କେନ୍ଦ୍ର ବଜେଟ ୨୦୨୦: ପେନସନ୍ ପାଉଥିବା ଲୋକଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା, ମିଳିପାରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼

ମାସିକ ପେନସନ୍ ରୁ ହେଉଥିବା ଇନକମ୍ ଆୟର ଅନ୍ୟ ସ୍ରୋତ ଭାବରେ ଗଣାଯାଇଥାଏ ଏବଂ ଏହା ଟ୍ୟାକ୍ସେ ଶ୍ରେଣୀରେ ଆସିଥାଏ ।

କେନ୍ଦ୍ର ବଜେଟ ୨୦୨୦: ପେନସନ୍ ପାଉଥିବା ଲୋକଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା, ମିଳିପାରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼
ଅର୍ଥମନ୍ତ୍ରଣାଳୟର ଅଫିସ
  • News18 Odia
  • Last Updated: January 23, 2020, 5:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପେନସନ୍ ରୁ ହେଉଥିବା ମାସିକ ଆମଦାନୀ ଉପରେ ସରକାର ଆଗାମୀ ବଜେଟ ଅଧିବେସନରେ ଏକ ବଡ଼ ଘୋଷଣା କରିପାରନ୍ତି । ସୂତ୍ର ଅନୁସାରେ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟକୁ ଏ ସମ୍ବନ୍ଧରେ ଏକ ପ୍ରସ୍ତାବ ପଠାଯାଇଛି । ଏହି  ପ୍ରସ୍ତାବ ଅନୁସାରେ ବର୍ତ୍ତମାନ ମିଳୁଥିବା ଛାଡ଼ ସୀମା ୧୫ ହଜାରରୁ ବୃଦ୍ଧି କରାଯାଇ ୫୦ହଜାର ପର୍ଯ୍ୟନ୍ତ କରାଯାଇପାରେ । ମାସିକ ପେନସନ୍ରୁ ହେଉଥିବା ଇନକମ୍ ଆୟର ଅନ୍ୟ ସ୍ରୋତ ମଧ୍ୟରେ ସାମିଲ ହେବା ସହ ଏହା ଟ୍ୟାକ୍ସ ଯୁକ୍ତ ହୋଇଥାଏ । ଏହା ଉପରେ ୫୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ଼ ଡିଡକସନର ଫାଇଦା ମଧ୍ୟ ମିଳିନଥାଏ । ଶ୍ରମ ମନ୍ତ୍ରଣାଳୟ କହିବା ଅନୁସାରେ ଏହା ସମ୍ପୂର୍ଣ୍ଣ ଭାବେ ଭେଦଭାବପୂର୍ଣ୍ଣ । ତେଣୁ ପେନସନ୍ ଭୋଗୀଙ୍କୁ ଏହି ଫାଇଦା ଦିଆଗଲେ ଭଲ ହେବ ଏବଂ ଏହାଦ୍ବାରା ଅର୍ଥ ମନ୍ତ୍ରଣାଳୟ ଉପରେ ସେମିତି ବୋଝ ମଧ୍ୟ ପଡ଼ିବ ନାହିଁ । ସରକାର ଏହି ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ଏବଂ ଏନେଇ ଆଗାମୀ ବଜେଟରେ ଘୋଷଣା କରାଯାଇପାରେ ।

ଏହା ଛଡ଼ା ଇନକମ୍ ଟ୍ୟାକ୍ସ ସ୍ଲାବରେ ବଡ଼ଧରଣର ଅଦଳବଦଳ ମଧ୍ୟ କରାଯାଇପାରେ ବୋଲି ସୂଚନା ମିଳିଛି । ଏପରି ହେଲେ ବାର୍ଷିକ ୭ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ଉପରେ ୫ ପ୍ରତିଶତ ଏବଂ ୭ରୁ ୧୦ ଏବଂ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କ ଉପରେ ୧୦ ପ୍ରତିଶତ ନେଇ ପ୍ରସ୍ତାବ ଆସିପାରେ । ବର୍ତ୍ତମାନ ୫ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ୨୦ ପ୍ରତିଶତ ଆୟକର ଦେବାକୁ ପଡ଼ୁଛି । ୧୦ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ ଲାଗୁ ନେଇ ପ୍ରସ୍ତାବ ରହିଥିବାବେଳେ ବର୍ତ୍ତମାନ ୧୦ରୁ ୩୦ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଲାଗୁଛି । ସେହିପରି ୨୦ ଲକ୍ଷରୁ ୧୦ କୋଟି ଆୟ କରୁଥିବା ଲୋକଙ୍କ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଲାଗୁନେଇ ପ୍ରସ୍ତାବ ରହିଥିବାବେଳେ ଏବେ ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ଉପରେ ୩୫ ପ୍ରତିଶତ ଟ୍ୟାକ୍ସ ଲାଗୁଛି ।
First published: January 23, 2020, 5:56 PM IST
corona virus btn
corona virus btn
Loading