News 18 Odia Digital
ଡେରାଡୁନ : ପ୍ରାୟ ୪୫ ରୁ ୫୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ବସ ଉତ୍ତରପ୍ରଦେଶର ପୌଡି ଗଢ଼ୱାଲ ଜିଲ୍ଲାର ସିମଡି ଗ୍ରାମ ନିକଟ ରିଖନୀଖାଲ-ବିରୋଖାଲ ରାସ୍ତାର ଏକ ଘାଟିରେ ଓଲଟି ପଡ଼ିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ବରଯାତ୍ରୀ ପରିପୂର୍ଣ୍ଣ ଏହି ବସ୍ ଲାଲଢାଙ୍ଗରୁ କାଢା ତଲ୍ଲା ଅଭିମୁଖେ ଯାଉଥିଲା । ତା’ପରେ ରାସ୍ତାରେ, ବିରୋଖାଲର ସିଏମଡି ବ୍ୟାଣ୍ଡ ନିକଟରେ ନିୟନ୍ତ୍ରିତ ହରାଇରେ ଖାଲରେ ପଡ଼ି ଯାଇଥିଲା । ଏହି ବସ୍ରେ ୪୦ ରୁ ୫୦ ବିରଯାତ୍ରୀ ଥିବାର ଖବର ମିଳିଛି । ସେଥିମଧ୍ୟରୁ ୬ ଜଣଙ୍କ ମୃତଦେହକୁ ଖାଲରୁ ବାହାର କରାଯାଇଛି ।
ଏହି ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ବର୍ତ୍ତମାନ ଗ୍ରାମ ତଥା ପ୍ରଶାସନ ଘାଟିରୁ ଲୋକଙ୍କୁ ଖୋଜିବା ପାଇଁ କାର୍ଯ୍ୟ କରୁଛନ୍ତି । ତେବେ ଅନ୍ଧକାର ହେତୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି ।
ପୌଢ଼ି ଗରୱାଲ ଜିଲ୍ଲାର ଏହି ଭୟଙ୍କର ବସ୍ ଦୁର୍ଘଟଣାର ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରରେ ପହଞ୍ଚିଥିଲେ । ସେ ଗଣମାଧ୍ୟମକୁ କହିଛନ୍ତି ଯେ 'ଟିମ୍ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ଦୁର୍ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଦୁର୍ଘଟଣା ସ୍ଥଳରେ ସମସ୍ତ ସୁବିଧା ଯୋଗାଇବାକୁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ । ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ସାହାଯ୍ୟ କରୁଛନ୍ତି।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।