Assam: ବିନୀତ ବାଗରିଆ ଆତ୍ମହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ଘର ଭଙ୍ଗାରୁଜା

ଦିବ୍ରୁଗଡ ଅତିରିକ୍ତ ପୋଲିସ ଅଧୀକ୍ଷକ (HQ) ବିଟୁଲ ଚେତିଆ କହିଛନ୍ତି, "ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଏହି ବିଲ୍ଡିଂ ରାସ୍ତାରେ ବେଆଇନ ଭାବେ ନିର୍ମାଣ କରାଯାଇଥିଲା। ଜୁଲାଇ ୧୫ ତାରିଖ ଦିନ ଏକ ନୋଟିସ୍ ମଧ୍ୟ ପ୍ରକାଶ ପାଇଥିଲା ଓ ଆଜି ଆମେ ଏହାକୁ ଭାଙ୍ଗି ଦେଇଛୁ।’’

ଆସାମ ନ୍ୟୁଜ

ଆସାମ ନ୍ୟୁଜ

  • Share this:
News 18 Odia Digital

ଆସାମ: ମଙ୍ଗଳବାର ସକାଳେ ଦିବ୍ରୁଗଡ ଜିଲ୍ଲା ପ୍ରଶାସନ ବୁଲଡୋଜର ଜରିଆରେ ଆସାମର ବାଇଦୁଲ୍ଲା ଖାନଙ୍କ ବାସଭବନକୁ ଭାଙ୍ଗି ଦେଇଥିଲା ଦିବ୍ରୁଗଡ ଜିଲ୍ଲା ପ୍ରଶାସନ ଅଭିଯୁକ୍ତଙ୍କୁ ଜୁଲାଇ ୮ରେ ନୋଟିସ ଜାରି କରିଥିଲା। ନୋଟିସ ଅନୁଯାୟୀ ଦୁଇ ମହଲା କୋଠା ନିୟମ ଉଲ୍ଲଂଘନ କରି ବେଆଇନ ଭାବେ ନିର୍ମାଣ କରାଯାଇଥିଲା।

ଦିବ୍ରୁଗଡ ଅତିରିକ୍ତ ପୋଲିସ ଅଧୀକ୍ଷକ (HQ) ବିଟୁଲ ଚେତିଆ କହିଛନ୍ତି, "ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଏହି ବିଲ୍ଡିଂ ରାସ୍ତାରେ ବେଆଇନ ଭାବେ ନିର୍ମାଣ କରାଯାଇଥିଲା। ଜୁଲାଇ ୧୫ ତାରିଖ ଦିନ ଏକ ନୋଟିସ୍ ମଧ୍ୟ ପ୍ରକାଶ ପାଇଥିଲା ଓ ଆଜି ଆମେ ଏହାକୁ ଭାଙ୍ଗି ଦେଇଛୁ।’’

ଗୁରୁବାର ଦିନ ବିନୀତ ଶନି ମନ୍ଦିର ରାସ୍ତା ରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ ଓ ପ୍ରାଣ ହରାଇଥିଲେ।ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ ରେକର୍ଡ କରି ବାଇଦୁଲ୍ଲା ଖାନ, ସଞ୍ଜୟ ଶର୍ମା ଓ ନିଶାନ୍ତ ଶର୍ମା ତାଙ୍କୁ ଓ ତାଙ୍କ ପରିବାରକୁ ଏକ ସମ୍ପତ୍ତି ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପୂର୍ବରୁ ବାଗରିଆଙ୍କ ପରିବାରକୁ ଭେଟି କ୍ଷମା ମାଗିଥିଲେ। ସେ ପୀଡିତାଙ୍କ ପରିବାରକୁ କହିଥିଲେ ଯେ , ସେ ପ୍ରକୃତରେ ଲଜ୍ଜିତ ଯେ ମାଫିଆ ପୋଲିସର ଉପସ୍ଥିତି ସତ୍ତ୍ୱେ ଧମକ ଦେବାକୁ ସାହସ କରିଥିଲେ।
Published by:Soumyashree Mishra
First published: