News18 Odia Digital
Bride waiting for wedding: ସଜା ହୋଇ ସାରିଥିଲା ବାହା ବେଦୀ। ବାଜା ଗୀତରେ କମ୍ପିଉଠୁଥିଲା ପରିବେଶ। ବିବାହ ପାଇଁ ସବୁ ପ୍ରସ୍ତୁତି ସରିଥିଲା। କନ୍ୟା ବି ସଜ ହୋଇ ବର ପାଇଁ ଅପେକ୍ଷା କରି ରହିଥିଲା। ବର ଆସିବ ଆଉ ବିବାହ ହେବ।
ହେଲେ ସେଇ ଅପେକ୍ଷା ଅପେକ୍ଷାରେ ରହିଗଲା। ବିବାହ କରିବାକୁ ଆସିଲେନି ବର। ଏଭଳି ଘଟଣା ଘଟିଛି ଉତ୍ତରାଖଣ୍ଡର ହଲଦୱାନିରେ।
ବରେଲି ରୋଡ୍ର ଏକ ପରିବାରର ଜଣେ ଯୁବତୀଙ୍କ ସହ ଚମେଲି ଜିଲ୍ଲାର ଜଣେ ଯୁବକଙ୍କ ସହ ମାର୍ଚ୍ଚ ୧ ତାରିଖରେ ବିବାହ ପାଇଁ ସ୍ଥିର ହୋଇଥିଲା।

କନ୍ୟା ବି ସଜ ହୋଇ ବର ପାଇଁ ଅପେକ୍ଷା କରି ରହିଥିଲା
ଗତ ଅଗଷ୍ଟ ମାସରୁ ନିର୍ବନ୍ଧ ହୋଇ ଉଭୟ ପକ୍ଷ କଥାବାର୍ତ୍ତା କରି ବିବାହ ତାରିଖ ମଧ୍ୟ ସ୍ଥିର କରିଥିଲେ। ମାର୍ଚ୍ଚ ୧ରେ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ କନ୍ୟା ପକ୍ଷ ବରଯାତ୍ରୀ ଆସିବା ଅପେକ୍ଷାରେ ଥିଲେ।
କନ୍ୟାର ଭାଇ ବର ପିତାଙ୍କୁ ଫୋନ କରି ବୁଝିଥିଲେ କି ବରଯାତ୍ରୀ କେଉଁ ଯାଏଁ ପହଞ୍ଚିଲେଣି। କିନ୍ତୁ ବର ପିତା କହିଲେ ସେ ବିବାହ ତାରିଖ ହି ଭୁଲିଯାଇଛନ୍ତି।
ପଢ଼ନ୍ତୁ ଏହି ଖବର: ଭାରତର ମିଶନ ବିଶ୍ବକପକୁ ବଡ଼ ଝଟ୍କା! ସର୍ଜରୀ ପାଇଁ ନ୍ୟୁଜିଲାଣ୍ଡରେ ମ୍ୟାଚ୍ ୱିନର ଖେଳାଳିସେ ମାର୍ଚ୍ଚ ୧୦ରେ ବରଯାତ୍ରୀ ନେଇ ଆସିବେ ବୋଲି କହିଥିଲେ ତାହା ପୁଣି ଏକ ସର୍ତ୍ତରେ। ଆଉ ସେହି ସର୍ତ୍ତରେ ସେ କହିଥିଲେ ଏହା ପୂର୍ବରୁ କନ୍ୟାପକ୍ଷ ବରକୁ ଏକ ସ୍ବିଫ୍ଟ ଡିଜାଏର କାର ଦେବାକୁ ପଡ଼ିବ।
ଏହା ପରେ କନ୍ୟା ପକ୍ଷ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।