Budget Session: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବେ କଂଗ୍ରେସ ସମେତ ୧୬ ଟି ଦଳ
ସଂସଦର ବଜେଟ୍ ଅଧିବେଶନରେ ହେବାକୁ ଥିବା ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିରୋଧୀ ଦଳ ବହିଷ୍କାର କରିବାକୁ ନିଷ୍ପତି ନେଇଛନ୍ତି । ୨୯ ଜାନୁଆରୀରେ ସଂସଦର ଉଭୟ ଗୃହର ମିଳିତ ବୈଠକରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସମ୍ବୋଧିତ କରିବେ ।

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବେ କଂଗ୍ରେସ ସମେତ ୧୬ ଟି ଦଳ
- News18 Odia
- Last Updated: January 28, 2021, 3:17 PM IST
ନୂଆ ଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନରେ (Budgest Session) ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବେ । ବିରୋଧୀ ଦଳ କହିଛନ୍ତି ଯେ ଗତ ଅଧିବେଶନରେ ଯେଉଁ ପ୍ରକାର ତିନୋଟି କୃଷି ଆଇନ ପ୍ରଣୟନ କରାଗଲା ତାହାକୁ ବିରୋଧ କରି ଏହି ପଦକ୍ଷେପ ନିଆଯାଉଛି ।
ରାଜ୍ୟସଭାରେ କଂଗ୍ରେସର ସଦସ୍ୟ ତଥା ନେତା ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ ଏହି ପରିପ୍ରେକ୍ଷୀରେ କହିଛନ୍ତି, "ଆମେ 16 ଟି ରାଜନୈତିକ ଦଳ ପକ୍ଷରୁ ଏକ ବିବୃତ୍ତି ଜାରି କରୁଛୁ ଯେ ଆସନ୍ତାକାଲି ସଂସଦରେ ହେବାକୁ ଥିବା ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବୁ । ଏହି ନିଷ୍ପତ୍ତି ପଛର ମୁଖ୍ୟ କାରଣ ହେଉଛି ଯେ କୃଷି ଆଇନକୁ ବିନା ବିପକ୍ଷ ଓ ବିନା ଗୃହରେ ପାସ କରାଯାଇଥିଲା ।"
ଆସନ୍ତାକାଲି ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ସମ୍ବୋଧିତ କରିବେ
ଉଲ୍ଲେଖନୀୟ କଥା ହେଉଛି ବଜେଟ୍ ଅଧିବେଶନର ପ୍ରଥମ ଦିନରେ ନିୟମ ଅନୁଯାୟୀ ରାଷ୍ଟ୍ରପତି ରାଜ୍ୟସଭା ଓ ଲୋକସଭାର ମିଳିତ ଗୃହକୁ ସମ୍ବୋଧିତ କରିଥାନ୍ତି । ସାଧାରଣତ ରାଷ୍ଟ୍ରପତିଙ୍କ ସମ୍ବୋଧନ ଦିନ ରାଜ୍ୟସଭା ଓ ଲୋକସଭାର ସଦସ୍ୟମାନେ ସଂସଦର ସେଣ୍ଟ୍ରାଲ ହଲରେ ଏକାଠି ବସିଥାନ୍ତି । ତେବେ କୋଭିଡ -୧୯ ସଂକ୍ରମଣକୁ ଧ୍ୟାନରେ ରଖି ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୨୯ ଜାନୁଆରୀରେ ସଂସଦର ଉଭୟ ଗୃହର ମିଳିତ ବୈଠକରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସମ୍ବୋଧିତ କରିବେ ।