ବଜେଟ ୨୦୨୦ରୁ ଆଶା: ନିର୍ମଳାଙ୍କ ହାତରେ ନାଲି କପଡ଼ା ବନ୍ଧା ବହି ଖାତା; ଶନିବାରରେ ବି BSE Sensex ଖୋଲା

ଏସିଆର ତୃତୀୟ ବୃହତ ଅର୍ଥନୀତି ଭାରତରେ ଗତ ସେପ୍ଟେମ୍ବର ଶେଷ କ୍ବାର୍ଟର ସୁଦ୍ଧା ନିବେଶ ଓ ଉତ୍ପାଦନ କ୍ଷେତ୍ର ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ଅଭିବୃଦ୍ଧି ହାର ଗତ ଛଅ ବର୍ଷ ମଧ୍ୟରେ ସବୁ ଠୁ ନିମ୍ନକୁ ଖସି ୪.୫ ପ୍ରତିଶତରେ ପହଞ୍ଚିଥିଲା । ଭାରତକୁ ପ୍ରତି ମାସ ଶ୍ରମ ବଜାରରେ ୧.୨ ମିଲିଅନ ନୂଆ ନିଯୁକ୍ତି ସୃଷ୍ଟି କରିବାର ଆବଶ୍ୟକତା ରହିଛି ।

ବଜେଟ ୨୦୨୦ରୁ ଆଶା: ନିର୍ମଳାଙ୍କ ହାତରେ ନାଲି କପଡ଼ା ବନ୍ଧା ବହି ଖାତା; ଶନିବାରରେ ବି BSE Sensex ଖୋଲା
କ’ଣ ଅଛି ନିର୍ମଳାଙ୍କ ବହି ଖାତାରେ? ଜଣା ପଡ଼ିବ ଆଉ କିଛି ମିନିଟ ମଧ୍ୟରେ ।
  • News18 Odia
  • Last Updated: February 1, 2020, 10:58 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଳ୍ଲୀ: ଏଇ ଦଶନ୍ଧିରେ ସବୁ ଠୁ ନିମ୍ନକୁ ଚ଼ାଲିଯାଇଥିବା ଆର୍ଥିକ ଅଭିବୃଦ୍ଧି ହାରକୁ ପୁନଃ ଉପରକୁ ଉଠେଇବାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପାର୍ଲାମେଣ୍ଟରେ ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନା କରିବାକୁ ନାଲି କପଡ଼ା ବନ୍ଧା ବହି ଖାତା ଧରି ପହଞ୍ଚିଛନ୍ତି ।

ଗତ ବର୍ଷ ପ୍ରଥମ ଥର ପାଇଁ ବଜେଟ ଆଟାଚି ବଦଳରେ ସୀତାରମଣଙ୍କ ନାଲି କପଡ଼ାରେ ବନ୍ଧା ହୋଇଥିବା ବହି ଖାତା ବ୍ୟବହାର କରିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏଥର ବି ସେ ସାହି ପରମ୍ପରା ବଜାୟ ରଖି ଅତୀତର ଆଟାଚ଼ି ପରମ୍ପରାକୁ ପଛକୁ ଠେଲି ଦେଇଛନ୍ତି ।

ଏ ଥର ବଜେଟରେ ମୋଦି ସରକାର ରାଜ୍ୟଗୁଡ଼ିକୁ ଇନଫ୍ରାଷ୍ଟକଚ଼ର କ୍ଷେତ୍ରରେ ଖର୍ଚ୍ଚ କରିବାକୁ ଅଧିକ ସୁଯୋଗ ଦେବା ସହିତ ଆୟକରରେ ଅଧିକ ରିହାତି ଦେଇପାରନ୍ତି । ଶୁକ୍ରବାର ପ୍ରକାଶିତ ହୋଇଥିବା ଅର୍ଥନୈତିକ ସର୍ଭେରେ କେନ୍ଦ୍ର ସରକାର ଅପ୍ରେଲଠାରୁ ଅର୍ଥନୈତିକ ଅଭିବୃଦ୍ଧି ହାର ୬%ରୁ ୬.୫%କୁ ବୃଦ୍ଧି ହେବା ନେଇ ଆଶାବାଦୀ ଅଛନ୍ତି ।

ଆଜି ବଜେଟ ଯୋଗୁଁ ବିଏସ୍ଇ ସେନସେସ୍କ ଶନିବାର ହେଲେ ବି ଖୋଲା ରହିଛି । ସ୍ବତନ୍ତ୍ର ପରିସ୍ଥିତି ବ୍ୟତୀତ ସାଧାରଣତଃ ଶନିବାର ଓ ରବିବାର ଷ୍ଟକ ମାର୍କେଟ ବନ୍ଦ ରହିଥାଏ । ଏକ ପରିପତ୍ର ଜରିଆରେ ବିଏସ୍ଇ କହିଛନ୍ତି ୨୦୨୦-୨୧ ବଜେଟ ପାଇଁ ଫେବୃୟାରୀ ୧ ଶନିବାର ଷ୍ଟକ ମାର୍କେଟ ଟ୍ରେଡ଼ିଂ ପାଇଁ ଖୋଲା ରହିବ ।

ଏସିଆର ତୃତୀୟ ବୃହତ ଅର୍ଥନୀତି କୁହାଯାଉଥିବା ଭାରତରେ ଗତ ସେପ୍ଟେମ୍ବର ଶେଷ କ୍ବାର୍ଟର ସୁଦ୍ଧା ନିବେଶ ଓ ଉତ୍ପାଦନ କ୍ଷେତ୍ର ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ଅଭିବୃଦ୍ଧି ହାର ଗତ ଛଅ ବର୍ଷ ମଧ୍ୟରେ ସବୁ ଠୁ ନିମ୍ନକୁ ଖସି ୪.୫ ପ୍ରତିଶତରେ ପହଞ୍ଚିଥିଲା । ଭାରତକୁ ପ୍ରତି ମାସ ଶ୍ରମ ବଜାରରେ ୧.୨ ମିଲିଅନ ନୂଆ ନିଯୁକ୍ତି ସୃଷ୍ଟି କରିବାର ଆବଶ୍ୟକତା ରହିଛି, କିନ୍ତୁ ନିଯୁକ୍ତି ସ୍ତର ଗତ ଚ଼ାରି ଦଶନ୍ଧିରେ ସବୁଠୁ ଖରାପ ସ୍ଥିତିକୁ ଚ଼ାଲିଯାଇଛି ।

ଆସନ୍ତା ପାଞ୍ଚ ବର୍ଷରେ ନରେନ୍ଦ୍ର ମୋଦି ସରକାର ରାସ୍ତା, ବନ୍ଦର, ବିମାନବନ୍ଦର, ଜଳସେଚନ ଓ ଅନ୍ୟ ନିର୍ମାଣ କ୍ଷେତ୍ରରେ ୧୦୨ ଟ୍ରିଲିୟନ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଥିବା ବଜେଟରେ ଘୋଷଣା କରିପାରନ୍ତି ।
First published: February 1, 2020, 10:58 AM IST