ମନ୍ତ୍ରୀ ଅଶ୍ଵିନୀ ବୌଷ୍ଣବଙ୍କ (ପ୍ରତୀକାତ୍ମକ ଛବି)
News 18 Odia Digital
ନୂଆ ଦିଲ୍ଲୀ: ସାର୍ବଜନୀନ କ୍ଷେତ୍ର ଟେଲିକମ୍ ଅପରେଟର ବିଏସଏନଏଲ୍ କର୍ମଚାରୀଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ସମୟରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୌଷ୍ଣବ ତାଙ୍କର ବାର୍ତ୍ତା ଦେଇଥିଲେ । ସେହି ବୈଠକର ଏକ ଲିକ୍ ହୋଇଥିବା ଅଡିଓରେ ଖରାପ ଅବସ୍ଥାରେ ଥିବା କମ୍ପାନୀର ୬୨,୦୦୦ କର୍ମଚାରୀ ମାନଙ୍କୁ ଚେତାବନୀ ଦେଇ କହୁଛନ୍ତି ଯେ ଯିଏ ବି ଭଲ ପ୍ରଦର୍ଶନ କରୁନାହାଁନ୍ତି ସେ ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରିପାରିବେ।
ବିଏସଏନଏଲର ପୁନର୍ଜୀବନ ପାଇଁ ୧.୬୪ ଲକ୍ଷ କୋଟି ପ୍ୟାକେଜ ଘୋଷଣା କରିବାର କିଛି ଦିନ ପରେ ଅଶ୍ଵିନୀ ବୈଷ୍ଣବ ଗୁରୁବାର କମ୍ପାନୀର ବରିଷ୍ଠ ମ୍ୟାନେଜମେଣ୍ଟ ସହିତ ଏହି ବୈଠକ ଡାକିଥିଲେ।
ବର୍ତ୍ତମାନ ଭାଇରାଲ ହେଉଥିବା ଅଡିଓରେ ଅଶ୍ଵିନୀ ବୈଷ୍ଣବ କହିଛନ୍ତି, "ମୁଁ ପ୍ରତି ମାସରେ କାର୍ଯ୍ୟଦକ୍ଷତା ମାପବି। ଯେଉଁମାନେ କାମ କରିବାକୁ ଚାହୁଁନାହାଁନ୍ତି ସେମାନେ ସ୍ବେଚ୍ଛାକୃତ ଅବସର ନେଇ ଘରକୁ ଯାଇପାରନ୍ତି। କିମ୍ବା ରେଳବାଇରେ ଘଟିଥିବା ପରି ତୁମକୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରାଯିବ।"
ବିଏସଏନଏଲକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବା ପାଇଁ ଜୁଲାଇ ୨୭ ରେ ୟୁନିଅନ କ୍ୟାବିନେଟରେ ପୁନର୍ଜୀବନ ପ୍ୟାକେଜକୁ ୧.୬୪ ଲକ୍ଷ କୋଟି ଟଙ୍କା ଅନୁମୋଦନ କରିଛି।
‘‘ଆମେ ଯାହା କରିବା ଉଚିତ୍ ତାହା କରିଛୁ ଓ ବର୍ତ୍ତମାନ ତୁମକୁ କରିବା ଆବଶ୍ୟକ। ଏହା ବର୍ତ୍ତମାନଠାରୁ ନୂଆ ସ୍ବଭାବିକ ହେବାକୁ ଯାଉଛି। ପ୍ରଦର୍ଶନ କର ନହେଲେ ବିଦା ହେବ। କେବଳ ତୁମର ପ୍ରଦର୍ଶନ ଏହି ପ୍ରତିଯୋଗିତାମୂଳକ ଶିଳ୍ପରେ ବଞ୍ଚାଇ ପାରିବ। ମୁଁ ଦେଖିବାକୁ ଚାହେଁ ଆସନ୍ତା ୨୪ ମାସରେ ଫଳାଫଳ। ମୁଁ ଆପଣଙ୍କ ପ୍ରଦର୍ଶନ ଉପରେ ମାସିକ ରିପୋର୍ଟ ଦେଖିବି,’’ ବୈଷ୍ଣବ କହିଛନ୍ତି।
କ୍ୟାବିନେଟ୍ ଦ୍ବାରା ଅନୁମୋଦିତ ପୁନର୍ଜୀବନ ପଦକ୍ଷେପଗୁଡିକ ବିଏସଏନଏଲ ସେବାଗୁଡିକର ନବୀକରଣ, ସ୍ପେକ୍ଟ୍ରମ୍ ଆବଣ୍ଟନ, ଏହାର ବାଲାନ୍ସ ସିଟ୍ ଉପରେ ଚାପ ଓ ଏହାର ଫାଇବର ନେଟୱାର୍କ ବୃଦ୍ଧି ପାଇଁ ତାଜା ପୁଞ୍ଜି ଲଗାଇବା ଉପରେ ଧ୍ୟାନ ଦିଆଯିବକୁ ନିଷ୍ପତ୍ତି ନିଆଯାଇଥିଲା ।
ମନ୍ତ୍ରୀ ଆହୁରି କହିଛନ୍ତି, "ଯେଉଁଭଳି ଭାବେ ପୁନର୍ଜୀବିତ ପ୍ୟାକେଜ୍ ତିଆରି ହୋଇଛି, ବିଶ୍ୱର ଅନ୍ୟ କୌଣସି ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଏତେ ବିପଦକୁ ନେଇପାରି ନଥାନ୍ତେ। ଏହା ଏକ ଛୋଟ ଆବଣ୍ଟନ ନୁହେଁ।"
ଭରତ ବ୍ରଡବ୍ୟାଣ୍ଡ ନେଟୱାର୍କ ଲିମିଟେଡ୍ (ବିବିଏନ୍ଏଲ୍) କୁ ବିଏସଏନଏଲ ସହିତ ମିଶ୍ରଣ କରିବାର ପ୍ରସ୍ତାବକୁ କ୍ୟାବିନେଟ୍ ମଧ୍ୟ ଅନୁମୋଦନ କରିଛି।
ଏହି ମିଶ୍ରଣ ମାଧ୍ୟମରେ ବିଏସଏନଏଲ ଅତିରିକ୍ତ ୫.୬୭ ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବର ପାଇବ ଯାହା ଦେଶର ୧.୮୫ ଲକ୍ଷ ଗ୍ରାମ ପଞ୍ଚାୟତ ଉପରେ ପହଞ୍ଚି ପାରିବ । ବିଏସଏନଏଲ ରେ ୬.୮୩ ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକାଲ୍ ଫାଇବର କେବୁଲ୍ ନେଟୱାର୍କ ଅଛି ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।