ବୁଲେଟ ଟ୍ରେନ ଓ ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟରୁ କାହାର ବେଗ ଅଧିକ; ଜାଣନ୍ତୁ ଉଭୟର ବିଶେଷତ୍ୱ

ଲୋକମାନେ ବୁଲେଟ୍ ଟ୍ରେନର ଆଗମନକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ, କିନ୍ତୁ ବର୍ତ୍ତମାନ ସ୍ୱଦେଶୀ ବନ୍ଦେ ଭାରତ ଟ୍ରେନ୍ ଦେଶରେ ଚାଲିବା ଆରମ୍ଭ କରିଛି। ଜାଣନ୍ତୁ ଉଭୟର ବିଶେଷତା ।

ବୁଲେଟ ଟ୍ରେନ ଓ ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟରୁ କାହାର ବେଗ ଅଧିକ

ବୁଲେଟ ଟ୍ରେନ ଓ ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟରୁ କାହାର ବେଗ ଅଧିକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଭାରତରେ ଲୋକମାନେ ବୁଲେଟ୍ ଟ୍ରେନର ଆଗମନକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ, କିନ୍ତୁ ଏହି ସମୟ ମଧ୍ୟରେ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ନିର୍ମିତ ସ୍ୱଦେଶୀ ବନ୍ଦେ ଭାରତ ଟ୍ରେନ୍ ଦେଶରେ ଚାଲିବା ଆରମ୍ଭ କରିଛି। ନିକଟରେ ହିମାଚଳ ପ୍ରଦେଶର ଦିଲ୍ଲୀ ଓ ଉନା ମଧ୍ୟରେ ଚତୁର୍ଥ ବନ୍ଦେ ଭାରତ ଟ୍ରେନ୍ ଆରମ୍ଭ ହୋଇଥିଲା। ଆଜି ଜାଣନ୍ତୁ ବନ୍ଦେ ଭାରତ ଟ୍ରେନ୍ ଓ ବୁଲେଟ୍ ଟ୍ରେନର ବିଶେଷତା।

ବନ୍ଦେ ଭାରତ ଏକ୍ସପ୍ରେସ

-ମେକ୍ ଇନ୍ ଇଣ୍ଡିଆ ଅଧୀନରେବନ୍ଦେ ଭାରତ ଟ୍ରେନ୍ ନିର୍ମାଣ କରାଯାଇଛି।  ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଦ୍ୱାରା ଏହା ଡିଜାଇନ୍ ଏବଂ ଉତ୍ପାଦିତ।

-ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ଟ୍ରେନରେ ୩୨ ଇଞ୍ଚର LCD ଟିଭି ଲଗାଯାଇଛି।

-ବାୟୁ ଫିଲ୍ଟରେସନ୍ ପାଇଁ ଏହି ଟ୍ରେନରେ Photo Catalytic Ultra Violet Purification System ସ୍ଥାପିତ ହୋଇଛି।

-ଏହି ଟ୍ରେନ୍ ପାଇଁ 0-100 କିଲୋମିଟର ବେଗ ଧରିବାକୁ ପ୍ରାୟ ୫୨ ସେକେଣ୍ଡ ସମୟ ଲାଗିଥାଏ।

-କୌଣସି ବିଦେଶୀ ଆମଦାନୀ ହୋଇଥିବା ଟ୍ରେନ୍ ତୁଳନାରେ ୪୦ ପ୍ରତିଶତ କମ୍ ମୂଲ୍ୟରେ ବନ୍ଦେ ଭାରତ ଟ୍ରେନ୍ ପ୍ରସ୍ତୁତ କରାଯାଇଛି।

-ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୮୦ କିଲୋମିଟର।

ବୁଲେଟ୍ ଟ୍ରେନର ବୈଶିଷ୍ଟ୍ୟ

-ବୁଲେଟ୍ ଟ୍ରେନର ସର୍ବାଧିକ ଗତି ହେଉଛି ୩୨୦ କିଲୋମିଟର

-ପ୍ରଥମ ବୁଲେଟ୍ ଟ୍ରେନ୍ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଚଳାଚଳ କରିବ।

-ସାଧାରଣତଃ ଏହି ଟ୍ରେନରେ ୮୦୦ ଲୋକ ଯାତ୍ରା କରିପାରିବେ, କିନ୍ତୁ ଆବଶ୍ୟକ ହେଲେ ସିଟ୍ ସଂଖ୍ୟା ପ୍ରାୟ ୧୨୦୦ କୁ ବୃଦ୍ଧି କରାଯାଇପାରିବ।

-ଏଥିରେ ବିମାନ ପରି ଦୁଇଟି ଶ୍ରେଣୀ ରହିବ, ଯେଉଁଥିରେ କାର୍ଯ୍ୟନିର୍ବାହୀ ଶ୍ରେଣୀର ବୁକିଂରେ ଯାତ୍ରୀମାନଙ୍କଠାରୁ ଅଧିକ ଶୁଳ୍କ ଆଦାୟ କରାଯିବ, ଏହାର ପ୍ରତିବଦଳରେ ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ ଯାତ୍ରା ସୁବିଧା ଯୋଗାଇ ଦିଆଯିବ।

-ବୁଲେଟ୍ ଟ୍ରେନ ର ଭଡା କେତେ ହେବ, ତାହା ବର୍ତ୍ତମାନ ସ୍ଥିର ହେବ। ଏ ବିଷୟରେ ଅଧିକ ସୂଚନା ପାଇଁ ଅପେକ୍ଷା କରିବାକୁ ପଡ଼ିବ।
Published by:Soumya Das
First published: