News 18 Odia Digital
ନୂଆଦିଲ୍ଲୀ; ରିଷି ସୁନାକ ବ୍ରିଟେନର ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ଲିଜ ଟ୍ରସଙ୍କ ଇସ୍ତଫା ପରେ କଞ୍ଜର୍ବେଟିଭ ପାର୍ଟିର ସାଂସଦମାନେ ରିଷି ସୁନାକଙ୍କୁ ଟୋରୀ ନେତୃତ୍ୱ ନିର୍ବାଚନରେ ସେମାନଙ୍କର ନୂତନ ନେତା ଭାବରେ ବାଛିଥିଲେ । ଦଳୀୟ ନିର୍ବାଚନରେ ରିଷୀଙ୍କ ପ୍ରତିପକ୍ଷ ଭବେ ଠିଆ ହୋଇଥିବା ପେନି ମୋର୍ଡଣ୍ଟଙ୍କୁ ଖୁବ୍ କମ୍ ସାଂସଦଙ୍କ ସମର୍ଥନ ମିଳିଥିଲା, ଏହା ପରେ ସେ ପ୍ରଧାନମନ୍ତ୍ରୀ ପଦବୀରୁ ବାହାରିଯାଇଥିଲେ ।
ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିଥିବା ରିଷି ସୁନାକ୍ ନିର୍ବାଚନରେ ଜିତିବା ପରେ ୧୦ ଡାଉନିଙ୍ଗ ଷ୍ଟ୍ରିଟ୍ (ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବାସଭବନ) ରେ ନିଜର ପ୍ରଥମ ଭାଷଣ ଦେଇଛନ୍ତି । ଏହି ସମୟରେ ରିଷି ସୁନାକଙ୍କ ହାତରେ ସଂକଳ୍ପ ବ୍ରତ କିମ୍ବା ରକ୍ଷା ସୂତା ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା । ହିନ୍ଦୁ ଧର୍ମରେ ବ୍ରତ (ରକ୍ଷା ସୂତ୍ର)ର ବିଶେଷ ମହତ୍ତ୍ଵ ରହିଛି । ପୂଜା କିମ୍ବା ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟ ସମାପ୍ତ କରିବା ପରେ ଏହା ମଧ୍ୟ ବନ୍ଧା ଯାଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରିଶି ସୁନାକ ହୁଏତ ପାଶ୍ଚାତ୍ୟ ସଭ୍ୟତାରେ ବାସ କରିଥାଇ ପାରନ୍ତି, କିନ୍ତୁ ଧର୍ମ ପ୍ରତି ତାଙ୍କର ଏକ ବିଶେଷ ଆତ୍ମୀୟତା ରହିଛି ।
୨୦୧୭ ମସିହାରେ, ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କ ଦ୍ଵାରା ରିଷି ସୁନାକଙ୍କୁ ତାଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଥିଲା, ରିଷି ସୁନାକ ତାଙ୍କର ଧାର୍ମିକ ବିଶ୍ୱାସ ବିଷୟରେ ଏକ ବିଶେଷ ମତ ଦେଇଥିଲେ । ରିଷି ସୁନାକ କହିଥିଲେ ଯେ ସେ ବର୍ତ୍ତମାନ ବ୍ରିଟିଶ ନାଗରିକ, କିନ୍ତୁ ତାଙ୍କର ଧର୍ମ ହିନ୍ଦୁ । ତାଙ୍କର ଧାର୍ମିକ ଏବଂ ସାଂସ୍କୃତିକ ଐତିହ୍ୟ ଭାରତୀୟ ବୋଲି ରିଷି ସୁନାକ କହିଥିଲେ । ରିଷି ସୁନାକ କହିଥିଲେ, 'ମୁଁ ଗର୍ବର ସହିତ କହୁଛି ଯେ ମୁଁ ଜଣେ ହିନ୍ଦୁ ଏବଂ ହିନ୍ଦୁ ହେବା ମୋର ପରିଚୟ ।'
୨୦୨୦ ମସିହାରେ, ଯେତେବେଳେ ରିଷି ସୁନାକ ବ୍ରିଟେନର ଅର୍ଥମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ ଭଗବଦ୍ ଗୀତା ଉପରେ ହାତ ରଖି ଶପଥ ନେଇଥିଲେ । ରିଷି ସୁନାକ ଅର୍ଥମନ୍ତ୍ରୀ ଥିବାବେଳେ କହିଥିଲେ ଯେ ନଭେମ୍ବର ୨୦୨୦ ରେ ୧୧ ଡାଉନିଂ ଷ୍ଟ୍ରିଟ୍ ବାହାରେ ଦୀପାବଳିରେ ଦୀପ ଜାଳିବା ତାଙ୍କ ଜୀବନର ଗର୍ବର ମୁହୂର୍ତ୍ତ ଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।