୩୧ ଜାନୁଆରୀରେ ୟୁରୋପିଆନ ୟୁନିଅନରୁ ଅଲଗା ହେବ ବ୍ରିଟେନ; ଭାରତ ଉପରେ ପଡ଼ିପାର ଏହାର ପ୍ରଭାବ

ବିଶେଷଜ୍ଞମାନଙ୍କ କହିବା ଅନୁସାରେ ବ୍ରେକଜିଟ୍ ପରେ ବ୍ରିଟେନରେ କରେନ୍ସି ପାଉଣ୍ଡର ମୂଲ୍ୟ କମିବାର ଆଶଙ୍କା ରହିଛି । ଏପରି ସ୍ଥଳରେ ଯେଉଁ ଭାରତୀୟ କମ୍ପାନୀମାନେ ବ୍ରିଟେନରେ କାରବାର କରୁଛନ୍ତି ସେମାନଙ୍କ ଲାଭ ଉପରେ ପ୍ରଭାବ ପଡ଼ିବ ।

୩୧ ଜାନୁଆରୀରେ ୟୁରୋପିଆନ ୟୁନିଅନରୁ ଅଲଗା ହେବ ବ୍ରିଟେନ; ଭାରତ ଉପରେ ପଡ଼ିପାର ଏହାର ପ୍ରଭାବ
ବ୍ରିଟେନ, ଭାରତ ଏବଂ ୟୁରୋପିଆନ ୟୁନିଅନର ପତାକା
  • News18 Odia
  • Last Updated: January 30, 2020, 10:47 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ୟୁରୋପିଆନ ୟୁନିଅନର ସଂସଦ ୨୯ ତାରିଖରେ ବ୍ରେକଜିଟ ବୁଝାମଣାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପରେ ୩୧ ଜାନୁଆରୀରେ ବ୍ରିଟେନ ୟୁରୋପିଆନ ୟୁନିଅନରୁ ବାହାରିଯିବ । ୪ବର୍ଷ ପର୍ଯ୍ୟନ୍ତ ଚାଲିଥିବା ଏହି ଟଣାଓଟରା ପରେ ୨୯ତାରିଖରେ ୟୁରୋପିଆନ ୟୁନିୟନର ସଂସଦରେ ୪୯ ସଦସ୍ୟଙ୍କ ତୁଳନାରେ ୬୨୧ ଜଣ ବ୍ରେକଜିଟ୍ ସପକ୍ଷରେ ମତଦାନ କରିଥିଲେ । ଏହି ବୁଝାମଣା ସମ୍ପର୍କରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଗତବର୍ଷ ଶେଷରେ ଇୟୁର ୨୭ଜଣ ଅନ୍ୟ ନେତାଙ୍କ ସହିତ ବାର୍ତ୍ତାଳାପ କରିବା ପରେ ଏହାକୁ ଅନ୍ତିମ ରୁପ ଦିଆଯାଇଥିଲା । ଏହାକୁ ନେଇ ଭାରତ ଉପରେ ବଡ଼ ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି ।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ ବ୍ରିଟେନରେ ୮୦୦ରୁ ଅଧିକ ଭାରତୀୟ କମ୍ପାନୀ ରହିଛନ୍ତି ଯେଉଁମାନେ ୧,୧୦,୦୦୦ଲୋକଙ୍କୁ ରୋଜଗାର ପ୍ରଦାନ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକରୁ ଅଧିକ ଲୋକ କେବଳ ଟାଟା ଗୃପର ପାଞ୍ଚୋଟି କମ୍ପାନୀରେ କାମ କରିଥାନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ ବ୍ରେକଜିଟ୍ ପରେ ବ୍ରିଟେନର କରେନ୍ସି ପାଉଣ୍ଡର ମୂଲ୍ୟ କମିପାରେ । ଏଭଳି ସ୍ଥିତିରେ ଯେଉଁ ଭାରତୀୟ କମ୍ପାନୀମାନେ ବ୍ରିଟେନରେ କାମ କରୁଛନ୍ତି ସେମାନଙ୍କ ଲାଭ ଉପରେ ପ୍ରଭାବ ପଡ଼ିପାରେ ।

ବ୍ରେକଜିଟକୁ ନେଇ ପ୍ରତୀକାତ୍ମକ ଫଟୋ


୨୦୧୬ରେ ବ୍ରିଟେନରେ ଜନମତ ସଂଗ୍ରହପରେ ବ୍ରେକଜିଟ୍କୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ତେବେ ବ୍ରିଟେନ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଇୟୁର ଆର୍ଥିକ ବ୍ୟବସ୍ଥାରେ ରହିବ । ମାତ୍ର ବ୍ରିଟେନ କୌଣସି ନୀତିଗତ ଦଖଲ ଦେବନାହିଁ ।

ବ୍ରେକଜିଟ୍ ପ୍ରଭାବ

ୟୁରୋପିଆନ ୟୁନିଅନର ଜିଡିପିରେ ବ୍ରିଟେନର ଅଂଶ ୧୮ ପ୍ରତିଶତ ଅଟେ । ଭାରତର ବିକାଶ ପାଇଁ ୟୁରୋପ ଏବଂ ବ୍ରିଟେନ ଦୁଇଜଣ ଗୁରୁତ୍ବପୂର୍ଣ୍ଣ ଅଟନ୍ତି । ୟୁରୋପ ଏବଂ ବ୍ରିଟେନ ରପ୍ତାନୀ କରିବା ଭାରତ ବିଦେଶୀ ମୁଦ୍ରା କମାଇଥାଏ । ଅନ୍ତର୍ଜାତୀୟ କାରୋବାର ବିଭାଗ (ଡିଆଇଟି) ଅନୁସାରେ ୨୦୧୭ରେ ଭାରତ ଏବଂ ୟୁକେ ମଧ୍ୟରେ ୧୮ ଆରବ ପାଉଣ୍ଡ କାରୋବାର ହୋଇଥିଲା । ଯାହା ୨୦୧୬ ତୁଳନାରେ ୧୫ ପ୍ରତିଶତ ଅଧିକ ଅଟେ । ଭାରତୀୟ କମ୍ପାନୀମାନଙ୍କ ମଧ୍ୟରେ ଆସିଥିବା ବଡ଼ ପରିବର୍ତ୍ତନ ବୈଶ୍ବିକ ସ୍ତରରେ କାରବାରର ପରିଭାଷକୁ ବଦଳାଇଦେଇଥିଲା । ଭାରତ ୟୁକେରେ ନିବେଶ କରିବାରେ ତୃତୀୟ ବଡ଼ ଦେଶ । ଏହା ଛଡ଼ା ଦ୍ବିପାକ୍ଷୀୟ ବ୍ୟବସାୟ କରିବା ମାମଲାରେ ବ୍ରିଟେନ ୧୨ତମ ସ୍ଥାନରେ ରହିଛି । ବ୍ରିଟେନ ୨୫ ଦେଶମାନଙ୍କ ମଧ୍ୟରୁ ସପ୍ତମ ସ୍ଥାନରେ ରହିଛି ଯେଉଁମାନଙ୍କଠାରୁ ଭାରତ ଆମଦାନୀ କମ୍ କରେ ଏବଂ ରପ୍ତାନୀ ବେଶି କରେ ।

 
First published: January 30, 2020, 10:47 AM IST
corona virus btn
corona virus btn
Loading