News18 Odia Digital
ବେଙ୍ଗାଲୁରୁ: ଦକ୍ଷିଣ ଭାରତ ରାଜନୀତିରେ ପୁଣି ଥରେ ସମସ୍ୟା ଦେଖିବାକୁ ମିଳିଛି । କର୍ଣ୍ଣାଟକ ମୁଖ୍ୟ ମନ୍ତ୍ରୀ ଭାବରେ ବିଏସ ୟେଦିରୁପ୍ପାଙ୍କ ଚତୁର୍ଥ କାର୍ଯ୍ୟକାଳ ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରିଲା ନାହଁ, କାରଣ ସେ ସୋମବାର ମୁଖ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏମିତି ଶକ୍ତିଶାଳୀ ନେତାଙ୍କୁ ମାତ୍ର ଦୁଇ ବର୍ଷ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟ ମନ୍ତ୍ରୀ ପଦରୁ କିପରି ଇସ୍ତଫା ଦେବାକୁ ପଡିଲା ଏହା ପଛରେ କ’ଣ ରହିଛି ମୁଖ୍ୟ କାରଣ । ବିଜେପି ହାଇକମାଣ୍ଡ ତାଙ୍କୁ ଏହି ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ କି । ଏମିତି ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।
୨୦୧୯ ଜୁଲାଇ ୨୬ରେ କର୍ଣ୍ଣାଟକ ରାଜ୍ୟ ସରକାର କଂଗ୍ରେସ-ଜେଡିଏସ ମିଳିତ ମଞ୍ଚକୁ ଟପିଯିବା ପରେ ବିଏସ ୟେଦିରୁପ୍ପା ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ତାଙ୍କର ଚତୁର୍ଥ କାର୍ଯ୍ୟକାଳରେ ସେ କେବଳ ଦୁଇ ବର୍ଷ ପଦରେ ରହିପାରିଲେ । ମୁଖ୍ୟ ମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ବିବାଦରେ ପରିପୂର୍ଣ୍ଣ ଥିଲା । ହେଲେ ହଠାତ୍ ଇସ୍ତଫା ଦେବାର କାରଣ କ’ଣ ଥିଲା?
ବିଏସ ୟେଦିରୁପ୍ପା କର୍ଣ୍ଣାଟର ଶକ୍ତିଶାଳୀ ଲିଙ୍ଗାୟତ ସମୁଦାୟର । ସେ ପ୍ରଥମ ଥର ୨୦୦୭ରେ ମୁଖ୍ୟ ମନ୍ତ୍ରୀ ହୋଇଥିଲେ । ସେହି ସମୟରେ ସେ କେବଳ ଏକ ସପ୍ତାହ ପର୍ଯ୍ୟନ୍ତ ନିଜ ପଦରେ ରହିଥିଲେ । ଏହା ପରେ ସେ ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଥିଲେ କନ୍ତୁ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଲା । ୨୦୧୮ରେ ରାଜ୍ୟରେ ନିର୍ବାଚନ ପରେ ସେ ମାତ୍ର ଦୁଇ ଦିନ ପାଇଁ ମୁଖ୍ୟ ମନ୍ତ୍ରୀ ହୋଇଥିଲେ କାରଣ ସେ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରିନଥିଲେ । ଏହା ପରେ କଂଗ୍ରେସ ଓ ଜେଡିଏସର ୧୩ ଜଣ ବିଧାୟକ ଏକାଠି ଆସିବା ପରେ ସେ ପୁଣି ଥରେ ମୁଖ୍ୟ ମନ୍ତ୍ରୀ ସାଜିଥିଲେ ।
ବିଶ୍ବାସ କରାଯାଉଥିଲା ଯେ ରାଜ୍ୟରେ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ୨୦୨୩ ପର୍ଯ୍ୟନ୍ତ ରାଜ୍ୟରେ ମୁଖ୍ୟ ମନ୍ତ୍ରୀ ରହିବେ ସେ, କିନ୍ତୁ ତାହା ହୋଇପାରିଲା ନାହିଁ । ତାହାଲେ ତାଙ୍କ ଇସ୍ତଫା ଦେବା ପଛରେ କେଉଁ କାରଣଗୁଡ଼ିକ ରହିଛ ଆସନ୍ତୁ ଜାଣିବା…
୧. ଦଳର ବରିଷ୍ଠ ନେତାମାନେ ଆରମ୍ଭରୁ ତାଙ୍କୁ ବିରୋଧ କରୁଥିଲେ । ସେମାନଙ୍କ ଅନୁଯାୟୀ ବିଏସ ୟେଦିରୁପ୍ପା ତାଙ୍କୁ ଅଣଦେଖା କରୁଛନ୍ତି । ନୂଆ ଲୋକଙ୍କ ଉପରେ ଅଧିକ ଧ୍ୟାନ ଦେଉଥିଲେ ସେ ।
୨. ଏବ ବର୍ଷ ପାଇଁ ପାର୍ଟିର ହାଇକମାଣ୍ଡ ଚାପ ରହିଥିଲା । ଯେତେବେଳେ ରାଜ୍ୟରେ ଦଳର ନେତାମାନେ ୟେଦିରୁପ୍ପା ଉପରେ ଅସନ୍ତୁଷ୍ଟ ହେବାକୁ ଲାଗିଲେ ଓ ସେମାନଙ୍କ ଅଭିଯୋଗ ସହିତ ହାଇକମାଣ୍ଡଙ୍କୁ ଭେଟିବା ଆରମ୍ଭ କଲେ । ଦତ ଗତ ଏକ ବର୍ଷ ଧରି ତାଙ୍କ ଉପରେ ଚାପ ବଢ଼ାଇଥିଲା । ଏଭଳି ପରିସ୍ଥିତିରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ ବୋଲି ଲାଗୁଥିଲା ।
୩. ଯେତେବେଳେ ରାଜ୍ୟସଭା ନିର୍ବାଚନ ପାଇଁ ନାମଙ୍କନପତ୍ର ଦିଆଯାଇଥିଲା, ୟେଦିରୁପ୍ପା ତାଙ୍କ ତରଫରୁ କେନ୍ଦ୍ରକୁ ଅନେକ ନାମ ପଠାଇଥିଲେ କିନ୍ତୁ ଦଳର ହାଇକମାଣ୍ଡ ତାଙ୍କ ସୁପାରିଶକୁ ଅଣଦେଖା କରିଥିଲେ । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଆଉ ପାର୍ଟି ହାଇକମାଣ୍ଡର ପ୍ରିୟ ନୁହଁନ୍ତି ସେ । ତାଙ୍କୁ ଏହି ପଦବୀରୁ ହଟାଇବା ପାଇଁ ଏହା ପ୍ରଥମ ଓ ସ୍ପଷ୍ଟ ସଙ୍କେତ ଥିଲା ।
୪. ଗତ କିଛି ମାସ ଧରି ରାଜ୍ୟରେ ଦଳର ନେତାମାନେ ୟେଦିରୁପ୍ପା ବିରୋଧରେ ଖୋଲା ବିବୃତ୍ତି ଦେଇଥିଲେ ମଧ୍ୟ ଦଳର ହାଇକମାଣ୍ଡ କାହା ବିରୋଧରେ କୌଣସି ପଦକ୍ଷେପ ନେଇ ନଥିଲେ । ବିଶ୍ବାସ କରାଯାଉଥିଲା ଯେ ପାର୍ଟି ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଏହି ସବୁ ଘଟୁଛି । ଏହା ଆଉ ଏକ ସୂଚକ ଥିଲା ଯେ ସେ ଆଉ ପାର୍ଟି ହାଇକମାଣ୍ଡର ପସନ୍ଦ ନୁହଁନ୍ତି ବୋଲି। ଏଥି ପାଇଁ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିବ ।
୫. କେବଳ ରାଜ୍ୟରେ ଦଳର ନେତା ନୁହଁନ୍ତି, ଅନ୍ୟ ସର୍କଲରେ ମଧ୍ୟ ତାଙ୍କ ପୁଅ ବି. ୱାଇ ବିଜେନ୍ଦ୍ର ପ୍ରକ୍ସି ମୁଖ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ ବୋଲି କୁହାଯାଇଥିଲା । ଦୁର୍ନୀତିର ଅଭିଯୋଗ ମଧ୍ୟ ହୋଇଥିଲା ।
୬. ବିଜେପି ହାଇକମାଣ୍ଡ ଚାହୁଁଥିଲେ ଯେ ବିଏସ ୟେଦିରୁପ୍ପାଙ୍କ ସ୍ଥାନରେ ରାଜ୍ୟରେ ଦ୍ବିତୀୟ ଶକ୍ତିଶାଳୀ ନେତା ସୃଷ୍ଟି ହେବା ଉଚିତ୍, ଯାହା ଦ୍ବାରା ୨୦୨୩ର ପରବର୍ତ୍ତୀ ନିର୍ବାଚନ ତାଙ୍କ ନେତୃତ୍ବରେ ଲଢ଼ି ହେବ।
୭. ରାଜ୍ୟର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଏହା ମଧ୍ୟ ଅନୁଭବ ହୋଇଛି ଯେ ଯଦି ଗୋଟିଏ ପଟେ ସେ ଆଉ ବିଜେପି ହାଇକମାଣ୍ଡ ପସନ୍ଦ ନଥିଲେ, ତାହାଲେ ଆର.ଏସ.ଏସ. ମଧ୍ୟ ତାଙ୍କୁ ତାଙ୍କୁ ପସନ୍ଦ କରୁନଥିଲା । ବର୍ତ୍ତମାନ ଯେଉଁ ନେତା ରାଜ୍ୟରେ ମୁଖ୍ୟ ମନ୍ତ୍ରୀ ହେବେ ସେ ବୋଧହୁଏ ଆର.ଏସ.ଏସ. ର ପସନ୍ଦୀୟ ମଧ୍ୟ ହେବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।