Byelection results: ମୋକାମାଠାରୁ ଜିତିଲା ଆରଜେଡି; ୟୁପି ଏବଂ ଓଡ଼ିଶାରେ ବିଜେପି ଆଗୁଆ

ଦେଶର ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଗୁରୁବାର ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଛି।

୬ଟି ରାଜ୍ୟରେ ୭ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା

୬ଟି ରାଜ୍ୟରେ ୭ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଦେଶର ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଗୁରୁବାର ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଛି। ରାଷ୍ଟ୍ରିୟ ଜନତା ଦଳ ପ୍ରାର୍ଥୀ ନୀଲମ ଦେବୀ ବିହାରର ମୋକମା ବିଧାନସଭା ଆସନରୁ ଜିତିଛନ୍ତି। ଏଥି ସହିତ ବିହାରର ଗୋପାଳଗଞ୍ଜ ବିଧାନସଭା ଆସନରେ ବିଜେପି ଆଗୁଆ ରହିଛି। ବିଜେପି ପ୍ରାର୍ଥୀ କୁସୁମ ଦେବୀ ଆରଜେଡି ପ୍ରାର୍ଥୀଙ୍କୁ ୨୧୮୪ ଭୋଟରେ ପରାସ୍ତ କରିଛନ୍ତି। କୁସୁମ ଦେବୀ ୭୦ହଜାର ୫୩ ଭୋଟ ପାଇଥିବାବେଳେ ଆରଜେଡି ପ୍ରାର୍ଥୀ ୬୭ ହଜାର ୮୭/ ଭୋଟ ପାଇଛନ୍ତି ।

ଏଥିସହ ଉତ୍ତରପ୍ରଦେଶର ଗୋଲା ଗୋକର୍ଣ୍ଣନାଥ ଆସନରେ ବିଜେପି ପ୍ରାର୍ଥୀ ଜିତିଛନ୍ତି। ବିଜେପିର ଅମନ ଗିରି ୩୩ ହଜାର ଭୋଟରେ ଜିତିଛନ୍ତି। ସେ ସିଧାସଳଖ ପ୍ରତିଯୋଗିତାରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ବିନୟ ତିୱାରୀଙ୍କୁ ପରାସ୍ତ କରିଛନ୍ତି। ଗୁରୁବାର ଦିନ ୬ଟି ରାଜ୍ୟରେ ସାତୋଟି ଆସନ, ଉତ୍ତରପ୍ରଦେଶର ଗୋଲା ଗୋକର୍ଣନଥ ବିହାରର ମୋକମା ଏବଂ ଗୋପାଳଗଞ୍ଜ, ମହାରାଷ୍ଟ୍ରର ଆନ୍ଧେରି ପୂର୍ବ, ତେଲେଙ୍ଗାନାର ମୁନୁଗୋଡେ, ଓଡ଼ିଶାର ଧାମନଗର ଏବଂ ହରିୟାଣାର ଆଦମପୁର ବିଧାନସଭା ଆସନ ପାଇଁ ଭୋଟ୍ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ଆଦାମପୁରରେ ଭୋଟରଙ୍କ ସଂଖ୍ୟା ୭୫.୨୫ ପ୍ରତିଶତ ଥିବାବେଳେ ୩୧.୭୪ ପ୍ରତିଶତ (ଆନ୍ଧେରି ପୂର୍ବ), ୬୬.୩ ପ୍ରତିଶତ (ଧାମନଗର), ୫୫.୬୮ ପ୍ରତିଶତ (ଗୋଲା ଗୋକର୍ଣ୍ଣନାଥ), ୪୮.୩୫ ପ୍ରତିଶତ (ଗୋପାଳଗଞ୍ଜ), ୫୨.୪୭ ପ୍ରତିଶତ ଶତକଡ଼ା (ମୋକମା) ଆସନରେ ମତଦାନ ହୋଇଥିଲା ।
Published by:Soumyashree Mishra
First published: