News18 Odia Digital
Pakistani Drone Shot: ଆଜି ସକାଳେ ପଞ୍ଜାବର ଗୁରୁଦାସପୁରରେ ପାକିସ୍ତାନୀ ଡ୍ରୋନ୍ ପୁଣି ଥରେ ଦେଖିବାକୁ ମିଳିଥିଲା। ସୀମାନ୍ତରେ ସୀମା ସୁରକ୍ଷା ବଳର କର୍ମଚାରୀମାନେ ପାକିସ୍ତାନୀ ଡ୍ରୋନ୍କୁ ଗୁଳି କରି ତଳେ ଖସାଇ ଦେଇଥିଲେ।
ବର୍ତ୍ତମାନ ଏହି ଅଞ୍ଚଳରେ ବିଏସ୍ଏଫ୍ ଦ୍ୱାରା ଏକ ସର୍ଚ୍ଚ ଅପରେସନ୍ ଚାଲିଛି। ଗତ ୯ ମାସ ମଧ୍ୟରେ ୧୭୧ ପାକିସ୍ତାନୀ ଡ୍ରୋନ୍ ପଞ୍ଜାବରେ ପ୍ରବେଶ କରିଛି।
ବିଏସଏଫର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ‘‘ଭୋର ୪.୩୫ରେ ପଞ୍ଜାବର ଗୁରୁଦାସପୁର ସେକ୍ଟରର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନରୁ ଭାରତକୁ ପ୍ରବେଶ କରିଥିବା ଏକ ଡ୍ରୋନ୍ ଦେଖିବାକୁ ମିଳିଥିଲା। ଡ୍ରୋନ୍ ଦେଖିବା ପରେ ସୀମାରେ ପୋଷ୍ଟ ହୋଇଥିବା ବିଏସ୍ଏଫ୍ କର୍ମଚାରୀମାନେ ଏହାକୁ ଗୁଳି କରି ଧ୍ବଂସ କରିଦେଇଥିଲେ। ସମଗ୍ର ଅଞ୍ଚଳରେ ଏକ ବିଶାଳ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି।’’
ଗୁରୁଦାସପୁର ବିଏସ୍ଏଫ୍ ଡିଜି ପ୍ରଭାକର ଯୋଶୀ କହିଛନ୍ତି ଯେ ବିଏସ୍ଏଫର ସାହସୀ ସୈନିକମାନେ ପାକିସ୍ତାନରୁ ଡ୍ରୋନ୍ ଆସିବାର ଶବ୍ଦ ଶୁଣିଥିଲେ। ସେ ଭାରତରେ ପ୍ରବେଶ କରିବା ମାତ୍ରେ ସୈନିକମାନେ ତା ଉପରକୁ ୧୭ ରାଉଣ୍ଡ ଗୁଳି ଚଳାଇଥିଲେ। ଡ୍ରୋନର ଗୋଟିଏ ବ୍ଲେଡ୍ କ୍ଷତିଗ୍ରସ୍ତ ହୋଇଛି। ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି।
ଗତ ୯ ମାସରେ ପାକିସ୍ତାନରୁ ୧୭୧ ଡ୍ରୋନ୍ ପଞ୍ଜାବରେ ପ୍ରବେଶ କରିଛିଚଳିତ ବର୍ଷ ଜାନୁଆରୀ ୧ ରୁ ନେଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅର୍ଥାତ୍ ଗତ ନଅ ମାସରେ, ପାକିସ୍ତାନ ଦ୍ୱାରା ପଠାଯାଇଥିବା ୧୭୧ ଡ୍ରୋନ୍ ପଞ୍ଜାବ ସୀମାରେ ଦେଖିବାକୁ ମିଳିସାରିଛି। ଏହା ବ୍ୟତୀତ ଜାମ୍ମୁରେ ଅନ୍ୟ ୨୦ଟି ଡ୍ରୋନ୍ ଦେଖିବାକୁ ମିଳିଛି। ଅର୍ଥାତ୍ ୯ ମାସ ମଧ୍ୟରେ ସମୁଦାୟ ୧୯୧ ଡ୍ରୋନ୍ ପାକିସ୍ତାନରୁ ଭାରତୀୟ ସୀମାକୁ ପଠାଯାଇଥିଲ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୋଟ ୧୯୧ ପାକିସ୍ତାନୀ ଡ୍ରୋନ ମଧ୍ୟରୁ ଅଧିକାଂଶ ପାକିସ୍ତାନ ସୀମାରେ ପଳାଇବାରେ ସଫଳ ହୋଇଥିବାବେଳେ କେତେକ ଭାରତୀୟ ସୈନିକଙ୍କ ଦ୍ବାରା ଧ୍ବଂସ କରାଯାଇଛି। ଚଳିତ ବର୍ଷ ଜାନୁୟାରୀ ୧ରୁ ସେପ୍ଟେମ୍ବର ୧୫ ମଧ୍ୟରେ ପଞ୍ଜାବର ଅମୃତସର, ଫିରୋଜପୁର ଓ ଅବୋହର ଅଞ୍ଚଳରେ ସାତୋଟି ଡ୍ରୋନ ଉପରକୁ ଗୁଳି ଚଳାଯାଇଥିଲା।
ସୁରକ୍ଷା ଏଜେନ୍ସି, ବିଏସ୍ଏଫ୍ ଓ ଜାମ୍ମୁ କାଶ୍ମୀର ପୋଲିସର ଅଧିକାରୀଙ୍କ ଗୁପ୍ତଚର ସୂଚନା ଅନୁଯାୟୀ ଏହି ଡ୍ରୋନ୍ ଗୁଡିକ ଉପତ୍ୟକା ଓ ପଞ୍ଜାବରେ ଆତଙ୍କବାଦୀ ଅପରେସନ ତଥା ଆଫଗାନିସ୍ତାନ ହିରୋଇନ୍ ପ୍ୟାକେଟ୍ ପକାଇବା ପାଇଁ ବ୍ୟବହୃତ ହୁଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।