ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଗାର୍ଲଫ୍ରେଣ୍ଡଙ୍କୁ ଜବରଦସ୍ତି ଭିକ ମଗାଉଥିଲେ; କମ୍ ରୋଜଗାର ହେଲେ ଖୁବ୍ ପିଟୁଥିଲେ

ଗାର୍ଲଫ୍ରେଣ୍ଡଙ୍କୁ ଜବରଦସ୍ତି ଭିକ ମଗାଉଥିଲେ; କମ୍ ରୋଜଗାର ହେଲେ ଖୁବ୍ ପିଟୁଥିଲେ

ବ୍ରିଟେନର ପିଟର୍ସବର୍ଗରେ ରହୁଥିବା ଜଣେ ୨୧ ବର୍ଷୀୟ ଠକ ବୟଫ୍ରେଣ୍ଡ ପ୍ରତିଦିନ ଭିକ ମାଗିବା ପାଇଁ ନିଜ ପ୍ରେମିକାଙ୍କୁ କହୁଥିଲା । ଏହା ବିରୋଧ କଲେ ସେ ପ୍ରେମିକାକୁ ଖୁବ୍ ପିଟୁଥିଲା ।

ଗାର୍ଲଫ୍ରେଣ୍ଡଙ୍କୁ ଜବରଦସ୍ତି ଭିକ ମଗାଉଥିଲେ; କମ୍ ରୋଜଗାର ହେଲେ ଖୁବ୍ ପିଟୁଥିଲେ
ଗାର୍ଲଫ୍ରେଣ୍ଡଙ୍କୁ ଜବରଦସ୍ତି ଭିକ ମଗାଉଥିଲେ ବୟଫ୍ରେଣ୍ଡ
  • News18 Odia
  • Last Updated: October 9, 2021, 9:12 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲଣ୍ଡନ: ପ୍ରେମ ଓ ଅବିଶ୍ୱାସରେ ପ୍ରତାରଣାର କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ, କିନ୍ତୁ ଯଦି କେହି ତାଙ୍କ ଗର୍ଲଫ୍ରେଣ୍ଡକୁ ଭିକ ମାଗିବାକୁ କୁହନ୍ତି ଆପଣ ହୁଏତ ଏହା ପୂର୍ବରୁ ଶୁଣି ନଥିବେ । ଆଜ୍ଞା ହଁ, ଏମିତି ଏକ ଘଟଣା ବ୍ରିଟେନର ପିଟର୍ସବର୍ଗରେ ଘଟିଥି । ଜଣେ ୨୧ ବର୍ଷୀୟ କାଇଲ୍ ହେଲ୍ମ ତାଙ୍କର ୨୨ ବର୍ଷୀୟା ଗର୍ଲଫ୍ରେଣ୍ଡ ନିକୋଲ କ୍ଲାର୍ଜଙ୍କୁ କେବଳ ଭିକ୍ଷା ମାଗିବାକୁ କହିନାହାଁନ୍ତି ବରଂ ତାଙ୍କୁ ଅତି ନିର୍ମମ ଭାବରେ ବ୍ୟବହାର ମଧ୍ୟ କରିଛନ୍ତି।

ସମ୍ପର୍କରେ ମାଡପିଟ୍ ଓ ଅତ୍ୟାଚାରର ଏଭଳି ଏକ ଖରାପ ଉଦାହରଣ ଆପଣ ନିଶ୍ଚୟ ପୂର୍ବରୁ ଦେଖି ନଥିବେ । କାଇଲ୍ ହେଲ୍ମ, ନିକୋଲଙ୍କ ସହ ରିଲେସନଶିପରେ ଆସିବା ପରଠୁ ତାଙ୍କ ସହ ଦାସ ପରି ବ୍ୟବହାର କରିଥିଲେ । ଖୁସିର କଥା, ଦିନେ କେହି ଜଣେ ନିକୋଲଙ୍କ ଦେହରେ କ୍ଷତ ଦେଖି ପୋଲିସକୁ ଡାକିଲେ ଓ କାଇଲ ହେଲମଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଅପରାଧ ପାଇଁ କୋର୍ଟ କାଇଲଙ୍କୁ ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ପ୍ରେମିକାଙ୍କୁ ଭିକ ମଗାଉଥିଲେ

୨୦୧୬ ସେପ୍ଟେମ୍ବରରେ, ନିକୋଲ ଏକ ହଷ୍ଟେଲରେ ହେଲମଙ୍କୁ ଭେଟିଥିଲେ । ସେହି ସମୟରେ ନିକୋଲଙ୍କୁ ୧୭ ବର୍ଷ ହୋଇଥିଲା । ସେହି ଦିନଠାରୁ ତାଙ୍କ ପ୍ରେମିକ ନିଶାସକ୍ତ ଥିଲେ ଓ ଦିନେ ସେ ନିକୋଲଙ୍କ ଓଠକୁ ମାରି ଆଘାତ କରିଥିଲେ। ତେବେ କ୍ଷମା ମାଗିବା ପରେ ନିକୋଲ ହେଲମଙ୍କ ସହ ସମ୍ପର୍କ ସ୍ୱାଭାବିକ କରିଥିଲେ। ଘଟଣାର କିଛି ସପ୍ତାହ ପରେ ହେଲ୍ମ ତାଙ୍କୁ ହଷ୍ଟେଲରୁ ନେଇଯାଇଥିଲେ। ନିକୋଲ କହିଛନ୍ତି ଯେ ହେଲମ ତାଙ୍କର ସମସ୍ତ ଗତିବିଧି ଉପରେ ନଜର ରଖିନ୍ତି। ତାଙ୍କୁ କେବଳ ଆସୁଥିବା ଫୋନ୍ କଲ ଦିଆଯାଇଥିଲା ଓ ନିକୋଲଙ୍କୁ କୌଣସି ଅପରିଚିତ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିବାକୁ ଦିଆଯାଇନଥିଲା। ଦିନେ ହେଲମ ଜଣେ ବାସହୀନ ବ୍ୟକ୍ତିଙ୍କୁ ଭେଟିଥିଲେ । ହେଲମ ତାଙ୍କୁ ଭିକ ମାଗିବା ଠାରୁ ରୋଜଗାର ବିଷୟରେ ପଚାରିଥିଲେ ଓ ପରଦିନ ନିଜ ପ୍ରେମିକା ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ ।

କମ୍ ରୋଜଗାର ହେବାରୁ ପ୍ରେମିକାଙ୍କ ଦେହରେ ପୂରାଇ ଦେଇଥିଲେ ପେଚକସ୍

ହେଲ୍ମ ପ୍ରତିଦିନ ପିଟର୍ସବର୍ଗ ଟାଉନ୍ ସେଣ୍ଟରରେ ଭିକ ମାଗିବା ଠାରୁ ସେ ରୋଜଗାର କରୁଥିଲେ । ଖର୍ଚ୍ଚ ପାଇଁ ନିକୋଲ ମାତ୍ର ୧୦ ପାଉଣ୍ଡ ପାଉଥିଲେ । ଯେପର୍ଯ୍ୟନ୍ତ ସେ ଭିକ ମାଗୁଥିଲେ, ହେଲ୍ମ ନିଜେ ନିକୋଲଙ୍କ ଉପରେ ନଜର ରଖି ଘଣ୍ଟା ଘଣ୍ଟା ରାସ୍ତାରେ ଠିଆ ହୋଇଥିଲେ। ଦିନେ ଯେତେବେଳେ ତାଙ୍କର ରୋଜଗାର ୨୦ ପାଉଣ୍ଡରୁ କମ୍ ଥିଲା, ସେତେବେଳେ ପ୍ରେମିକା ନିକୋଲଙ୍କୁ ଏକ ପେଚକସ୍ ସାହାଯ୍ୟରେ ଆକ୍ରମଣ କରିଥିଲେ । ଯେତେବେଳେ ତାଙ୍କ ପିଠିରେ ଆଘାତ ବିଫଳ ହେଲେ, ହେଲ୍ମ ନିକୋଲଙ୍କ ଆଣ୍ଠୁକୁ ଦୁଇ କିମ୍ବା ତିନିଥର ଏକ ପେଚକସ୍ ସାହାଯ୍ୟରେ ପିଟିଥିଲେ। କେବଳ ଏତିକି ନୁହେଁ ତାଙ୍କ ମୁଣ୍ଡରେ ଏକ ଗ୍ଲାସ ବୋତଲ ମଧ୍ୟ ଭାଙ୍ଗି ଥିଲେ । ଏପରିକି ଏହି ଅବସ୍ଥାରେ ସେ ଭିକ ମାଗିବାକୁ ଯାଇଥିଲେ। ଶେଷରେ, ଜଣେ ବ୍ୟକ୍ତିଙ୍କ ସାହାଯ୍ୟରେ ସେ ହେଲ୍ମକୁ ପୋଲିସ ଧରାଇବାରେ ସଫଳ ହୋଇଥିଲେ ।
Published by: Lipina Das
First published: October 9, 2021, 9:12 AM IST