News 18 Odia Digital
ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଦେଖିବାକୁ ମିଳୁଛି, ଯାହା ସୋସିଆଲ ମିଡିଆ ୟୁଜର୍ସମାନଙ୍କ (social media users) ମନକୁ ଛୁଇଁଯାଉଛି । ଏହି ଭିଡିଓଟି ଲମ୍ବା ସମୟ ଧରି ୟୁଜର୍ସମାନଙ୍କ ହୃଦୟକୁ ବେଶ୍ ପ୍ରଭାବିତ କରୁଛି । ଭିଡିଓଟିରେ ଦୁଇ ଭାଇ ଏକା ସାଙ୍ଗରେ ଥିବାର ସାମ୍ନାକୁ ଆସୁଛି, ଏଥିରେ ବଡ଼ ଭାଇ ଜଣକ ତାର ସାନ ଭାଇର ଜନ୍ମଦିନକୁ (birthday) ଏକ ନିଆରା ଢଙ୍ଗରେ ପାଳନ କରୁଥିବାର ଦେଖାଯାଉଛି । ଯାହା ଏବେ ଭାଇରାଲ ହେବା ସହ ୟୁଜର୍ସମାନଙ୍କ ହୃଦୟକୁ ଛୁଇଁବାରେ ଲାଗିଛି ।
ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ପିଲା ଦୁଇ ଜଣ ଗରିବ (poor) ଶ୍ରେଣୀର ଅଟନ୍ତି । ଗରିବ ହୋଇଥିଲେ ମଧ୍ୟ ସେମାନେ ଖୁବ୍ ଖୁସିରେ ଅଛନ୍ତି । ତେବେ ସାନ ଭାଇର (younger brother) ଜନ୍ମଦିନ ପାଇଁ କେକ୍ ନମିଳିବାରୁ ବଡ଼ ଭାଇ ରୁଟି ଉପରେ ମହମବତୀ ଲଗାଇ ସାନ ଭାଇର ଜନ୍ମଦିନକୁ ପାଳନ କରୁଛି ।
ଏହି ଭିଡିଓଟିକୁ ଏଭ୍ରିଥିଙ୍ଗ୍ ଏବାଉଟ୍ ନେପାଳ ନାମକ ଏକ ଇନଷ୍ଚାଗ୍ରାମ ପେଜରେ (Instagram page) ସେୟାର କରାଯାଇଛି । ଭିଡିଓଟିରେ ଦୁଇ ଭାଇଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳୁଛି । ଯେଉଁଥିରେ ବଡ଼ ଭାଇ ଜଣକ ତାର ସାନ ଭାଇକୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ହାତରେ ରୁଟି ଧରିଥିବାର ନଜର ଆସୁଛି ଏବଂ ରୁଟି ଉପରେ ସବୁଜ ରଙ୍ଗର ଚଟନୀ ସହ ଦୁଇଟି ମହମବତୀ (candle) ଲାଗିଥିବାର ଦେଖାଯାଉଛି । ଭିଡିଓଟିରେ ବଡ଼ ଭାଇର ସାନ ଭାଇ ପ୍ରତି ଥିବା ଅନାବିଳ ଭଲପାଇବା (love affection) ହେଖିବାକୁ ମିଳୁଛି ଯାହା ୟୁଜର୍ସମାନଙ୍କୁ ଆକୃଷ୍ଟ କରୁଛି ।
ଏହି ଖବର ପଢ଼ନ୍ତୁ -
http://ବିଜେପିରେ ଯୋଗ ଦେଲେ ଜଣାଶୁଣା ଓଡ଼ିଆ ଅଭିନେତ୍ରୀ ଜିନା ସାମଲ ଓ ଅଭିନେତା ରୁଦ୍ରଏହି ଖବରଟି ଲେଖା ହେବା ବେଳକୁ ଭିଡିଓଟିକୁ ୧୩ ହଜାରରୁ ଅଧିକ ଲାଇକ୍ ଓ ଏକ ଲକ୍ଷ ଚଉବନ ହଜାରରୁ ଅଧିକ ଥର ଦେଖାଯାଇସାରିଛି । ତେବେ ଭିଡିଓଟିକୁ ଦେଖି ୟୁଜର୍ସମାନେ ଇମୋସନାଲ୍ କମେଣ୍ଟ (emotional comments) ଦେଉଛନ୍ତି ଏବଂ ଜଣେ ୟୁଜର୍ସ ଲେଖିଛନ୍ତି ଯେ ଖୁସି ପାଇଁ ଟଙ୍କା କିଛି ବି ମହତ୍ୱପୂର୍ଣ୍ଣ ନୁହେଁ ।
https://www.instagram.com/p/CpSMs0dITMS/?utm_source=ig_embed&utm_campaign=embed_video_watch_again
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।