ବଜେଟ୍ ୨୦୨୧: ସ୍ମାର୍ଟଫୋନ୍ ଠାରୁ ଟିଭି-ଫ୍ରିଜ୍ ପର୍ଯ୍ୟନ୍ତ ବଢ଼ିପାରେ ଦାମ୍; ଅର୍ଥ ମନ୍ତ୍ରୀ କରିପାରନ୍ତି ଘୋଷଣା

Budget 2021: କେନ୍ଦ୍ର ସରକାର ଏଥର ବଜେଟରେ ଅନେକ ଆଇଟମ୍ ଉପରେ ଆମଦାନୀ ଶୁଳ୍କ ବଢ଼ାଇ ପାରନ୍ତି । ଏଥର ସ୍ମାର୍ଟଫୋନ୍, ଇଲେକ୍ଟ୍ରୋନିକ୍ ଆଇଟମ୍ ଓ ଅନ୍ୟାନ୍ୟ ଜିନିଷ ଉପରେ ଆମଦାନୀ ଶୁଳ୍କ ବଢ଼ିପାରେ । ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ପ୍ରୋତ୍ସାହିତ କରିବା ଓ ରାଜସ୍ୱ ବୃଦ୍ଧି ପାଇଁ ସରକାର ଏଭଳି ପଦକ୍ଷେପ ନେଇପାରନ୍ତି ।

ବଜେଟ୍ ୨୦୨୧: ସ୍ମାର୍ଟଫୋନ୍ ଠାରୁ ଟିଭି-ଫ୍ରିଜ୍ ପର୍ଯ୍ୟନ୍ତ ବଢ଼ିପାରେ ଦାମ୍; ଅର୍ଥ ମନ୍ତ୍ରୀ କରିପାରନ୍ତି ଘୋଷଣା
ସ୍ମାର୍ଟଫୋନ୍ ଠାରୁ ଟିଭି-ଫ୍ରିଜ୍ ପର୍ଯ୍ୟନ୍ତ ବଢ଼ିପାରେ ଦାମ୍
  • News18 Odia
  • Last Updated: January 20, 2021, 4:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଗାମୀ ବଜେଟରେ ସ୍ମାର୍ଟଫୋନ୍, ଇଲେକ୍ଟ୍ରୋନିକ୍ ଆଇଟମ୍ ଓ ଉପକରଣ ସମେତ ପ୍ରାୟ ୫୦ ଟି ଆଇଟମ୍ ଉପରେ ଆମଦାନୀ ଶୁଳ୍କ (Import Duty) ୫ ରୁ୧୦ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିପାରନ୍ତି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଏହି ମାମଲା ସହ ଜଡିତ ଲୋକଙ୍କ ଉଦ୍ଧେଶ୍ୟରେ ଏହା ସୂଚନା ଦେଇଛି । ଆମଦାନୀ ଶୁଳ୍କ ବୃଦ୍ଧି କରିବାକୁ ସରକାରଙ୍କ ଏହି ନିଷ୍ପତ୍ତି ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ପିଏମ ମୋଦୀଙ୍କ 'ଆତ୍ମନିର୍ଭରଶୀଳ ଭାରତ' ଅଧୀନରେ ରହିବ । ଏକ ସୂତ୍ରରୁ ପ୍ରକାଶ ଯେ ସରକାରଙ୍କ ଏହି ପଦକ୍ଷେପ ମାଧ୍ୟମରେ ଏହା ୨୦୦-୨୧୦ ବିଲିୟନ ଟଙ୍କା ଅତିରିକ୍ତ ରାଜସ୍ୱ ପାଇବାକୁ ଲକ୍ଷ୍ୟ ରଖିଛି । କରୋନା ଭୂତାଣୁ ମହାମାରୀ ଯୋଗୁଁ ଆର୍ଥିକ ମନ୍ଥରତା ପାଇଁ ସରକାରଙ୍କ ରାଜସ୍ୱ ମଧ୍ୟ ପ୍ରଭାବିତ ହୋଇଛି ।

ଦୁଇଟି ସରକାରୀ ସୂତ୍ରରୁ ଜଣାପଡିଛି ଯେ ଆମଦାନୀ ଶୁଳ୍କର ଏହି ବୃଦ୍ଧି ଆସବାବପତ୍ର ଓ ବୈଦ୍ୟୁତିକ ଯାନ ଆମଦାନୀ ଉପରେ ସର୍ବାଧିକ ପ୍ରଭାବ ପକାଇବ । ଏହା ସ୍ୱିଡେନର ଆସବାବପତ୍ର କମ୍ପାନୀ ଆଇକିୟା ଓ ଏଲୋନ୍ ମସ୍କର ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲାକୁ ପ୍ରଭାବିତ କରିବ । ନିକଟରେ ଟେସଲା ଭାରତ ଆସିବା ପାଇଁ ଏହାର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛି । ତେବେ ଏହି ଆସବାବପତ୍ର ଓ ବୈଦ୍ୟୁତିକ ଯାନ ଉପରେ ଆମଦାନୀ ଶୁଳ୍କ କେତେ ବୃଦ୍ଧି କରାଯିବ ସେନେଇ ଏହି ଅଧିକାରୀମାନେ କୌଣସି ସୂଚନା ଦେଇନାହାଁନ୍ତି ।

ମହଙ୍ଗା ହୋଇପାରେ ଫ୍ରିଜ୍ ଓ ଏସି
ଅତୀତରେ ଉଭୟ ଟେସଲା ଓ ଆଇକିୟା ଅଧିକାରୀ ଭାରତରେ ବର୍ତ୍ତମାନର ଆମଦାନୀ ଶୁଳ୍କ ବ୍ୟବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଏଥିସହ ଫ୍ରିଜ୍ ଓ ଏୟାର କଣ୍ଡିସନର ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ପାଇବ । ଏହି ପ୍ରସ୍ତାବଗୁଡିକ ଚୂଡ଼ାନ୍ତ କରିବା ପୂର୍ବରୁ କିଛି ପରିବର୍ତ୍ତନ ମଧ୍ୟ କରାଯାଇପାରିବ ବୋଲି ସୂତ୍ରରୁ ପ୍ରକାଶ ।

ଗତ ବର୍ଷ ଆମଦାନୀ ଶୁଳ୍କ ୨୦ ପ୍ରତିଶତ ବୃଦ୍ଧି କରାଯାଇଥିଲା
ନିକଟ ଅତୀତରେ ଘରୋଇ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି । ସରକାରୀ ଅଧିକାରୀ କହିଛନ୍ତି ଯେ ଭାରତର ସ୍ଥାନୀୟ ଉତ୍ପାଦନକୁ ଉତ୍ସାହିତ କରିବା ପାଇଁ ଏଭଳି ଟିକସ ଆଦାୟ କରିବା ବାଧ୍ୟତାମୂଳକ ଅଟେ । ଏହା ଘରୋଇ ବ୍ୟବସାୟକୁ ବୃଦ୍ଧି କରିବ । ଗତ ବର୍ଷ ଭାରତ ଫୁଟବିୟର , ଆସବାବପତ୍ର, ଖେଳନା, ବୈଦ୍ୟୁତିକ ସାମଗ୍ରୀ ସହିତ ଅନେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ୨୦ ପ୍ରତିଶତ ବୃଦ୍ଧି ହୋଇଥିଲା ।

୧ ଫେବୃଆରୀରେ ଉପସ୍ଥାପିତ ହେବାକୁ ଥିବା ବଜେଟ୍
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏହି ବଜେଟ୍ ଏପରି ଏକ ସମୟରେ ଉପସ୍ଥାପିତ ହେବାକୁ ଯାଉଛି ଯେତେବେଳେ କରୋନା ଭୂତାଣୁ ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତି ୭.୭ ପ୍ରତିଶତ ହ୍ରାସ ପାଇଛି ।
Published by: Jagdish Barik
First published: January 20, 2021, 4:54 PM IST