ପରିବାର ଲୋକଙ୍କ କଥା ଶୁଣିଲେନି.. ଅଧ୍ୟୟନ ଛାଡିଦେଲେ; ଏବେ ମାସକୁ ରୋଜଗାର ୨୭ ଲକ୍ଷ ଟଙ୍କା

ମାତ୍ର ୧୮ ବର୍ଷ ବୟସରେ ଅଧ୍ୟୟନ ଛାଡିବା ସମସ୍ତଙ୍କ ପାଇଁ କଷ୍ଟକର ଆହ୍ୱାନ । ଏହି ବୟସ ହୋଇଥାଏ କ୍ୟାରିୟର ବନାଇବା ପାଇଁ । କିନ୍ତୁ ଜଣେ ମହିଳା ଏକ ଭିନ୍ନ ରାସ୍ତା ବାଛିଥିଲେ । କଲେଜ ଯିବା ପରିବର୍ତ୍ତେ ସେ OnlyFans ରେ ଯୋଗ ଦେଇଥିଲେ ।

ପରିବାର ଲୋକଙ୍କ କଥା ଶୁଣିଲେନି.. ଅଧ୍ୟୟନ ଛାଡିଦେଲେ; ଏବେ ମାସକୁ ରୋଜଗାର ୨୭ ଲକ୍ଷ ଟଙ୍କା

ପରିବାର ଲୋକଙ୍କ କଥା ଶୁଣିଲେନି.. ଅଧ୍ୟୟନ ଛାଡିଦେଲେ; ଏବେ ମାସକୁ ରୋଜଗାର ୨୭ ଲକ୍ଷ ଟଙ୍କା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ୧୮ ବର୍ଷ ବୟସରେ ତାଙ୍କର ସୃଜନଶୀଳ କଳା, ଫ୍ୟାଶନ ଓ ଟେକଷ୍ଟାଇଲ ଦୁନିଆରେ ବହୁତ ଆଗ୍ରହ ଥିଲା । ପରବର୍ତ୍ତୀ ଅଧ୍ୟୟନ ପାଇଁ ସେ ଅନେକ କ୍ୟାମ୍ପସ ପରିଦର୍ଶନ କରିଥିଲେ । ମାତ୍ର ୧୮ ବର୍ଷ ବୟସରେ ଅଧ୍ୟୟନ ଛାଡିବା ସମସ୍ତଙ୍କ ପାଇଁ କଷ୍ଟକର ଆହ୍ବାନ । ଏହି ବୟସ ହୋଇଥାଏ କ୍ୟାରିୟର ବନାଇବା ପାଇଁ । କିନ୍ତୁ ବ୍ରିଟେନର ୱେକି ହିକ୍ସ ଏକ ଭିନ୍ନ ରାସ୍ତା ବାଛିଥିଲେ । କଲେଜ ଯିବା ପରିବର୍ତ୍ତେ ସେ OnlyFans ମୋବାଇଲ୍ ଆପରେ ଯୋଗ ଦେଇଥିଲେ ।



ଆପଣଙ୍କୁ କହିବାକୁ ଚାହିଁବୁ ଯେ OnlyFans ଏକ ଆଡଲ୍ଟ କଣ୍ଟେଣ୍ଟ ସାଇଟ୍ । ଏହା ୨୦୧୬ ମସିହାରେ ଆରମ୍ଭ ହୋଇଥିଲା । ଏଠାରେ ବିଭିନ୍ନ ଦେଶର ମଡେଲମାନେ ସେମାନଙ୍କର ଫଟୋ ଓ ଭିଡିଓ ଅପଲୋଡ୍ କରନ୍ତି । ତେଣୁ ହିକ୍ସ ପାଇଁ ଏହି ରାସ୍ତା ସହଜ ନଥିଲା । ସେ ତାଙ୍କ ପିତାମାତାଙ୍କୁ ଯେତେବେଳେ କହିଥିଲେ କି ସେ OnlyFans ରେ ଯୋଗ ଦେଇଛନ୍ତି, ସେତେବେଳେ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ଏହାକୁ ତୀବ୍ର ବିରୋଧ କରିଥିଲେ । ପରେ, ମାତ୍ର ଗୋଟିଏ ମାସ ମଧ୍ୟରେ, ସେ ଏଠାରେ ୩୦,୦୦୦ ପାଉଣ୍ଡ ଅର୍ଥାତ୍ ପ୍ରାୟ ୨୭ ଲକ୍ଷ ଟଙ୍କା ରୋଜଗାର କରିଥିଲେ ।

ୱେକିଙ୍କର ବର୍ତ୍ତମାନ ବୟସ ୨୨ ବର୍ଷ । ସେ ଗତ ତିନି ବର୍ଷ ଧରି ଏହି ପ୍ଲାଟଫର୍ମରେ ଅଛନ୍ତି । ସେ ପ୍ରଥମ ଥର ପାଇଁ ଏଥିରେ ଜଡିତ ହେବାର ନିଷ୍ପତ୍ତି ବିଷୟରେ ସର୍ବସାଧାରଣରେ କହିଛନ୍ତି ।

ସେ ଡେଲି ଷ୍ଟାରକୁ କହିଛନ୍ତି, 'ମୁଁ ଅନୁଭବ କଲି ଯେ ଏହିପରି ଅନେକ ଟଙ୍କା ରୋଜଗାର କରାଯାଇପାରିବ । ଯଦି ମୁଁ କଳା କ୍ଷେତ୍ରକୁ ଯାଇଥା’ନ୍ତି, ତେବେ ମୁଁ ଋଣରେ ବୁଡ଼ି ଯାଇଥା’ନ୍ତି । OnlyFans ପାଇଁ ପ୍ରକୃତରେ ଏକ ସୃଜନଶୀଳ ଦିଗ ଅଛି ଯାହାର ଆନନ୍ଦ ମୁଁ ନେଇଛି । '

ସେ ଆହୁରି ମଧ୍ୟ କହିଛନ୍ତି, 'ମୋ ପାଇଁ ଏକମାତ୍ର ଚିନ୍ତା ହେଉଛି ମୋର ପିତାମାତା କ’ଣ ଭାବିବେ ଏବଂ ମୋର ସାନ ଭଉଣୀ ଓ ମୁଁ ଅଲଗା ଅଲଗା ହୋଇ ଯାଇଥିଲୁ ଯାହା ଠିକ୍ ନଥିଲା।

ୱେକି ଶୀଘ୍ର ଫଲୋଅର୍ସ ବନାଇ ଥିଲେ ଓ ଟଙ୍କା ରୋଜଗାର କରିଥିଲେ । ସେ ନିଜ ପ୍ରେମିକ ସହିତ ଭଡା ଘର ମଧ୍ୟ ନେଇଥିଲେ । ଏକ ମାସରେ ୩୦,୦୦୦ ପାଉଣ୍ଡ ଅର୍ଥାତ୍ ୨୭ ଲକ୍ଷ ଟଙ୍କା ରୋଜଗାର କରିବା ବହୁତ ବଡ କଥା ।
Published by:Soubhagya Mishra
First published: