News 18 Odia Digital
ନୂଆଦିଲ୍ଲୀ; କୁହାଯାଏ ଯେ, ଯେତେବେଳେ ପ୍ରେମ ହୋଇଯାଏ ପ୍ରେମ କରୁଥିବା ବ୍ୟକ୍ତି ସମ୍ପର୍କ, ସମାଜ, ବୟସ କିଛି ଦେଖେ ନାହିଁ । ରାଜସ୍ଥାନର ଭରତପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ପୁତୁରାର ପ୍ରେମରେ ପିଉସୀ ପାଗଳି ହୋଇ ତା ସହିତ ଫେରାର ହୋଇ ବିବାହ କଲେ । ପରିବାର ସଦସ୍ୟ ଏ ବିଷୟରେ କିଛି ବି ଜାଣିନଥିଲେ । ପରେ ଯୁବତୀଙ୍କ ପରିବାର ସଦସ୍ୟ ନିଖୋଜ ନେଇ ମାମଲା ଦାୟର କଲେ । ବର୍ତ୍ତମାନ ଏହି ଦମ୍ପତି ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କଠାରୁ ନିଜର ସୁରକ୍ଷା ଦାବି କରିଛନ୍ତି ।
ଭରତପୁରର ବାସିନ୍ଦା ୨୯ ବର୍ଷୀୟା ଝିଅ ସେପ୍ଟେମ୍ବର ୨୧ ରେ ଘରୁ ପଳାଇ ଯାଇଥିଲା । ସେ ମଥୁରାର ବାସିନ୍ଦା ତାଙ୍କ ପୁତୁରା (ପ୍ରେମିକ) ସହ କୋର୍ଟ ବିବାହ କରିଥିଲେ । ଦୁଇ ଦିନ ପରେ, ସେପ୍ଟେମ୍ବର ୨୩ ରେ, ଝିଅର ପରିବାର ପୋଲିସ ଷ୍ଟେସନକୁ ଯାଇ ନିଖୋଜ ନେଇ ମାମଲା ରୁଜୁ କରିଥିଲେ ।
ଏହି ସମୟରେ ଉଭୟ ପରିବାରକୁ ସେମାନଙ୍କ ବିଷୟରେ ଜଣା ପଡ଼ିଗଲା। ଏବେ ଝିଅ ଜଣକ ଟୁଇଟ୍ କରି ସିଏମ୍ ଅଶୋକ ଗେହଲୋଟ୍, କଂଗ୍ରେସ ବିଧାୟକ ସଚିନ ପାଇଲଟଙ୍କ ସମେତ ସ୍ଥାନୀୟ ପୋଲିସ-ପ୍ରଶାସନକୁ ତାଙ୍କ ବାପଘର ଓ ଶାଶୁ ଘରଠାରୁ ସୁରକ୍ଷା ଦାବି କରିଛନ୍ତି । ଆହୁରି ମଧ୍ୟ ଲେଖିଛନ୍ତି, ଉଭୟ ପରିବାର ସେମାନଙ୍କୁ ଏକାଠି ହଇରାଣ କରୁଛନ୍ତି । ମାନସିକ ଚାପ ଦେଉଛନ୍ତି, ଆମ ଜୀବନ ବିପଦରେ ଅଛି । ମୁଁ ମୋର ନିଜ ଇଚ୍ଛାରେ ବିବାହ କରିଛି, ହାଇକୋର୍ଟର ବେଞ୍ଚ ମଧ୍ୟ ଏହି ବିବାହକୁ ଵୈଧ ଘୋଷଣା କରିଛି । ଭଗବାନ ମୋତେ ସାହାଯ୍ୟ କରନ୍ତୁ। "
ଭରତପୁର ପୋଲିସ ଏହି ଟୁଇଟରେ ରିପ୍ଲାଏ ଦେଇଛିସାହାଯ୍ୟ ମାଗିଥିବା ଥିବା ଟ୍ୱିଟରେ ଭରତପୁର ପୋଲିସ ମଧ୍ୟ ପ୍ରତିକ୍ରିୟା ଦେଇଛି । ପୋଲିସ ଲେଖିଛି, ଏହି ମାମଲାରେ ସଂପୃକ୍ତ ଷ୍ଟେସନକୁ ନିର୍ଦେଶ ଦିଆଯାଇଛି, ତୁମେ ପୋଲିସ ଷ୍ଟେସନକୁ ଆସି ଏକ ବୟାନ ଦିଅ, ତୁମକୁ ସୁରକ୍ଷା ଯୋଗାଇ ଦିଆଯିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।