ନୌସେନାର ନୂଆ ଧ୍ୱଜା; ହଟିଲା ଗୁଲାମୀର ଚିହ୍ନ: ପ୍ରଧାନମନ୍ତ୍ରୀ ମୋଦି

ଭାରତୀୟ ନୌସେନାକୁ ପ୍ରଥମ ସ୍ୱଦେଶୀ ଯୁଦ୍ଧ ଜାହାଜ ବିକ୍ରାନ୍ତ ଆଜି ମିଳିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୌସେନାର ନୂତନ ପ୍ରତୀକକୁ ଉନ୍ମୋଚନ କରିଛନ୍ତି ।

ନୌସେନାର ନୂଆ ଧ୍ୱଜା

ନୌସେନାର ନୂଆ ଧ୍ୱଜା

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ : ଆଜି ଭାରତୀୟ ନୌସେନା ପାଇଁ ଏକ ଐତିହାସିକ ଦିନ। ଭାରତୀୟ ନୌସେନାକୁ ପ୍ରଥମ ସ୍ୱଦେଶୀ ଯୁଦ୍ଧ ଜାହାଜ ବିକ୍ରାନ୍ତ ଆଜି ମିଳିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୌସେନାର ନୂତନ ପ୍ରତୀକକୁ ଉନ୍ମୋଚନ କରିଛନ୍ତି । ପୂର୍ବ ଚିହ୍ନରେ ଏକ ଲାଲ ରଙ୍ଗର କ୍ରସ୍ ଥିଲା, ଯାହା ବ୍ରିଟିଶ ଦାସତ୍ୱର ସଙ୍କେତ ବୋଲି କୁହାଯାଉଥିଲା । ବର୍ତ୍ତମାନ ଏହାକୁ ସଂପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି ଏବଂ ଭାରତର ଗୌରବମୟ ଇତିହାସ ଯୋଡି ହୋଇଛି ।

ଯେତେବେଳେ ଅଗଷ୍ଟ ୧୫, ୧୯୪୭ ରେ ଦେଶ ସ୍ଵାଧୀନ ହେଇଥିଲା ସେତେବେଳେ ଭାରତୀୟ ପ୍ରତିରକ୍ଷା ବାହିନୀ ବ୍ରିଟିଶ ଉପନିବେଶକାରୀ ପତାକା ବହନ କରିବାକୁ ଲାଗିଥିଲେ। ୨୬ ଜାନୁୟାରୀ ୧୯୫୦ ରେ ନୌସେନା ପତାକା ମଧ୍ୟ ପରିବର୍ତ୍ତନ କରାଯାଇଥିଲା।

ନୂତନ ପତାକାଟିର ଉପର ବାମ ପାର୍ଶ୍ୱରେ ତ୍ରିରଙ୍ଗା ଥିବାବେଳେ ପାର୍ଶ୍ୱରେ ନୀଳ ପୃଷ୍ଠଭୂମିରେ ଅଶୋକା ପ୍ରତୀକ ରହିଛି ଏବଂ ଏହାର ତଳେ 'ସତ୍ୟମେବ ଜୟତେ' ଲେଖା ଅଛି। ଏଥିରେ 'ସଂ ନୋ ବରୁଣଃ' ଲେଖା ଅଛି । ଯାହାର ଅର୍ଥ ହେଉଛି 'ଆମ ପାଇଁ ବରୁଣ ଶୁଭ' । ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ବରୁଣ ଦେବ ସମୁଦ୍ରର ଦେବତା ବୋଲି ବିବେଚନା କରାଯାଏ । ଏହି କାରଣରୁ ଏହି ପଦଟି ଚୟନ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗୁଲାମୀର ପ୍ରତୀକ ଥିବା ଭାରତୀୟ ନୌସେନାର ପତାକାକୁ ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା ଅନୁପ୍ରାଣିତ ଏକ ନୂତନ ପତାକାରେ ବଦଳାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ନୌସେନାର ନୂତନ ଯୁଦ୍ଧ ଜାହାଜ INS ବିକ୍ରାନ୍ତକୁ ଛତ୍ରପତି ଶିବାଜୀ ମହାରାଜଙ୍କୁ ଉତ୍ସର୍ଗ କରିଛନ୍ତି ।
Published by:Soumyashree Mishra
First published: