FM Exclusive Interview: ସାଧାରଣ ଜନତାଙ୍କ ଉପରେ Budget 2021 କିଛି ପ୍ରଭାବ ପକାଇବ ନାହିଁ
ସୀତାରମଣ କହିଛନ୍ତି ଯେ ସରକାରଙ୍କ ଲକ୍ଷ ଭାରତକୁ ଏକ ଆତ୍ମନିର୍ଭରଶୀଳ ଦେଶ ହେବା ଆଡ଼କୁ ଆଗେଇ ନେବା । କରୋନା ୱାରିୟର୍ସମାନଙ୍କ ପ୍ରଶଂସା କରି ସେ କହିଛନ୍ତି ଯେ ସେମାନେ କଠିନ ସମୟରେ ବି ନିଷ୍ଠାପର ପରିଶ୍ରମ କରି ଦେଶର ସେବା କରିଛନ୍ତି ।

ବଜେଟ୍ ପସ୍ଥାପନ କରିବାକୁ ଯାଉଛନ୍ତି ନିର୍ମଳା ସୀତାରମଣ ।
- News18 Odia
- Last Updated: February 1, 2021, 8:11 PM IST
ନୂଆ ଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ (Budget 2021) ଉପସ୍ଥାପନ କରିବା ପରେ ନ୍ୟୁଜ୍ 18 ନେଟୱାର୍କର (News18 Network) ମୁଖ୍ୟ ସମ୍ପାଦକ ରାହୁଲ ଯୋଶୀଙ୍କ (Rahul Joshi) ସହ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର (Finance Minister Nirmala Sitharaman) ଏକ ବିଶେଷ ବାର୍ତ୍ତାଳାପ ହୋଇଥିଲା । ଏହି ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ (Exclusive Interview with Nirmala Sitharaman) ଅର୍ଥ ମନ୍ତ୍ରୀ ବଜେଟର ସେହି ବିଶେଷ ତଥା ଅସ୍ପୃଶ୍ୟ ଦିଗ ଉପରେ ଆଲୋକପାତ କରିଛନ୍ତି ଯାହା ଦେଶର ସାଧାରଣ ଜନତାଙ୍କୁ ପ୍ରଭାବିତ କରିବ ।
ସୀତାରମଣ କହିଛନ୍ତି ଯେ ସେ ଆଶା କରୁଛନ୍ତି କେନ୍ଦ୍ର ବଜେଟର ଉଦ୍ଦେଶ୍ୟକୁ ଲୋକେ ଭଲ ଭାବେ ବୁଝିପାରୁଥିବେ । ତାଙ୍କର ଏହି ‘‘ବିକାଶୋନ୍ମୁଖୀ ବଜେଟ’’କୁ ଦେଶବାସୀ ସାଦରେ ଗ୍ରହଣ କରୁଛନ୍ତି ବୋଲି ସେ ଆଶା କରନ୍ତି ବୋଲି କହିଛନ୍ତି ।
‘‘ମୁଁ ଆଶା କରୁଛି ଯେ ବଜେଟର ତିନୋଟି ପ୍ରମୁଖ ଦିଗକୁ ଲୋକେ ଭଲ ଭାବରେ ବୁଝିଛନ୍ତି । ଯଦି ସେମାନେ ତାହା କରିଥିବେ ତେବେ ମୁଁ ଖୁସି ହେବି କାରଣ ମୁଁ ଚାହୁଁଛି ଯେ ଏହି ସରକାରଙ୍କ ଉଦ୍ଦେଶ୍ୟ ଦେଶ ଜାଣିବା ଦରକାର,’’ କହିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।
ଏହା ପୂର୍ବରୁ ସୋମବାର ଲୋକସଭାରେ ବଜେଟ୍ ଉପସ୍ଥାପନ କରି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ କୋଭିଡ-୧୯ ମହାମାରୀକୁ (Coronavirus) ପ୍ରତିହତ କରିବା ପାଇଁ ଆସିଥିବା ସରକାରଙ୍କ ୨୭.୧ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭରଶୀଳ ଭାରତ ପ୍ୟାକେଜ ଦ୍ୱାରା ଦେଶରେ ଗଠନମୂଳକ ସଂସ୍କାରକୁ ଉତ୍ସାହିତ କରାଯାଇଛି ।
‘‘ଆସନ୍ତା ୨୦୨-୨୨ ଆର୍ଥିକ ବର୍ଷରେ ସରକାର ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାର ଋଣ ଉଠାଇବେ । ଆସନ୍ତା ଆର୍ଥିକ ବର୍ଷରେ ସରକାରଙ୍କ ଖର୍ଚ୍ଚ ୩୪.୮୩ ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏଥିରୁ ସାମିଲ ଅଛି ୫.୫୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିଗତ ବ୍ୟୟ । ୨୦୨୧-୨୨ ଆର୍ଥିକ ବର୍ଷରେ ପୁଞ୍ଜିଗତ ବ୍ୟୟକୁ ବଢ଼ାଇ ୫.୫୪ ଲକ୍ଷ କୋଟି ଟଙ୍କାକୁ କରିବାକୁ ପ୍ରସ୍ତାବ ଦିଆଯାଇଛି,’’ କହିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ ୯ ବର୍ଷର ଝିଅ ଦୁଷ୍କର୍ମର ବିରୋଧ କଲାରୁ ତା’ ଉପରେ ଖଣ୍ଡାରେ ଆକ୍ରମଣ କଲେ
ନୂଆ କୃଷି ଆଇନ ଉପରେ ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ୨୦୧୪ ପର ଠାରୁ ଏମ୍.ଏସ୍.ପି. କ୍ରମାଗତ ଭାବେ ବୃଦ୍ଧି ପାଇଛି । ‘‘ସରକାର ନୂଆ କୃଷି ଆଇନକୁ ବଦଳାଇବାକୁ ପ୍ରସ୍ତୁତ ଅଛନ୍ତି । କୃଷି ଆଇନରେ ସଂଶୋଧନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଏହି ଆଇନ ବିଷୟରେ କୃଷକଙ୍କ ମଧ୍ୟରେ କିଛି ଲୋକ ଦ୍ୱନ୍ଦ୍ୱର ମଞ୍ଜି ବୁଣୁଛନ୍ତି ।’’
ସୀତାରମଣ କହିଛନ୍ତି ଯେ ସରକାରଙ୍କ ଲକ୍ଷ ଭାରତକୁ ଏକ ଆତ୍ମନିର୍ଭରଶୀଳ ଦେଶ ହେବା ଆଡ଼କୁ ଆଗେଇ ନେବା । ବଜେଟ୍ (Budget 2021) ସାଧାରଣ ଜନତାଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ସେ କହିଛନ୍ତି । କରୋନା ୱାରିୟର୍ସମାନଙ୍କର ପ୍ରଶଂସା କରି ସେ କହିଛନ୍ତି ଯେ ସେମାନେ କଠିନ ସମୟରେ ବି ନିଷ୍ଠାପର ପରିଶ୍ରମ କରି ଦେଶର ସେବା କରିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଆଦିବାସୀଙ୍କ ଜୀବନ ଓ କଳା ବିଷୟରେ ଜାଣିବାକୁ ଚାହାଁନ୍ତି? ଭୁବନେଶ୍ବରରେ ଚାଲିଥିବା ମେଳାକୁ ଆସନ୍ତୁ
‘‘ବ୍ୟାଙ୍କମାନଙ୍କର ଚାପଗ୍ରସ୍ତ ସମ୍ପତ୍ତି ଉପରେ ଧ୍ୟାନ ଦେବା ପାଇଁ ସରକାର ଏକ ୟୁନିଟ୍ ସ୍ଥାପନ କରିବାକୁ ଚାହୁଁଛନ୍ତି । ଆମେ ଏକ ହୋଲଡିଂ କମ୍ପାନୀ ଚାହୁଁଛୁ, ଯାହା ଦିଆଯାଇଥିବା ସୂତ୍ର ଦ୍ୱାରା ବ୍ୟାଙ୍କରୁ ଚାପଗ୍ରସ୍ତ ସମ୍ପତ୍ତି ନେଇ ତାକୁ ସେହି କମ୍ପାନୀରେ ରଖିପାରିବ । ଏହି କମ୍ପାନୀରେ ସରକାରଙ୍କ ଅଂଶ ରହିବ, କିନ୍ତୁ ଆଇ.ବି.ଏ. ଏହାକୁ ବହୁ ପରିମାଣରେ କରିବ,’’ କହିଛନ୍ତି ସୀତାରମଣ ।
ଏହା ବି ପଢ଼ନ୍ତୁ | ‘‘ମୋ’ ଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ପତ୍ନୀର ଶେଷ କଥା
ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଡେଭଲପମେଣ୍ଟ୍ ଫାଇନାନସିଆଲ୍ ଇନଷ୍ଟିଚ୍ୟୁସନ୍ (DFI) ଏକ ଆକାଙ୍କ୍ଷୀ ଭାରତ ପାଇଁ ପର୍ଯ୍ୟାପ୍ତ ନୁହେଁ । ‘‘ସଂଶୋଧନରେ ବେସରକାରୀ MFIମାନଙ୍କ ପାଇଁ ଏକ ବ୍ୟବସ୍ଥା ରହିବ । ମୁଁ ବ୍ୟକ୍ତିଗତ DFI ପାଇଁ ସ୍ଥାନ ବନାଇବି,’’ ସେ କହିଛନ୍ତି ।
‘‘ଅର୍ଥନୀତିରେ ଅଧିକ ଦକ୍ଷ ବ୍ୟାଙ୍କଗୁଡି଼କର ଆବଶ୍ୟକତା ଅଛି । ସେମାନେ ଏଥିରେ ପଛରେ ପଡ଼ିପାରିବେ ନାହିଁ । ଆମେ ବ୍ୟାଙ୍କ ଘରୋଇକରଣ ଉପରେ ଆର୍.ବି.ଆଇ. ସହ ମିଶି ବହୁ ପରିଶ୍ରମ କରିଛୁ,’’ କହିଛନ୍ତି ସୀତାରମଣ ।