ୫୦% ପ୍ରୋତ୍ସାହନ ଦିଆଯିବ । ଏହା ୨ ଲକ୍ଷ ଲୋକଙ୍କୁ ସିଧାସଳଖ ନିଯୁକ୍ତି ଓ ୮ ଲକ୍ଷ ଲୋକଙ୍କୁ ପରୋକ୍ଷରେ ରୋଜଗାର ଯୋଗାଇବ ।
Published by:Soubhagya Mishra
First published: