୧୭ଟି ଫସଲ ପାଇଁ ଧାର୍ଯ୍ୟ ହେଲା MSP; ଜାଣନ୍ତୁ କେତେ ବୃଦ୍ଧି ହେଲା

କେନ୍ଦ୍ର ସରକାର ଧାନ ସମେତ ୧୭ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି । ଧାନର ଏମଏସପି କ୍ବିଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୨୦୪୦ ଟଙ୍କାରେ ପହଞ୍ଚିଛି ।

ମନ୍ତ୍ରୀ ଅନୁରାଗ ଠାକୁର (ପ୍ରତୀକାତ୍ମକ ଛବି)

ମନ୍ତ୍ରୀ ଅନୁରାଗ ଠାକୁର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କ୍ୟାବିନେଟ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ୨୦୧୪ ପୂର୍ବରୁ ୧-୨ ଫସଲ ଉପରେ କ୍ରୟ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବା ପରେ ବଳକା ଫସଲ  ମଧ୍ୟ ଏଥିରେ ଯୋଡି ହୋଇ ଚାଷୀଙ୍କ ଆୟ ମଧ୍ୟ ବୃଦ୍ଧି ପାଇଛି। କେନ୍ଦ୍ର ସରକାର ଧାନ ସମେତ ୧୭ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି ।

କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ୨୦୨୨-୨୩ ଖରିଫ ଋତୁ ପାଇଁ ସରକାର ୧୭ଟି ଫସଲର ଏମଏସପି ବୃଦ୍ଧି କରିଛନ୍ତି । ଏମଏସପି ବୃଦ୍ଧି ଦ୍ବାରା କୃଷକଙ୍କ ଆୟ ଆହୁରି ବୃଦ୍ଧି ପାଇବ । ସାଧାରଣ ଗ୍ରେଡ୍ ଧାନର ଏମଏସପି କ୍ବିଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୨୦୪୦ ଟଙ୍କାରେ ପହଞ୍ଚିଛି । ସେହିପରି ଏ-ଗ୍ରେଡ ଧାନର ଏମଏସପି ୨୦୬୦ ଟଙ୍କାକୁ ବୃଦ୍ଧି ପାଇଛି ।ସେହିପରି ମକା, ମୁଗ, ହରଡ, ମାଣ୍ଡିଆ, ଚିନାବାଦାମ, ବିରି ଆଦି ଫସର ଏମଏସପି ମଧ୍ୟ ବୃଦ୍ଧି କରାଯାଇଛି ।

ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ଯୋଗୁଁ ଧାନ ଉତ୍ପାଦନ ବୃଦ୍ଧି ପାଇବା ଆଶା କରାଯାଉଛି । ମାତ୍ର ଅନ୍ତର୍ଜାତୀୟ ବଜାରରେ ରାସାୟନିକ ସାର ପାଇଁ ଉଦ୍ଦିଷ୍ଟ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶରେ ସାର ମହଙ୍ଗା ହୋଇଛି । ଏହା ଯୋଗୁଁ ଚାଷୀଙ୍କ ଖର୍ଚ୍ଚ ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ଧାନର ଏମଏସପି ବୃଦ୍ଧି କରାଯାଇଥିବା କୁହାଯାଇଛି ।
Published by:Soumya Das
First published: