କେନ୍ଦ୍ର ବଜେଟ ୨୦୨୦: ଇନକମ୍ ଟ୍ୟାକ୍ସ ସ୍ଲାବରେ ହୋଇପାରେ ବଡ଼ଧରଣର ଅଦଳବଦଳ, ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲେକାଙ୍କୁ ମିଳିପାରେ ଫାଇଦା

ବାର୍ଷିକ ୨୦ ଲକ୍ଷରୁ କମ୍ ଆୟ କରୁଥିବା ବ୍ୟକ୍ତିମାନଙ୍କ ଲାଗି ଆଗାମୀ ବଜେଟରେ ଆୟକର ଦାଖଲ ଉପରେ ଫାଇଦା ମଳିବାର ସମ୍ଭାବନା ଅଛି । ସିଏନବିସି ଆଓ୍ବାଜକୁ ମଳିଥିବା ସୂଚନା ଅନୁସାରେ ୧ ଫେବୃଆରୀରେ ଆଗତ ହେବାକୁଥିବା ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଘୋଷଣା କରିପାରନ୍ତି ।

କେନ୍ଦ୍ର ବଜେଟ ୨୦୨୦: ଇନକମ୍ ଟ୍ୟାକ୍ସ ସ୍ଲାବରେ ହୋଇପାରେ ବଡ଼ଧରଣର ଅଦଳବଦଳ, ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲେକାଙ୍କୁ ମିଳିପାରେ ଫାଇଦା
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • News18 Odia
  • Last Updated: January 22, 2020, 4:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବାର୍ଷିକ ୨୦ଲକ୍ଷରୁ କମ୍ ଆୟ କରୁଥିବା ଲୋକଙ୍କ ପାଇଁ ଆଗାମୀ ବଜେଟରେ ସରକାର ବଡ଼ ଫାଇଦା ଦେଇପାରନ୍ତି ବୋଲି ସିଏବିସି ଆଓ୍ବାଜକୁ ମିଳିଥିବା ଏକ ସୂଚନାରୁ ଜଣାପଡ଼ିଛି । ୧ ଫେବୃଆରୀରେ ଆଗତ ହେବାକୁଥିବା ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ପ୍ରଥମ ବଜେଟରେ ସମସ୍ତଙ୍କୁ ତମତକୃତ କରିବ ଇନକମଟ୍ୟାକ୍ସ ସ୍ଲାବରେ ବଡ଼ଧରଣର ଅଦଳବଦଳ କରିବାନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ଅର୍ଥମନ୍ତ୍ରୀ ବିଗତ ଦିନମାନଙ୍କରେ ଇନକମ୍ ଟ୍ୟାକ୍ସ ସ୍ଲାବରେ ଅଦଳବଦଳ ନେଇ ସଙ୍କେତ ଦେଇସାରିଛନ୍ତି । ଟ୍ୟାକ୍ସରେଟ ସମ୍ପର୍କରେ ପ୍ରଶ୍ନର ଉତ୍ତରଦେଇ ଅର୍ଥମନ୍ତ୍ରୀ କହିଥିଲେ ଯେ, ଇନକମ୍ ଟ୍ୟାକ୍ସ ରେଟକୁ ଅଧିକ ତର୍କ ସଙ୍ଗତ କରିବା ସହିତ ଅନ୍ୟ ଉପାୟ ଉପରେ ବିଚାର କରାଯାଉଛି ।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କ ଉପରେ ୫% ଟ୍ୟାକ୍ସ ଲାଗୁକରିବା ନେଇ ପ୍ରସ୍ତାବ ରହିଥିବାବେଳେ ବାର୍ଷିକ ୭ରୁ ୧୦ ଲକ୍ଷ ପର୍ଯ୍ୟନ୍ତଙ୍କ ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ନେଇ ପ୍ରସ୍ତାବ ରହିଛି । ବର୍ତ୍ତମାନ ସମୟରେ ୫ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଇନକମ୍ କରୁଥିବା ଲୋକଙ୍କ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ ଲାଗୁଛି ।

ସେହିପରି ୧୦ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଇନକମ୍ କରୁଥିବା ଲୋକଙ୍କ ଉପରେ ୨୦ପ୍ରତିଶ ଟ୍ୟାକ୍ସ ଲାଗୁନେଇ ପ୍ରସ୍ତାବ ରହିଛି । ତେବ ବର୍ତ୍ତମାନ ୧୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଲାଗୁଛି । ୨୦ଲକ୍ଷ ରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ  ଇନକମ୍ କରୁଥିବା ବର୍ତ୍ତମାନ ୩୦ ପ୍ରତିଶତ ଟ୍ୟାକ୍ସ ଲାଗୁନେଇ ପ୍ରସ୍ତାବ ରହିଛି । ଏହା ଛଡ଼ା ୧୦କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ଉପରେ ୩୫ପ୍ରତିଶତ ଟ୍ୟାକ୍ସ ଲାଗୁନେଇ ପ୍ରସ୍ତାବ ରହିଛି ।

ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ପ୍ରସ୍ତୁତ ହୋଇଥିବା ଅନ୍ତରୀଣ ବଜେଟରେ ତତ୍କାଳୀନ ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ଟ୍ୟାକ୍ସରୁ ରିହାତି ପ୍ରଦାନ କରିଥିଲେ ।  ଏହା ଛଡ଼ା ଅନ୍ୟ ସ୍ରୋତରୁ ହେଉଥିବା ଆୟ ମଧ୍ୟ ଟ୍ୟାକ୍ସ ଭିତରେ ଆସୁଛି । ଏଥିରେ ଜମାଉପରେ ସୁଧ, ଭଡ଼ା ସୁତ୍ରରୁ ଆୟ, ବିଜନେସ ସ୍ରୋତ ସାମିଲ ଅଛି । କିନ୍ତୁ କେତେକ ସ୍ରୋତ ଏମିତି ବି ଅଛି ଯେଉଁଠୁ ଆପଣଙ୍କ ଆୟ ହେଲେ ବି ଟ୍ୟାକ୍ସ ଦେବାକୁ ପଡ଼ିନଥାଏ ।
First published: January 22, 2020, 4:56 PM IST