ସାଧାରଣ ବଜେଟ୍ ୨୦୨୧: ସହରୀ ସ୍ୱଚ୍ଛ ଭାରତ ମିଶନ୍ ପାଇଁ ବଜେଟରେ ୧.୪୧ ଲକ୍ଷ କୋଟି ଆବଣ୍ଟିତ ହେଲା
Union Budget 2021-22: ଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ସହରୀ ସ୍ୱଚ୍ଛ ଭାରତ ମିଶନ୍ ୨.୦ ପାଇଁ ୨୦୨୧ ରୁ ୨୦୧୬ ପର୍ଯ୍ୟନ୍ତ 5 ବର୍ଷ ମଧ୍ୟରେ ମୋଟ ୧,୪୧,୬୭୮ କୋଟି ଟଙ୍କା ଆର୍ଥିକ ଆବଣ୍ଟନ କରାଯିବ ।

ସହରୀ ସ୍ୱଚ୍ଛ ଭାରତ ମିଶନ ପାଇଁ ବଜେଟରେ ୧.୪୧ ଲକ୍ଷ କୋଟି ଆବଣ୍ଟିତ
- News18 Odia
- Last Updated: February 1, 2021, 12:57 PM IST
ନୂଆ ଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ଦେଶର ସାଧାରଣ ବଜେଟ୍ ୨୦୨୧-୨୦୧୨ (Union Budget 2021-2022) ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ସେ ଦେଶର ଭିତ୍ତିଭୂମି ମଜବୁତ କରିବା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସାଧାରଣ ବଜେଟରେ ସ୍ଵଚ୍ଛ ଭାରତ ମିଶନ ଅଧୀନରେ ଥିବା ସହରୀ ସ୍ୱଚ୍ଛ ଭାରତ ମିଶନ ପାଇଁ ୧.୪୧ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରି କହିଛନ୍ତି ଏହା ସ୍ୱଚ୍ଛ ଭାରତ ଅଭିଆନକୁ ଦେଶରେ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ । ଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ସହରୀ ସ୍ୱଚ୍ଛ ଭାରତ ମିଶନ୍ ୨.୦ ପାଇଁ ୨୦୨୧ ରୁ ୨୦୧୬ ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ ମୋଟ ୧,୪୧,୬୭୮ କୋଟି ଟଙ୍କା ଆର୍ଥିକ ଆବଣ୍ଟନ କରାଯିବ ।
୨୦୧୬ ରେ ୭୩ଟି ସହରରେ (ଜନସଂଖ୍ୟା ୧ ମିଲିୟନରୁ ଅଧିକ ସହର) ସର୍ଭେର ପ୍ରଥମ ସଂସ୍କରଣ କରାଯାଇଥିଲା । ପଞ୍ଚମ ସଂସ୍କରଣ ସ୍ୱଚ୍ଛ ସର୍ଭେକ୍ଷଣ ୨୦୨୦ ରେ ୪,୨୪୨ ସହର ଏଥିରେ ସାମିଲ କରାଯାଇଥିଲା ।
ମାର୍ଚ୍ଚ ୨୦୨୧ ରେ ହେବାକୁ ଥିବା ଅନଫିଲ୍ଡ ମୂଲ୍ୟାଙ୍କନ ସହିତ ସ୍ୱଚ୍ଛ ସର୍ଭେକ୍ଷଣ ୨୦୨୧ ଆରମ୍ଭ ହୋଇଛି । ସ୍ୱଚ୍ଛ ସର୍ବେକ୍ଷଣରେ ନାଗରିକଙ୍କ ଅଂଶଗ୍ରହଣ ଏକ ପ୍ରମୁଖ ଯୋଗଦାନ ଦେଇଛି । ଯେଉଁଥିରେ ଅଂଶଗ୍ରହଣ ବର୍ଷକୁ ବର୍ଷ ବୃଦ୍ଧି ପାଉଛି । ମନ୍ତ୍ରଣାଳୟ ଅନୁଯାୟୀ, ସ୍ୱଚ୍ଛ ସର୍ଭେକ୍ଷଣ ୨୦୨୦ ର ଅନ୍ତିମ ସଂସ୍କରଣ ହେଉଛି ୧୨ କୋଟି ନାଗରିକଙ୍କ ଅଂଶଗ୍ରହଣ ଥିଲା ।