ମଧ୍ୟପ୍ରଦେଶରେ ବସ-କାର ମୁହାଁମୁହିଁ; ୧୧ଜଣ ମୃତ

ମଧ୍ୟପ୍ରଦେଶର ବେତୁଲରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଵସ-କାର ମୁହାଁମୁହିଁ (ପ୍ରତୀକାତ୍ମକ ଛବି)

ଵସ-କାର ମୁହାଁମୁହିଁ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Madhypradesh Bus Accident: ମଧ୍ୟପ୍ରଦେଶର ବେତୁଲରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଜାଲାର ପୋଲିସ ଥାନା ନିକଟରେ ବସ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସିଏମ୍ ପ୍ରୋଗ୍ରାମରୁ ଫେରୁଥିବା ଖାଲି ବସ୍ କାର ସହିତ ଜୋରଦାର ଧକ୍କା ହୋଇଥିଲା। ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ, ୩ ମହିଳା ଓ ଦୁଇ ଶିଶୁ ଅଛନ୍ତି।  ମୃତକ ପୁରୁଷ ଓ ମହିଳାମାନେ  ଶ୍ରମିକମାନଙ୍କୁ କୁହାଯାଉଛି। କାରଟି ମହାରାଷ୍ଟ୍ରରୁ ଆସୁଥିଲା।

ମିଳିଥିବା ସୂଚନା ଅନୁଯାୟୀ ବସ୍‌ରେ କୌଣସି ଯାତ୍ରୀ ନଥିଲେ। ତେବେ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହି ଦୁର୍ଘଟଣାରେ ବସ୍‌ର ଆଗ ଭାଗ ଓ  କାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ବର୍ତ୍ତମାନ ମୃତ ଲୋକଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଉଛି।
Published by:Soumya Das
First published: