ଭାରତ ବାଂଲାଦେଶ ତ୍ରିପୁରା ମିଲିଟାଣ୍ଟ ଗ୍ରୁପ୍ ଆକ୍ରମଣରେ ଜଣେ ଯବାନ ଶହୀଦ

ଉତ୍ତର ତ୍ରିପୁରା ଜିଲା କାଞ୍ଚନପୁର ସ୍ଥିତ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ସକାଳେ ନ୍ୟାସନାଲ ଲିବରେସନ ଫ୍ରଣ୍ଟ ଅଫ୍‌ ତ୍ରିପୁରା(ଏନ୍‌ଏଲ୍‌ଏଫ୍‌ଟି)ର କେତେକ ସନ୍ଦିଗ୍ଧ ଉଗ୍ରପନ୍ଥୀ ଓ ବିଏସ୍‌ଏଫ୍‌ ଯବାନ ମୁହାଁମୁହିଁ ହୋଇଛନ୍ତି । ଏହି ଏନ୍‌କାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି। 

ଜଣେ ଯବାନ ଶହୀଦ

ଜଣେ ଯବାନ ଶହୀଦ

  • Share this:
News 18 Odia Digital

ତ୍ରିପୁରା: ଉତ୍ତର ତ୍ରିପୁରା ଜିଲା କାଞ୍ଚନପୁର ସ୍ଥିତ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା ଦେଖାଦେଇଛି । ଶୁକ୍ରବାର ସକାଳେ ନ୍ୟାସନାଲ ଲିବରେସନ ଫ୍ରଣ୍ଟ ଅଫ୍‌ ତ୍ରିପୁରା(ଏନ୍‌ଏଲ୍‌ଏଫ୍‌ଟି)ର କେତେକ ସନ୍ଦିଗ୍ଧ ଉଗ୍ରପନ୍ଥୀ ଓ ବିଏସ୍‌ଏଫ୍‌ ଯବାନ ମୁହାଁମୁହିଁ ହୋଇଛନ୍ତି । ଏହି ଏନ୍‌କାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଅଗରତାଲାକୁ ବିମାନ ଯୋଗେ ନିଆଯାଇଥିଲା, ଯେଉଁଠାରେ ସେ ଆହତ ହୋଇଥିଲେ । ଶହୀଦ ଯବାନ ଜଣଙ୍କ ହେଲେ ବିଏସ୍‌ଏଫ୍‌ର ୧୪୫ତମ ବାଟାଲିୟନର ୫୩ବର୍ଷୀୟ ମୁଖ୍ୟ କନଷ୍ଟେବଳ ଗିରିଜେଶ କୁମାର । ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ୮ଟା ୩୦ରେ କାଞ୍ଚନପୁର ସବ୍‌ଡିଭିଜନର ସୀମା-୨ ଆଉଟ୍‌ପୋଷ୍ଟ ଅଞ୍ଚଳରେ ଏକ ବିଏସ୍‌ଏଫ୍‌ ଟିମ୍‌ ଅପରେଶନରେ ଥିବା ବେଳେ ବାଂଲାଦେଶ ପାର୍ଶ୍ୱରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା ।

ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏସ୍‌ପି କିରଣ କୁମାର କହିଛନ୍ତି ଯେ ଏହି ଘଟଣା ପରେ ଭାରତ-ବାଂଲାଦେଶ ସୀମାରେ ସୁରକ୍ଷାକୁ ଆହୁରି ବୃଦ୍ଧି କରାଯିବା ସହ ଏହି ଅଞ୍ଚଳରେ ଅପରେଶନକୁ ଜୋରଦାର କରାଯାଇଛି । ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସୀମା ସୁରକ୍ଷା ବାଂଲାଦେଶ ସହ ଆଲୋଚନା କରାଯିବ ।
Published by:Soumyashree Mishra
First published: