News18 Odia Digital
ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ଯୁବକ ସୋମବାର ଦିନ ଜଣେ ଛାତ୍ରୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବେଙ୍ଗାଲୁରୁ ପୋଲିସ କହିଛି ଯେ ସୋମବାର ଦିନ ବେଙ୍ଗାଲୁରୁ ଉପକଣ୍ଠରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଜଣେ ୧୯ ବର୍ଷୀୟା ବି.ଟେକ୍ ଛାତ୍ରୀଙ୍କୁ ତାଙ୍କ ବନ୍ଧୁ ଅନେକ ଥର ଛୁରୀ ମାଡ଼ କରିଥିଲା। ଯାହା ପରେ ଝିଅଙ୍କ ମୃତ୍ୟୁ ହୋଇଥିଲା। ପୋଲିସ କହିଛି ଯେ ଅଭିଯୁକ୍ତ ମଧ୍ୟ ନିଜକୁ ଛୁରାମାଡ଼ କରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।
ପୀଡିତା ଛାତ୍ରୀ ଲାୟା ସ୍ମିଥା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିବାବେଳେ ଅଭିଯୁକ୍ତ ପୱନ କଲ୍ୟାଣ ବୋଲି ଜଣାପଡ଼ିଛି। ଛାତିରେ ଆଘାତ ଲାଗିଥିବା ଯୁବକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସନ୍ଦେହ କରାଯାଉଛି ଯେ ପ୍ରେମ ସମ୍ପର୍କକୁ ନେଇ ଯୁବକ ଓ ଝିଅ ମଧ୍ୟରେ ଝଗଡା ହୋଇଥାଇପାରେ।
ଉଭୟ ସମାନ ଗାଁରଏହି ଘଟଣା ବିଶ୍ୱବିଦ୍ୟାଳୟରେ ଘଟିଛି ଯେଉଁଠାରେ ପୀଡିତା ପାଠ ପଢୁଥିଲେ। ଅଭିଯୁକ୍ତ ଅନ୍ୟ ଏକ କଲେଜର ବିସିଏ ଛାତ୍ର ବୋଲି କୁହାଯାଉଛି। ପୋଲିସ କହିଛି ଯେ ଉଭୟ କୋଲାର ଜିଲ୍ଲାର ମୁଲବାଗାଲ ତାଲୁକର ଏକ ଗାଁର ବାସିନ୍ଦା। ଉଭୟଙ୍କୁ ଏପରି ଅବସ୍ଥାରେ ଦେଖି ଛାତ୍ରଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷ ଏବଂ ସୁରକ୍ଷା କର୍ମୀଙ୍କୁ ସୂଚନା ଦେଇଥିଲେ। ଏହା ପରେ ଆମ୍ବୁଲାନ୍ସ ଡକାଯାଇ ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା।
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛିବେଙ୍ଗାଲୁରୁ ପୋଲିସ କହିଛି ଯେ ହତ୍ୟା ପରେ ତୁରନ୍ତ ଅଭିଯୁକ୍ତ ଯୁବକ ମଧ୍ୟ ନିଜ ଜୀବନକୁ ଶେଷ କରିବା ଉଦ୍ଦେଶ୍ୟରେ ସମାନ ଅସ୍ତ୍ରରେ ଆକ୍ରମଣ କରିଥିଲା। ହତ୍ୟାକାଣ୍ଡର ଉଦ୍ଦେଶ୍ୟ କିମ୍ବା କାରଣ ଏପର୍ଯ୍ୟନ୍ତ ସେମାନେ ଜାଣିପାରି ନାହାଁନ୍ତି। ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି। ଯେଉଁଠାରେ ଏହି ଘଟଣା ଘଟିଥିଲା ସେହି କଲେଜର ଛାତ୍ରଛତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।