୧୨ଟି ରାଜ୍ୟରେ ୫୬ଟି ଆସନର ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା; କେରଳ ଓ ପଶ୍ଚିମ ବଙ୍ଗକୁ ନେଇ ହୋଇ ନାହିଁ ନିଷ୍ପତ୍ତି

ଭାରତର ନିର୍ବାଚନ ଆୟୋଗ (Election Commission Of India) ମଙ୍ଗଳବାର ଦିନ ୧୨ଟି ରାଜ୍ୟରେ ୫୬ଟି ବିଧାନସଭା ଆସନ ଓ ବିହାରରେ ଗୋଟିଏ ଲୋକସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ।

୧୨ଟି ରାଜ୍ୟରେ ୫୬ଟି ଆସନର ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା; କେରଳ ଓ ପଶ୍ଚିମ ବଙ୍ଗକୁ ନେଇ ହୋଇ ନାହିଁ ନିଷ୍ପତ୍ତି
୧୨ଟି ରାଜ୍ୟରେ ୫୬ଟି ଆସନର ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା
  • News18 Odia
  • Last Updated: September 29, 2020, 3:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ (Election Commission Of India) ମଙ୍ଗଳବାର ଦିନ ଦେଶର ୧୨ଟି ରାଜ୍ୟରେ ୫୬ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ଉପ-ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗ ଓ କେରଳ ଆସନରେ ଉପ-ନିର୍ବାଚନ (By Polls) ପାଇଁ କମିଶନ ତାରିଖ ଘୋଷଣା କରିନାହାଁନ୍ତି । ଏହା ବ୍ୟତୀତ ଉତ୍ତରପ୍ରଦେଶର ସ୍ୱର ଆସନରେ ଉପ-ନିର୍ବାଚନ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନାହିଁ ।

ଆୟୋଗଙ୍କ ଅନୁଯାୟୀ ବିହାରର ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ ଓ ମଣିପୁରର ୨ଟି ବିଧାନସଭା ଆସନରେ ଉପ-ନିର୍ବାଚନ ୭ ନଭେମ୍ବରରେ ଅନୁଷ୍ଠିତ ହେବ । ଯେତବେଳେ କି ଛତିଶଗଡ଼, ଗୁଜୁରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ଏମପି, ନାଗାଲାଣ୍ଡ, ଓଡ଼ିଶା, ତେଲେଙ୍ଗାନା, ୟୁ.ପିର ୫୩ଟି ବିଧାନସଭା ଆସନରେ ଉପ-ନିର୍ବାଚନ ୩ ନଭେମ୍ବରରେ ହେବ । ଏହି ସମସ୍ତ ଆସନ ପାଇଁ ଭୋଟ୍ ଗଣନା ବିହାର ନିର୍ବାଚନ ସହିତ ନଭେମ୍ବର ୧୦ ରେ କରାଯିବ ।

ଏହାପୂର୍ବରୁ ଆୟୋଗ ବିହାର ବିଧାନସଭା ନିର୍ବାଚନ ଘୋଷଣା କରିଥିଲେ । ବିହାର ନିର୍ବାଚନର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେବା ପରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା କହିଛନ୍ତି ଯେ ନିର୍ବାଚନ ଆୟୋଗ ସେପ୍ଟେମ୍ବର ୨୯ ରେ ବାକି ରାଜ୍ୟରେ ଉପ-ନିର୍ବାଚନ ଘୋଷଣା କରିବ ।

ମଧ୍ୟପ୍ରଦେଶର ୨୭ଟି ଆସନରେ ହେବ ଉପ-ନିର୍ବାଚନ
ମଧ୍ୟପ୍ରଦେଶର ୨୨ଟି ଆସନରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକମାନେ ଇସ୍ତଫା ଦେଇ କମଲ ନାଥ ସରକାରଙ୍କୁ ମାର୍ଚ୍ଚରେ ଭାଙ୍ଗି ଦେଇଥିଲ । ଯେତବେଳେ କି ଦୁଇଟି ସିଟ୍ ବିଜେପି ବିଧାୟକଙ୍କ ମୃତ୍ୟୁ ପରେ ଖାଲି ପଡିଛି । ନିକଟରେ କଂଗ୍ରେସ ହାତ ଛାଡ଼ି ତିନିଜଣ ବିଧାୟକ ପ୍ରଦ୍ୟୁମାନ ସିଂ ଲୋଧି, ସୁମିତ୍ରା ଦେବୀ ଓ ନାରାୟଣ ପଟେଲ ଇସ୍ତଫା ଦେଇ ବିଜେପିରେ ସଦସ୍ୟତା ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ୨୭ଟି ବିଧାନସଭା ଆସନ ଖାଲି ଅଛି ଯେଉଁଥିରେ ନଭେମ୍ବର ୩ରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ ଓ ୧୦ ତାରିଖ ସୁଦ୍ଧା ଫଳାଫଳ ଆସିଯିବ ।

ଏହି ଆସନଗୁଡିକ ମଧ୍ୟ ଉପ-ନିର୍ବାଚନ ହେବ
ୟୁପିରେ ମାଲହାନି - ଜୋନପୁର, ବଙ୍ଗରମାଓ - ଉନ୍ନାଓ, ଦେଓରିଆ, ତୁଣ୍ଡଲା - ଫିରୋଜୋବାଦ୍, ବୁଲନ୍ଦଶାହାର, ଘାଟପୁର - କାନପୁର ଓ ନାଉଙ୍ଗଭ ସାଦତ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ୟୁପିରେ ଥିବା ଏହି ୮ଟି ସିଟ୍ ମଧ୍ୟରୁ ୫ଟି ସିଟ୍ କାର୍ଯ୍ୟରତ ବିଧାୟକଙ୍କ ମୃତ୍ୟୁ ଯୋଗୁଁ ଖାଲି ରହିଛି । ଏଠାରେ ୪ଜଣ BJP ଜଣ ବିଜେପି ବିଧାୟକ ଓ ଜଣେ ଏସପି ବିଧାୟକ ଥିଲେ । ବିଧାୟକଙ୍କ ସଦସ୍ୟତା ସମାପ୍ତ ହେତୁ ଦୁଇଟି ସିଟ୍ ଖାଲି ଅଛି । ଏଥିମଧ୍ୟରୁ ଗୋଟିଏ ବିଜେପି ଓ ଗୋଟିଏ ସପାର ହୋଇଥିବାବେଳେ ଗୋଟିଏ ସିଟ୍ ତୁଣ୍ଡଲା ବିଧାୟକ ଏସପି ବାଗେଲ ୨୦୧୯ ମସିହାରେ ସାଂସଦ ହୋଇଥିବା ଯୋଗୁଁ ଖାଲି ପଡିଛି ।
Published by: Jagdish Barik
First published: September 29, 2020, 3:37 PM IST
corona virus btn
corona virus btn
Loading