News18 Odia Digital
Budget 2023: ଉପସ୍ଥାପନ ହେଲା ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବଜେଟ ଉପସ୍ଥାପନ । ଏହା ଅମୃତ କାଳରେ ପ୍ରଥମ ବଜେଟ୍ ବୋଲି ସେ କହିଛନ୍ତି । ଏହି ବଜେଟରେ ମହିଳାମାନଙ୍କୁ ପ୍ରାଧାନ୍ଯ ଦିଆଯାଇଛି ।
Budget 2023: ବିଦେଶରେ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ପିଲାଙ୍କ ପାଇଁ ଖୁସି ଖବର
-ଅର୍ଥମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତାର ଅମୃତ ମହୋତ୍ସବ ଅଧୀନରେ ମହିଳା ସମ୍ମାନ ପତ୍ର ଘୋଷଣା କରାଯାଉଛି ଏବଂ ସେମାନଙ୍କ ପାଇଁ ଏକ ନୂତନ ସଞ୍ଚୟ ଯୋଜନା ଆସିବ।
-2 ବର୍ଷ ପାଇଁ ଏଥିରେ ବିନିଯୋଗ କରିବାକୁ ହେବ ।
-2 ଲକ୍ଷ ଟଙ୍କା ଜମା କରିବାକୁ ସକ୍ଷମ ହେବ ଯେଉଁଥିରେ 7.5 ପ୍ରତିଶତ ସୁଧ ଦିଆଯିବ ।
-ଯେକୌଣସି ମହିଳା କିମ୍ବା ଝିଅ ଏକ ଆକାଉଣ୍ଟ ଖୋଲିବାକୁ ସକ୍ଷମ ହେବେ ।
-ଏଥିରୁ ଟଙ୍କା ଉଠାଇବା ପାଇଁ ସର୍ତ୍ତ ରହିବ । ଏହି ବଜେଟରେ ମହିଳାଙ୍କ କଲ୍ୟାଣ ପାଇଁ ଏହା ଏକ ବଡ ପଦକ୍ଷେପ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।