ଭାରତ-ପାକିସ୍ତାନ ସୀମାରେ BSF ଖୋଜି ପାଇଲା ସୁଡ଼ଙ୍ଗ; ବାଲି ବସ୍ତାରେ ଲେଖାଅଛି ‘କରାଚୀ’

ଏହି ସୁଡ଼ଙ୍ଗଟି ମୁହଁ ପରେ ପ୍ରାୟ ୨୫ ଫୁଟ ଗଭୀରକୁ ଯାଇଛି । BSF ଓ IB ସେହି ଅଞ୍ଚଳରେ ଏକ ବଡ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି । ପାକିସ୍ତାନର ନିକଟତମ ସୀମା ପୋଷ୍ଟ ଏହି ସୁଡ଼ଙ୍ଗ ଠାରୁ ୪୦୦ ମିଟର ଦୂରରେ ଅଛି ।

ବିଏସଏଫ ଖୋଜି ପାଇଥିବା ସୁଡ଼ଙ୍ଗର ମୁହଁ

ବିଏସଏଫ ଖୋଜି ପାଇଥିବା ସୁଡ଼ଙ୍ଗର ମୁହଁ

  • Share this:
News18 Odia Digital
ନୂଆ ଦିଲ୍ଲୀ: ଜମ୍ମୁରେ (Jammu) ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ବାଡ଼ (India-Pakistan international border fence) ତଳେ ସୀମା ସୁରକ୍ଷା ବଳ (ବିଏସଏଫ, BSF) ଏକ ସୁଡ଼ଙ୍ଗ (tunnel) ଖୋଜି ପାଇଛି ବୋଲି ଅଧିକାରୀମାନେ କହିଛନ୍ତି ।

ଭାରତ-ପାକିସ୍ତାନ (India-Pakistan) ସୀମାରେ ଏହି ପ୍ରକାରର ଅନ୍ୟ ଲୁକ୍କାୟିତ ସଂରଚନା (hidden structures) ଖୋଜିବା ପାଇଁ BSF ଏହି ଅଞ୍ଚଳରେ ଏକ ବଡ଼ ସର୍ଚ୍ଚ ଅପରେସନ (major search operation) ଆରମ୍ଭ କରିଛି । ଏହି ପରି ସଂରଚନା ଅନୁପ୍ରବେଶରେ (infiltration) ସାହାଯ୍ୟ କରେ । ଅଧିକାରୀମାନେ କହିଛନ୍ତି ଯେ ମିଳିଥିବା ସୁଡ଼ଙ୍ଗକୁ ବିଶ୍ଳେଷଣ କରାଯାଉଛି ।

‘‘ବିଏସଏଫ ମହାନିର୍ଦ୍ଦେଶକ ରାକେଶ ଆସ୍ଥାନା (BSF Director General Rakesh Asthana) ନିଜ ସୀମା କମାଣ୍ଡୋମାନଙ୍କୁ (frontier commanders) ନିର୍ଦ୍ଦେଶ ଦେଇଛନ୍ତି ଯେ ଅନୁପ୍ରବେଶ-ବିରୋଧୀ ଗ୍ରୀଡ (anti-infiltration grid) ଯେ ଅକ୍ଷୁର୍ଣ୍ଣ ଅଛି ଓ ସେଥିରେ କୌଣସି କୋହଳତା କରାଯାଇ ନାହିଁ ତାହା ସୁନିଶ୍ଚିତ କରାଯାଉ,’’ କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ ।

ସୁଡ଼ଙ୍ଗ ମୁହଁରେ ମିଳିଥିବା ବାଲି ବସ୍ତାରୁ ଗୋଟିଏ


ଜମ୍ମୁର ସାମ୍ବା ସେକ୍ଟରରେ (Samba sector of Jammu) ଗୁରୁବାର ଦିନ ପହରା ଦେଉଥିବା ବେଳେ BSFର ଏକ ପାଟ୍ରୋଲିଂ ଟିମ୍ (BSF patrol) ସୀମା ଉପରେ ଥିବା ତାର ବାଡ଼ ଠାରୁ ପ୍ରାୟ ୫୦ ମିଟର ଦୂରରେ ଏହି ସୁଡ଼ଙ୍ଗକୁ ଦେଖିଥିଲା ।

ସୁଡ଼ଙ୍ଗ ମୁହଁରେ ପ୍ଲାଷ୍ଟିକ୍ ବାଲି ବ୍ୟାଗ୍ ଥିଲା; ସେଥିରେ 'କରାଚି ଓ ଶାକରଗଡ଼' ଲେଖା ହୋଇଛି

ଅଧିକାରୀମାନେ କହିଛନ୍ତି ସେମାନେ ସୁଡ଼ଙ୍ଗଟିର ନିରୀକ୍ଷଣ କଲେ ଓ ତା’ ମୁହଁରେ ଆଠରୁ ୧୦ଟି ବାଲି ବ୍ୟାଗ୍ ଥିବା ଦେଖିବାକୁ ପାଇଥିଲେ । ସେମାନେ ଏହି ବାଲି ବ୍ୟାଗଗୁଡ଼ିକ ପାକିସ୍ତାନୀ ହୋଇଥିବାର ସଙ୍କେତ ପାଇଥିଲେ । ସେହି ବାଲି ବ୍ୟାଗଗୁଡ଼ିକ ଉପରେ ଲେଖାଥିଲା କରାଚି ଓ ଶାକରଗଡ଼ ।

ସୁଡ଼ଙ୍ଗଟି ମୁହଁ ପରେ ପ୍ରାୟ ୨୫ ଫୁଟ ଗଭୀର ।


ସୂତ୍ରଙ୍କ ଅନୁସାରେ ଏହି ସୁଡ଼ଙ୍ଗଟି ମୁହଁ ପରେ ପ୍ରାୟ ୨୫ ଫୁଟ ଗଭୀର । ଏହି ସୁଡ଼ଙ୍ଗ ଦେଖାଯିବା ପରେ BSF ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ସହିତ ମିଶି ଏହି ଅଞ୍ଚଳରେ ଏକ ବଡ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି, ଯାହା ଦ୍ୱାରା ଯଦି ଆହୁରି କୌଣସି ଗୁପ୍ତ ସଂରଚନାକୁ ସୃଷ୍ଟି କରାଯାଇଛି ତାହା ବି ଚିହ୍ନଟ କରାଯାଇପାରିବ ।

ଏହି ସୁଡ଼ଙ୍ଗ ଅନୁପ୍ରବେଶକାରୀମାନଙ୍କୁ ପାକିସ୍ତାନରୁ ସୀମା ପାର କରାଇ ଭାରତ ଭିତରକୁ ପ୍ରବେଶ କରାଇବାରେ ସାହାଯ୍ୟ କରେ ବୋଲି ଜଣାପଡ଼ିଛି । ଅନୁପ୍ରବେଶକାରୀମାନେ ଆତଙ୍କବାଦୀ ହୋଇଥାଇପାରନ୍ତି ଓ ଅସ୍ତ୍ରଶସ୍ତ୍ର ତଥା ନିଶା ଦ୍ରବ୍ୟ ସହ ଭାରତରେ ପ୍ରବେଶ କରନ୍ତି ବୋଲି ପୂର୍ବରୁ ପ୍ରମାଣ ରହିଛି ।

ଏହା ବି ପଢ଼ନ୍ତୁ | JEE Main ଓ NEET ପାଇଁ ରାଜ୍ୟରେ ଉଠିଲା ସଟଡାଉନ; ପରୀକ୍ଷାର୍ଥୀଙ୍କ କଥା ବୁଝିବେ ରାଜ୍ୟ ସରକାର

ଏହା ବି ପଢ଼ନ୍ତୁ |  ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଅଧିକାରୀମାନେ କହିଛନ୍ତି ଯେ ସୁଡ଼ଙ୍ଗର ମୁହଁରୁ ମିଳିଥିବା ଆଠ-ଦଶଟି ପ୍ଲାଷ୍ଟିକ ତିଆରି ବାଲି ବ୍ୟାଗରେ ସେହି ବ୍ୟାଗର ଉତ୍ପାଦନ ଓ ସମାପ୍ତି ତାରିଖ (ଏକ୍ସପାୟରି ଡେଟ୍) ଲେଖାଯାଇଛି । ଜଣେ ଅଧିକାରୀ କହିଛନ୍ତି ଯେ ପାକିସ୍ତାନର ନିକଟତମ ସୀମା ପୋଷ୍ଟ ଏହି ସୁଡ଼ଙ୍ଗ ଠାରୁ ପ୍ରାୟ ୪୦୦ ମିଟର ଦୂରରେ ଅଛି ।



‘‘ମିଳିଥିବା ବାଲି ବସ୍ତାରୁ ସେଗୁଡ଼ିକ ପାକିସ୍ତାନୀ ହୋଇଥିବାର ପ୍ରମାଣ ମିଳିସାରିଛି । ଏଥିରୁ ଜଣାପଡ଼ୁଛି ଯେ ଏହି ସୁଡ଼ଙ୍ଗକୁ ପ୍ଲାନ୍ କରି ଖୋଳାଯାଇଥିଲା । ଏଥି ପାଇଁ ଇଞ୍ଜିନିୟରିଂ ସାହାଯ୍ୟ ବି ନିଆଯାଇଛି । ପାକିସ୍ତାନୀ ରେଞ୍ଜର୍ସ୍ ଓ ଅନ୍ୟ ଏଜେନ୍ସିର ସହାୟତା ଓ ଅନୁମୋଦନ ବିନା ଏତେ ବଡ଼ ସୁଡ଼ଙ୍ଗ ଖୋଳାଯାଇ ନ ପାରେ,’’ କହିଛନ୍ତି ବିଏସଏଫ ଆଇଜି ଏନ.ଏସ. ଜାମୱାଲ (BSF IG NS Jamwal)।
Published by:Anand Shankar Thankur Das
First published: