ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ବୋରିସ (ପ୍ରତୀକାତ୍ମକ ଛବି)
News18 Odia Digital
ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ୪୧ ମନ୍ତ୍ରୀଙ୍କ ବିଦ୍ରୋହ ପରେ ସେ ନିଜ କଞ୍ଜରଭେଟିଭ ପାର୍ଟିରେ ସମସ୍ୟାରେ ପଡ଼ି ଯାଇଥିଲେ। ଦୁଇ ଦିନ ମଧ୍ୟରେ ୪୦ ରୁ ଅଧିକ ଇସ୍ତଫା ଆସିଥିବାରୁ ତାଙ୍କ ଇସ୍ତଫା ଉପରେ ଚାପ ରହିଥିଲା। ତେବେ ଜଣେ ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚିତ ନହେବା ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ।
ଏହାପୂର୍ବରୁ ବ୍ରିଟିଶ ମିଡିଆ ସ୍କାଏ ନ୍ୟୁଜ ଦାବି କରିଥିଲା ଯେ ବୋରିସ ଜନସନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ପରେ ସ୍କାଏ ନ୍ୟୁଜ କହିଛି ସେ ବର୍ତ୍ତମାନ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ବ୍ରିଟିଶ ୱେବସାଇଟ୍ ବିବିସି ଓ ନ୍ୟୁଜ୍ ଏଜେନ୍ସି ରଏଟର୍ସ ମଧ୍ୟ ସୂଚନା ଦେଇଛନ୍ତି ଯେ ଜନସନ ବର୍ତ୍ତମାନ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି।
ବିସିସିଆଇ ରିପୋର୍ଟ ଅନୁଯାୟୀ, ବୋରିସ୍ ଜନସନଙ୍କ ଇସ୍ତଫା ପରେ ଅକ୍ଟୋବରରେ ଏକ ପାର୍ଟି ସମ୍ମିଳନୀ ହେବ ଯେଉଁଥିରେ ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବେ। ଅର୍ଥାତ୍ ଅକ୍ଟୋବର ପର୍ଯ୍ୟନ୍ତ ଜନସନ ପ୍ରଧାନମନ୍ତ୍ରୀ ପଦରେ ରହିବେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।