Dehradun Bridge Collapse: ଦେହରାଡୁନରେ ବର୍ଷା ଯୋଗୁଁ ମଝିରୁ ଭାଙ୍ଗିଗଲା ପୋଲ; ଦେଖନ୍ତୁ VIDEO

Dehradun bridge collapse video | ପ୍ରବଳ ବର୍ଷା ପରେ ଏକ ରାଜପଥରେ ଥିବା ଏହି ପୋଲ ମଝିରୁ ଭାଙ୍ଗି ଯାଇଥିଲା । ସେତିକି ବେଳେ ପୋଲ ଉପରେ ଥିବା କିଛି କାର୍ ଓ ଦୁଇଚକିଆ ଯାନ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ।

ପୋଲ ଭାଙ୍ଗିବା ବେଳେ ଅନେକ ଗାଡ଼ି ଫସି ରହିଥିଲେ ।

ପୋଲ ଭାଙ୍ଗିବା ବେଳେ ଅନେକ ଗାଡ଼ି ଫସି ରହିଥିଲେ ।

  • Share this:
News18 Odia Digital

ଦେହରାଡୁନ୍: ଗତ ତିନିରୁ ଚାରି ଦିନ ଧରି ପାହାଡ଼ୀ ରାଜ୍ୟ ଉତ୍ତରାଖଣ୍ଡରେ (Uttarakhand) ବର୍ଷା ଯୋଗୁଁ ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ବନ୍ଦ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁଁ ଦେହରାଡୁନର ଜାଖଣ ନଦୀ ଉପରେ ଥିବା ପୋଲ ଭୁଶୁଡି଼ ପଡି଼ଥିଲା ଓ​ ଭୂସ୍ଖଳନ ଓ ରାସ୍ତା ଭାଙ୍ଗିବା କାରଣରୁ ରାଜପଥ ଓ ସହରକୁ ସଂଯୋଗ କରୁଥିବା ରାସ୍ତା ପ୍ରଭାବିତ ହୋଇଥିଲା ।

ଦେହରାଡୁନ୍ ସହରର ସହସ୍ରଧାରା ରାସ୍ତା ଉପରକୁ ଏକ ନଦୀ ଆସିଯିବା ଯୋଗୁଁ ସହରର ଅନେକ ପ୍ରମୁଖ ରାସ୍ତା ଭାଙ୍ଗି ଯାଇଥିବାର ସୂଚନା ମିଳିଛି । ତାଜା ଖବର ଅନୁସାରେ ଦେହରାଡୁନ୍ ବ୍ୟତୀତ ଋଷିକେଶ, ଟେହେରୀ ଓ ମସୌରୀକୁ ଯାଇଥିବା ରାସ୍ତାଗୁଡ଼ିକୁ ବନ୍ଦ କରାଯାଇଛି ।

ପୋଲ ଭାଙ୍ଗିବା ବେଳର ଏକ ଦୃଶ୍ୟ


ବ୍ରିଜ୍‌ ଭୁଶୁଡ଼ିବା କାରଣରୁ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା । ଦେହରାଡୁନରୁ ଆସିଥିବା ତାଜା ଖବର ଅନୁସାରେ ଜାଖଣ ନଦୀରେ ନିର୍ମିତ ବ୍ରିଜ୍‌ ଭୁଶୁଡ଼ିବା କାରଣରୁ ଲୋକେ ଫସି ରହିଥିଲେ । ପ୍ରବଳ ବର୍ଷା ପରେ ରାନୀପୋଖରୀ-ଋଷିକେଶ ରାଜପଥରେ ଥିବା ଏହି ବ୍ରିଜ୍‌ ମଝିରୁ ଭାଙ୍ଗି ଯାଇଥିଲା । ସେତିକି ବେଳେ ପୋଲ ଉପରେ ଥିବା କିଛି କାର୍‌ ଓ ଦୁଇଚକିଆ ଯାନ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ଦେହରାଡୁନ୍ ଜିଲ୍ଲାପାଳ ଆର୍‌. ରାଜେଶ କୁମାର କହିଛନ୍ତି ଯେ ଏହି ମାର୍ଗରେ ଯାତାୟାତ ବନ୍ଦ ହୋଇଯାଇଛି।

ଏଇଠି ଦେଖନ୍ତୁ ସେହି ବାଇରାଲ୍‌ ଭିଡିଓ:



ଋଷିକେଶ-ଦେବପ୍ରୟାଗ, ଋଷିକେଶ-ତେହେରୀ ଓ ଦେହରାଡୁନ୍-ମସୁରୀ ରାସ୍ତାରେ ଭୂସ୍ଖଳନ ଘଟିଛି, ଯେଉଁଥି ପାଇଁ ଏହି ରାସ୍ତାଗୁଡ଼ିକ ବନ୍ଦ ହୋଇଯାଇଛି। ନ୍ୟୁଜ୍ ଏଜେନ୍ସି ANI ଉତ୍ତରାଖଣ୍ଡ ପୋଲିସଠାରୁ ପ୍ରାପ୍ତ ସୂଚନା ଅନୁସାରେ କହିଛି ଯେ ପ୍ରବଳ ବର୍ଷା ଯୋଗୁଁ ବନ୍ଦ ରାସ୍ତାକୁ ନେଇ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ କେହି ସେହି ରାସ୍ତାରେ ଯାତ୍ରା କରିବା ଉଚିତ ନୁହେଁ।



ତେହେରୀ-ଗଢ଼ୱାଲ ଜିଲ୍ଲା ଅଧିକାରୀ କହିଛନ୍ତି ଯେ ତପୋବନରୁ ମଲେଥା ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୮କୁ ବନ୍ଦ କରିଦିଆଯାଇଛି।
Published by:Anand S.T. Das
First published: