‘‘କେନ୍ଦ୍ର ବଜେଟ-୨୦୨୦’’ ଛୋଟ ଟେକ୍ସ ପେୟରଙ୍କୁ ମିଳିପାରେ ଛାଡ଼, ବଜେଟରୁ ଏହି ଟେକ୍ସକୁ ସମ୍ପୂର୍ଣ୍ଣ ଭାବେ ହଟାଇ ପାରନ୍ତି କେନ୍ଦ୍ରସରକାର

ସିଏନବିସି ଆଓ୍ବାଜକୁ ମିଳିଥିବା ତଥ୍ୟ ଅନୁସାରେ କେନ୍ଦ୍ର ସରକାର ବଜେଟରେ ଡିଭିଡେଣ୍ଡ ଡିଷ୍ଟ୍ରିବ୍ୟୁସନ ଟେକ୍ସ (ଡିଡିଟି)କୁ ସମ୍ପୂର୍ଣ୍ଣ ଭାବେ ହଟାଇ ପାରନ୍ତି । ଏହା ସହ ଡିଭିଡେଣ୍ଡ ଉପରେ ୨୦ ପ୍ରତିଶତ ଷ୍ଟାଣ୍ଡାର୍ଡ଼ ଡିଡକସନ୍ ମିଳିପାରିବ ।

‘‘କେନ୍ଦ୍ର ବଜେଟ-୨୦୨୦’’ ଛୋଟ ଟେକ୍ସ ପେୟରଙ୍କୁ ମିଳିପାରେ ଛାଡ଼, ବଜେଟରୁ ଏହି ଟେକ୍ସକୁ ସମ୍ପୂର୍ଣ୍ଣ ଭାବେ ହଟାଇ ପାରନ୍ତି କେନ୍ଦ୍ରସରକାର
ସିଏନବିସି କୁ ମଳିଥିବା ତଥ୍ୟ
  • News18 Odia
  • Last Updated: January 21, 2020, 6:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ୧ ଫେବୃଆରୀରେ ଆଗତ ହେବାକୁଥିବା କେନ୍ଦ୍ର ବଜେଟରେ ସରକାର ଇକ୍ବିଟି ମାର୍କେଟ ସହ ଜଡ଼ିତ ଟେକ୍ସ ଉପରେ ବଡ଼ଧରଣର ଅଦଳବଦଳ କରିପାରନ୍ତି । ସିଏନବିସି ଆଓ୍ବାଜକୁ ମିଳିଥିବା ଏକ ତଥ୍ୟ ଅନୁସାରେ କେନ୍ଦ୍ର ସରକାର ଆଗତ ହେବାକୁ ଥିବା ବଜେଟ ସତ୍ରରେ ଡିଭିଡେଣ୍ଡ ଡିଷ୍ଟ୍ରିବ୍ୟୁସନ ଟେକ୍ସ (ଡିଡିଟି)କୁ ସମ୍ପୂର୍ଣ୍ଣ ଭାବେ ସମାପ୍ତ କରିପାରନ୍ତି । ଏହା ସହ ଡିଭିଡେଣ୍ଡ ଉପରେ ୨୦ ପ୍ରତିଶତ ଷ୍ଟାଣ୍ଡାର୍ଡ଼ ଡିଡକସନ ଦେବା ନେଇ ଘୋଷଣା କରିପାରନ୍ତି । କିନ୍ତୁ ଦୀର୍ଘକାଳୀନ କ୍ୟାପିଟାଲ ଗେନ ଟେକ୍ସ (ଏଲଟିସିଜି)କୁ ସମ୍ପୂର୍ଣ୍ଣ ଭାବେ ହଟାଇବା ଆଶା କମ୍ ଅଛି । ବଜେଟରେ କ୍ଷୁଦ୍ର ସେୟାର ହୋଲଡରମାନଙ୍କୁ ଆଶ୍ବସ୍ତି ମିଳିବାର ସମ୍ଭାବନା ଥିବାବେଳେ ବଡ଼ ସେୟାର ହୋଲଡରଙ୍କୁ ଝଟକା ଲାଗିପାରେ ।

ବର୍ତ୍ତମାନ ଡିଭିଡେଣ୍ଡ ଦେଉଥିବା କମ୍ପାନୀକୁ ଡିଡିଟି ଭରିବାକୁ ପଡ଼ୁଛି । କିନ୍ତୁ ଏବେ ଡିଭିଡେଣ୍ଡ ପାଉଥିବା ଲୋକ ଉପରେ ଟେକ୍ସ ଭରିବାର ଦାୟିତ୍ବ ପଡ଼ିପାରେ । ଡିଭିଡେଣ୍ଡକୁ ସମୁଦାୟ ଆମଦାନୀର ଅଂଶ ବୋଲି ଗ୍ରହଣ କରାଯାଇପାରେ । ଡିଭିଡେଣ୍ଡ ଉପରେ ଇନକମ୍ ଟେକ୍ସ ଦର ଲାଗୁ ହୋଇପାରେ । ଡିଭିଡେଣ୍ଡ ଉପରେ ୨୦ ପ୍ରତିଶତ ଷ୍ଟାଣ୍ଡାର୍ଡ଼ ଡିଡକସନ୍ ମିଳିପାରେ ।

ତଳିଆ ସ୍ଲାବରେ ଆସୁଥିବା ଲୋକମାନଙ୍କୁ କମ୍ ଟେକ୍ସ ଦେବାକୁ ପଡ଼ିପାରେ । ସୂତ୍ରରୁ ମିଳିଥିବା ଖବର ଅନୁସାରେ ୩୦ ପ୍ରତିଶତ ସ୍ଲାବ ଥିବା ଲୋକଙ୍କୁ ଡିଭିଡେଣ୍ଡ ଉପରେ ଅଧିକ ଟେକ୍ସ ଦେବାକୁ ପଡ଼ିପାରେ । ବର୍ତ୍ତମାନ ଟେକ୍ସ ଦେବାର ଦାୟିତ୍ବ କମ୍ପାନୀ ଉପରେ ରହିଛି ଯିଏ ଡିଭିଡେଣ୍ଡ ଦେଇଥାଏ । ବର୍ତ୍ତମାନ ୨୦.୫୫ ପ୍ରତିଶତ ଡିଡିଟି ଲାଗୁଥିବାବେଳେ ଏଥିରେ ସରଚାର୍ଜ ଏବଂ  ଏଜୁକେଶନ ସେସ ସାମିଲ ରହିଥାଏ । ୧୦ ଲକ୍ଷରୁ ଅଧିକ ଡିଭିଡେଣ୍ଡ ପାଉଥିବା ଲୋକଙ୍କ ଉପରେ ଅଲଗା ପ୍ରକାର ଟେକ୍ସ ନଲଗାଇବା ଲାଗି ପ୍ରସ୍ତାବ ରହିଛି । ବର୍ତ୍ତମାନ ୧୦ଲକ୍ଷରୁ ଅଧିକ ଡିଭିଡେଣ୍ଡ ପାଉଥିବା ଲୋକଙ୍କ ଉପରେ ୧୦ ପ୍ରତିଶତ ଟେକ୍ସ ଲାଗୁ ହୋଇଥାଏ ।

ସେହିପରି ଦୀର୍ଘକାଳୀନ ଲାଭ (ଏଲଟିସଜି) ଟେକ୍ସକୁ ହଟାଇବାର ସମ୍ଭାବନା କମ୍ ରହିଛି । ଏବେ ଗୋଟିଏ ବର୍ଷ ବଦଳରେ ୨ବର୍ଷରେ ଥରେ ଏହି ଟେକ୍ସ ଦେବାକୁ ପଡ଼ିପାରେ । ସରକାର ଏଲଟିସଜିରେ ମାମଲାରେ ଇକ୍ବିଟି ମାର୍କେଟ ଏବଂ ଅନ୍ୟ ନିବେଶ ମଧ୍ୟରେ ଅନ୍ତର କରିବାକୁ ଚାହୁଁଛନ୍ତି ।
First published: January 21, 2020, 6:30 PM IST
corona virus btn
corona virus btn
Loading