Liz Truss : ଆଜି ବ୍ରିଟେନ ପାଇବ ନୂଆ ପ୍ରଧାନମନ୍ତ୍ରୀ; ଶପଥ ନେବେ ଲିଜ୍ ଟ୍ରସ୍

ବ୍ରିଟେନ ଆଜି ନୂଆ ପ୍ରଧାନମନ୍ତ୍ରୀ ପାଇବାକୁ ଯାଉଛି। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଲିଜ୍ ଟ୍ରସ୍ ଆଜି ଶପଥ ଗ୍ରହଣ କରିବେ।

ଆଜି ବ୍ରିଟେନ ପାଇବ ନୂଆ ପ୍ରଧାନମନ୍ତ୍ରୀ; ଶପଥ ନେବେ ଲିଜ୍ ଟ୍ରସ୍

ଆଜି ବ୍ରିଟେନ ପାଇବ ନୂଆ ପ୍ରଧାନମନ୍ତ୍ରୀ; ଶପଥ ନେବେ ଲିଜ୍ ଟ୍ରସ୍

  • News18 Odia
  • Last Updated :
  • Share this:
News 18 Odia Digital

Liz Truss : ବ୍ରିଟେନ ଆଜି ନୂଆ ପ୍ରଧାନମନ୍ତ୍ରୀ ପାଇବାକୁ ଯାଉଛି। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଲିଜ୍ ଟ୍ରସ୍ ଆଜି ଶପଥ ଗ୍ରହଣ କରିବେ। ସ୍କଟଲ୍ୟାଣ୍ଡର ରାଣୀ ବାଲମୋରାଲ ଇଷ୍ଟେଟରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ବୋରିସ ଜନସନ ପ୍ରଧାନମନ୍ତ୍ରୀ ଭାବରେ ଲିଜ୍ ଟ୍ରସଙ୍କୁ ଶପଥ ଗ୍ରହଣ କରାଇବେ।

ଏହାପୂର୍ବରୁ ବୋରିସ ଜନସନ ଆନୁଷ୍ଠାନିକ ଭାବେ ରାଣୀଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ। ଏହା ପରେ ବ୍ରିଟେନର ରାଣୀ ଏଲିଜାବେଥ୍ ତାଙ୍କୁ ଆନୁଷ୍ଠାନିକ ଭାବରେ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିବେ। ମାର୍ଗରେଟ୍ ଥାଟଚେର ଓ ଥେରେସା ମେଙ୍କ ପରେ ଲିଜ୍ ଟ୍ରସ୍ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହେବେ।

ବ୍ରିଟେନ ନୂଆ ପ୍ରଧାନମନ୍ତ୍ରୀ କଞ୍ଜରଭେଟିଭ୍ ପାର୍ଟି ନେତୃତ୍ୱରେ ଲଢ଼ିଥିବ ଲିଜ୍ ଟ୍ରସ୍ ପୂର୍ବତନ ବ୍ରିଟିଶ ଅର୍ଥମନ୍ତ୍ରୀ ୠଷି ସୁନାକଙ୍କୁ ପରାସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନରେ ​​ମୋଟ ୮୨.୬ ପ୍ରତିଶତ ମତଦାନ ହୋଇଥିଲା। ଏଥିରେ ଲିଜ୍ ଟ୍ରସ୍ ୮୧,୩୨୬ ଭୋଟ୍ ପାଇଥିବାବେଳେ ୠଷି ସୁନାକ୍ ୬୦,୩୯୯ ଭୋଟ୍ ପାଇଥିଲେ। ଭୋଟ ପ୍ରତିଶତ ଦେଖିବାକୁ ଗଲେ ଟ୍ରସ୍ ୫୭.୪ ପ୍ରତିଶତ ପାଇଥିବା ବେଳେ ୠଷି ସୁନାକ ୪୨.୬ ପ୍ରତିଶତ ଭୋଟ୍ ପାଇଥିଲେ।
Published by:Sujit Swain
First published: