ଦଶମ ପାସ କରିଥିଲେ ଦରମା ୮୦ ହଜାର ଉପରେ; ଏଠି କରନ୍ତୁ ଆବେଦନ

ଦଶମ ପାସ କରିଛନ୍ତି କି? ଆସିଲା ସୁବର୍ଣ୍ଣ ସୁଯୋଗ, BSFରେ ଆପଣ କରିପାରିବେ ଚାକିରି ।

ଜଲଦି କରନ୍ତୁ Apply

ଜଲଦି କରନ୍ତୁ Apply

  • News18 Odia
  • Last Updated :
  • Other, India
  • Share this:




News18 Odia Digital

Job Recruitment 2023: ହେଡ୍‌ କନଷ୍ଟେବଲ୍‌ (HC) ପଦବୀ ନିଯୁକ୍ତି ପାଇଁ ସୀମା ସୁରକ୍ଷା ବଳ (BSF) ବିଜ୍ଞପ୍ତି ଜାରି କରିଛି। ଏଥିପାଇଁ ୨୨ ଏପ୍ରିଲରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୪୭ ଟି ପଦବୀ ପୂରଣ ହେବ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାନ୍ତି ସେମାନେ BSF ର ଅଫିସିଆଲ୍ ୱେବସାଇଟ୍ rectt.bsf.gov.in କୁ ଯାଇ ଆବେଦନ କରିପାରିବେ।






ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ ଦାଖଲ ପାଇଁ ଆରମ୍ଭ ତାରିଖ: ୨୨ ଏପ୍ରିଲ୍ ୨୦୨୩

ଆବେଦନ ଦାଖଲ କରିବାର ଶେଷ ତାରିଖ: ୧୨ ମେ ୨୦୨୩

ଶିକ୍ଷାଗତ ଯୋଗ୍ୟତା

ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ ସର୍ବନିମ୍ନ ୬୦% ମାର୍କ ସହିତ ପ୍ରାର୍ଥୀମାନେ ଦ୍ୱାଦଶ କିମ୍ୱା ମାଟ୍ରିକ୍ ପାସ୍ କରିଥିବା ଆବଶ୍ୟକ

ପ୍ରାର୍ଥୀମାନଙ୍କ ପାଖରେ ଦୁଇ ବର୍ଷର ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ ବା ଆଇଟିଆଇ(ITI) ସାର୍ଟିଫିକେଟ୍ ରହିବା ଉଚିତ।

  • ପୋଷ୍ଟ୍‌ ସଂଖ୍ୟା


ମୋଟ ପୋଷ୍ଟ୍‌ ସଂଖ୍ୟା- ୨୪୭ଟି ପୋଷ୍ଟ୍

ହେଡ୍ କନଷ୍ଟେବଲ୍ (ରେଡିଓ ମେକାନିକ୍) - ୩୦ଟି ପୋଷ୍ଟ୍

ହେଡ୍ କନଷ୍ଟେବଲ୍ (ରେଡିଓ ଅପରେଟର୍) - ୨୧୭ଟି ପୋଷ୍ଟ୍

  •  ବୟସ ସୀମା:ବୟସ ଗଣନା ୧୨ ମେ ୨୦୨୩ ଆଧାରରେ ହେବ

    ସର୍ବନିମ୍ନ ବୟସ - ୧୮ ବର୍ଷ


ସର୍ବାଧିକ ବୟସ - ୨୫ ବର୍ଷ

SC / ST / OBC ବର୍ଗ ଏବଂ ଅନ୍ୟାନ୍ୟ ବିଶେଷ ବର୍ଗର ପ୍ରାର୍ଥୀଙ୍କୁ ବୟସରେ କୋହଳ କରାଯିବ

  • ଦରମା:


ସପ୍ତମ ସିପିସି ଅନୁଯାୟୀ ମ୍ୟାଟ୍ରିକ୍ସ ଲେଭଲ୍ -୪ - ୨୫,୫୦୦ ରୁ ୮୧,୧୦୦

ସମୟକ୍ରମେ ଅନ୍ୟାନ୍ୟ ଭତ୍ତା ପ୍ରଦାନ କରାଯିବ

Published by:Soumya Das
First published: